ରାଜ୍ୟରେ ମଦ ବନ୍ଦକୁ ନେଇ ଆସିଲା ବଡ଼ ଖବର । ଏମିତି କହିଲେ ମୋହନ ସରକାର…।

ରାଜ୍ୟରେ ମଦ ବନ୍ଦ ହେବା ନେଇ ଆସିଲା ବଡ଼ ଖବର । ମଦ ବନ୍ଦ ନେଇ ମିଛ ପ୍ରଚାର କଲେ ମହଙ୍ଗା ପଡ଼ିବ । ରାଜ୍ୟ ସରକାର ମଦ ବନ୍ଦ ନେଇ ସେପରି କିଛି କହିନାହାଁନ୍ତି । “ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ଓଡ଼ିଶାରେ ଦେଶୀ, ବିଦେଶୀ ମନ୍ଦ ବନ୍ଦ । ସ୍ୱାଧିନତା ଦିବସ ଠାରୁ ଓଡ଼ିଶାରେ ମଦ ବନ୍ଦ ହେବ” । ତେବେ ଏଭଳି କିଛି ସୂଚନା ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ତେବେ ଏହି ସୂଚନାକୁ ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବୟାନ ଜାରି କରାଯାଇଛି ।

ସାମାଜିକ ଗଣମାଧ୍ୟମରେ ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରହିବାକୁ କୁହାଯାଇଛି । ଏଭଳି ଫେକ ନ୍ୟୁଜ୍ ପ୍ରତି ସଚେତନ ରହିବାକୁ କୁହାଯିବା ସହ ସର୍ବଦା ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏପରି କରିବା ବେଆଇନ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅନେକ ଥର ରାଜ୍ୟ ସରକାରଙ୍କୁ ନେଇ ଅନେକ ମିଥ୍ୟା ଗୁଜବ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଥିଲା ।

ଆଜ୍ଞା ହଁ ବନ୍ଧୁଗଣ ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଜୋର ଧରିଥିଲା । ବିଶେଷ କରି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ଚିନ୍ତା ଘାରିଥିଲା ଯେ ଏବେ କଣ କରିବେ

ଏହି ପୋଷ୍ଟ ଭାଇରାଲ ହେବା ପରେ ଏବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି । ଆଉ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, “ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହିଭଳି ଫେକ୍ ନ୍ୟୁଜ୍ ପ୍ରତି ସଚେତନ ରୁହନ୍ତୁ । ସବୁବେଳେ ସରକାରୀ ସୂତ୍ରରୁ ପ୍ରଦତ୍ତ ତଥ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ । ଏହିଭଳି ମିଥ୍ୟାଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ । ଏହା ବେଆଇନ ଅଟେ” ।

Leave a Reply

Your email address will not be published. Required fields are marked *