ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କ ବିଷୟରେ ବଡ଼ ଶବ୍ଦ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ। କେନ୍ଦ୍ରମନ୍ତ୍ରୀ ହେବାରୁ ଜଣାଇଥିଲେ ଅଭିନନ୍ଦନ। ସୋସିଆଲ ମିଡିଆରେ ଜବାବ ଦେଲେ ଧର୍ମେନ୍ଦ୍ର। ନବୀନଙ୍କ ଉଦ୍ଧେଶ୍ୟରେ କହିଲେ ଏମିତି କଥା।ଆଜ୍ଞା ହଁ ବନ୍ଧୁଗଣ କେନ୍ଦ୍ର ସରକାରରେ ମନ୍ତ୍ରୀ ପଦ ପାଇଥିବା ଓଡିଶାର ୩ ଜଣ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ ମୋଦି ସରକାରଙ୍କ ତୃତୀୟ ପାଳିରେ ମନ୍ତ୍ରୀ ପଦ ପାଇଛନ୍ତି।ଏମାନେ ସମସ୍ତେ ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ଆଉ ଏଥର ପୁଣି ଥରେ କେନ୍ଦ୍ର କ୍ୟାବିନେଟ୍ରେ ସ୍ଥାନ ପାଇ ଗତକାଲି ମନ୍ତ୍ରୀ ପଦର ଶପଥ ଗ୍ରହଣ କରିଛନ୍ତି। ଆଉ ଏହା ପରେ ଓଡିଶାର ଏହି ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ଧର୍ମେନ୍ଦ୍ର ପ୍ରଧାନ ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତେ ନିଜ ନିଜ ମନ୍ତ୍ରଣାଳୟରେ ଦେଶ ପାଇଁ ଏବଂ ଖାସ କରି ଓଡିଶାର ଲୋକଙ୍କ ପାଇଁ ସଫଳତାର ସହିତ କାର୍ଯ୍ୟ କରନ୍ତୁ ବୋଲି ଟ୍ୱିଟ କରି ଆଶା ପ୍ରକାଶ କରିଛନ୍ତି ନବୀନ।

ଆଉ ନବୀନଙ୍କ ଏଭଳି ଟ୍ୱିଟରେ ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନଙ୍କ ଶୁଭେଚ୍ଛା ପାଇଁ ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର।ଆଉ କହିଛନ୍ତି ଆପଣଙ୍କ ଭଳି ରାଷ୍ଟ୍ରନେତାଙ୍କ ପ୍ରେରଣାଦାୟୀ ଶବ୍ଦ ଅନେକ କିଛି ତାତ୍ପର୍ଯ୍ୟ ରଖୁଛି। ଆଶା ଆକାଂକ୍ଷା ପୂରଣ କରିବା ସହିତ ଅଭିବୃଦ୍ଧି ପଥରେ ଆଗେଇବା ଏବଂ ବିକଶିତ ଓଡିଶା ଓ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଦିଗରେ ଆମେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବଦ୍ଧ ପରିକର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କିଛି ଦିନ ପୂର୍ବରୁ ଯେତେବେଳେ ନିର୍ବାଚନ ପାଇଁ ପ୍ରଚାର ଚାଲିଥିଲା ସେତେବେଳେ ଉଭୟ ଦଳର ନେତାମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେକ କରୁଥିବାର ଦେଖିବାକୁ ମିଳୁଥିଲା କିନ୍ତୁ ଆଜି ସେ ସମୟ ପଛରେ ପଡିଯାଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଉଭୟ ଦଳ ଯଥେଷ୍ଟ ସମ୍ମାନ କରୁଥିବାର ଏକ ସୁସ୍ଥ ପରମ୍ପରା ଦେଖିବାକୁ ମିଳିଛି।

ନିର୍ବାଚନ ମୈଦାନରେ ପରସ୍ପରର ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ଉଭୟ ଦଳର ଛାମୁଆ ନେତାଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନାଷ୍ପଦ ଆଚରଣ ଏକ ଭଲ ବାର୍ତ୍ତା ଦେଉଛି। ପ୍ରଥମେ ଓଡିଶାରୁ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଥିବା ସାଂସଦ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଉ ଏହା ପରେ ଏହି ଅଭିନନ୍ଦନ ବାର୍ତ୍ତାର ଉତ୍ତର ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାଲି ଉତ୍ତର ରଖିନାହାଁନ୍ତି ବରଂ ନବୀନଙ୍କ ସମ୍ମାନରେ ବହୁତ ବଡ ଶବ୍ଦ କହିଛନ୍ତି ଧର୍ମେନ୍ଦ୍ର। ପ୍ରତିପକ୍ଷ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଷ୍ଟେଟସମ୍ୟାନ ବୋଲି ସମ୍ବୋଧନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅର୍ଥାତ ତାଙ୍କର ଏହି ଶବ୍ଦ ମାଧ୍ୟମରେ ନବୀନଙ୍କୁ ବଡ ସମ୍ମାନ ଜଣାଇବା ସହ ସିଧାସଳଖ ପ୍ରଶଂସା ମଧ୍ୟ କରିଛନ୍ତି।

ନବୀନଙ୍କୁ ଜଣେ ରାଷ୍ଟ୍ରନେତା ବୋଲି କହିବା ସହ ତାଙ୍କର ଶବ୍ଦକୁ ପ୍ରେରଣାଦାୟୀ କହିଛନ୍ତି ଧର୍ମେନ୍ଦ୍ର। ଜାତୀୟ ସ୍ତରରେ ବାରମ୍ବାର ଏକନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକୃତିଲାଭ କରିଥିବା ଏବଂ ସମ୍ମାନିତ ହୋଇଥିବା ନବୀନ ପଟ୍ଟନାୟକଙ୍କ ସମ୍ମାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟେଟସମ୍ୟାନ ଭଳି ଉଚିତ ଶବ୍ଦ ବ୍ୟବହାର କରିଛନ୍ତି ବୋଲି କୁହାଯାଉଛି। ନିଜ ବିପକ୍ଷ ଦଳର ସର୍ବୋଚ୍ଚ ନେତାଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ଏଭଳି ସମ୍ମାନସୂଚକ ଶବ୍ଦ ବ୍ୟବହାର ପାଇଁ ତାଙ୍କୁ ବେଶ ପ୍ରଶଂସା କରାଯାଉଛି। ଏହା ଧର୍ମେନ୍ଦ୍ରଙ୍କ ରାଜନୈତିକ ପରିପକ୍ୱତା ଏବଂ ସୁସଂସ୍କାରକୁ ଦର୍ଶାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *