ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ।

ହାରିବା ପରେ ମୁହଁ ଖୋଲିଲେ ବର୍ଷା। କାହାକୁ ଏମିତି ଟାର୍ଗେଟ କରିଲେ ବର୍ଷା। ନିନ୍ଦା ଅପିବାଦକୁ ନେଇ କହିଲେ ଏମିତି। କହିଲେ ସଫଳ ବ୍ୟକ୍ତି ସହ ଏମିତି ହୁଏ। ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହଁ ଆଜ୍ଞା ବର୍ଷା ପ୍ରିୟଦର୍ଶିନୀ ବିଜେଡି ଦଳରୁ ବିଧାୟିକା ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ହେଲେ ବୋହୁ ବ୍ୟବଧାନରେ ହାରିଗଲେ ବର୍ଷା ଆଉ ତା’ପରେ ନିରବ ରହିଥିଲେ ଆଉ ଏବେ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ଭର୍ଚ୍ଚନାରେ କାମ ଦେଇନଥିଲା ବିଜେଡିର ସେଲିବ୍ରେଟି କାର୍ଡ। ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଅମର ନାୟକ। ଆଉ ବର୍ଷା ପ୍ରିଦର୍ଶନୀ ହାରିଗଲା ପରେ ତାଙ୍କ ବିଷୟରେ ଅନେକ କଥା ଆଲୋଚନା ହେଉଥିଲା। ଆଉ ତା’ପରେ ବର୍ଷା ବି ଦେଖିଲେ ଯେ ବିଜେଡି ସରକାର ବି ଚାଲିଗଲା ଯେଉଁ ଦଳରୁ ସେ ଟିକେଟ ପାଇଁ ଲଢୁଥିଲେ। ଆଉ ଏଭଳି କିଛି ପୋଷ୍ଟ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ଏହି ପୋଷ୍ଟରେ ଲେଖିଛନ୍ତି ନକରାତ୍ମକ ଦ୍ୱାରା ପ୍ରଭାବିତ ହେଲେ ଜୀବନରେ କେବେ କେହି ଆଗକୁ ବଢି ପାରିବ ନାହିଁ। ତେବେ ଯେତେ ପ୍ରସିଦ୍ଧ ଓ ସଫଳ ଜୀବନରେ ଯେତେ ଆଗକୁ ବଢିବ ସେ ସେତେ ନିନ୍ଦା ଅପବାଦ ଆଉ ମିଥ୍ୟ ପ୍ରଚାରର ଶିକାର ହେବ। ଏହାକୁ ଉପହାର ଭାବି ଆଗକୁ ବଢି ଚାଲିବା ଉଚିତ। ସମାଜ କୌଣସି ସତ୍ୟତା ନଜାଣି ସବୁବେଳେ ଅନ୍ୟ ଉପରେ ଆଙ୍ଗୁଠି ଉଠାଏ, ହାତ ଧରି ଆଗକୁ ଚଲାଇ ନିଏନି… ଜୀବନରେ କୌଣସି ବି ପରିସ୍ଥିତିରେ ଧର୍ଯ୍ୟହରା ହେବା ଉଚିତ ନୁହେଁ।

ସଫଳ ବ୍ୟକ୍ତିର ହିଁ ବିରୋଧୀ ଥାଆନ୍ତି ଯେପରି ଫଳନ୍ତି ବୃକ୍ଷକୁ ହିଁ ଟେକା ମରାଯାଏ…ତେଣୁ କେବେବି ନିଜର ଲକ୍ଷ୍ୟ ପଥର ବିଚ୍ୟୁତ ହୁଅନ୍ତୁ ନାହିଁ…ମନେ ରଖନ୍ତୁ, ସଂଘର୍ଷ ହିଁ ଶକ୍ତ ଓ ମହାନ ବ୍ୟକ୍ତିତ୍ୱକୁ ଜନ୍ମ ଦିଏ।ଏଭଳି କିଛି ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ଲେଖିଥିବା ବେଳେ ଏବେ ଆଲୋଚନା ହେଉଛି କାହାକୁ ଟାର୍ଗେଟ କରି ବର୍ଷା ପ୍ରିୟଦର୍ଶନୀ ଏଭଳି ସୋସିଆଲ ମିଡିଆରେ ଲେଖିଛନ୍ତି।

ହଁ ଆଜ୍ଞା ତେବେ ଭର୍ଚ୍ଚନାରେ ପୂର୍ବତନ ବିଜେଡି ବିଧାୟକ ଅମର ଶତପଥି ଲଗାତାର ୨ ଥର ଯିଏକି ନିଜ ଗଡ଼ ସୁରକ୍ଷିତ ରଖିଥିବା ବେଳେ ୨୦୨୪ ନିର୍ବାଚନରେ ତାଙ୍କ ଟିକେଟ କଟି ଯାଇଥିଲା। ଆଉ ଦଳ ବର୍ଷା ପ୍ରିଦର୍ଶନୀଙ୍କୁ କରିଥିଲା ପ୍ରାର୍ଥୀ। ତେବେ ବର୍ଷା ପ୍ରିୟଦର୍ଶନୀ ଜିତିବା ନେଇ ବେସ ଆଶାବାଦୀ ଥିଲେ କି ଏଥର ବର୍ଷା ଏଠାରୁ ନିଶ୍ଚିତ ଭାବେ ନିଶ୍ଚୟ ଟିକେଟ ପାଇଛନ୍ତି ମାନେ ଜିତିଯିବେ। ଦେଖୁ ଦେଖୁ ରେଜଲ୍ଟ ବାହାରିଥିଲା ଆଶ୍ଚର୍ଯ୍ୟ ଜନକ ଭାବେ ବର୍ଷା ପ୍ରିୟଦର୍ଶନୀ ହାରି ଯାଇଥିଲେ। ଆଉ ସେପଟେ ବିଜେପିରୁ ଟିକେଟ ପାଇଥିବା ଅମର ନାୟକ ଜିତି ଯାଇଥିଲେ।

ଆଉ ଏହା ପରେ ବର୍ଷାକୁ ନେଇ ହୋଇଥିଲା ଅନେକ ଚର୍ଚ୍ଚା ଆଉ ଆଲୋଚନା। ଆଉ ବୋହୁ ଦିନ ପରେ ବର୍ଷା ପ୍ରିୟଦର୍ଶନୀ ପରାଜୟ ପରେ ଆଜି ଦେଖିବାକୁ ମିଳିଛି ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଯେଉଁଥିରେ ବର୍ଷା ଅନେକ କିଛି ଲେଖିବା ସହିତ ଲେଖିଛନ୍ତି ସଙ୍ଘର୍ଷ ହିଁ ଶକ୍ତ ଓ ମହାନ ବିକ୍ତିତ୍ୱକୁ ଜନ୍ମ ଦିଏ।

Leave a Reply

Your email address will not be published. Required fields are marked *