ମାତ୍ର ୩୦୦ ଟଙ୍କାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ ଦରମା ୩୦୦ ଟଙ୍କା।ଦରମା ନୁହେଁ ଦକ୍ଷିଣା କହିଲେ ମୁଖ୍ୟମନ୍ତ୍ରୀ। ସଙ୍ଘର୍ଷ ଓ କଠିନ ସମୟ କଥା ମନେ ପଡ଼ିଲା। ଦିନେ ଶିଶୁ ମନ୍ଦିରର ଶିକ୍ଷକ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ୬ ଜାନୁଆରୀ ୧୯୭୨ ରେ କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।

୨୦୨୪ ନିର୍ବାଚନରେ ଭାଜପା ତାଙ୍କୁ ପ୍ରାର୍ଥୀ କରିଥିଲା। ଏଥିରେ ସେ ୮୭ ହଜାର ୮୧୫ ଖଣ୍ଡ ଭୋଟରେ ସେ ବିଜୟୀ ହୋଇଥିଲେ। ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ସେ ପରାସ୍ତ କରି ସେ ୧୭୦୦ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏ ସବୁ ପୂର୍ବରୁ ତାଙ୍କର ରହିଛି ଅନେକ ସଙ୍ଘର୍ଷପୂର୍ଣ୍ଣ କାହାଣୀ।

ସେ ପ୍ରଥମେ ସ୍ୱରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଯେଉଁଠି ସେ ମାସକୁ ମାତ୍ର ୩୦୦ ଟଙ୍କା ଦକ୍ଷିଣା ପାଉଥିଲେ। ଟିଉସନ କରି ପରିବାରର ବୋଝ ସମ୍ଭାଳୁଥିଲେ। ଦିନେ ସେ ଶିଶୁ ମନ୍ଦିରରେ ଗୁରୁ ଥିଲେ ଆଜି ପୁରା ରାଜ୍ୟର ଗୁରୁ ଦାୟିତ୍ୱ ତାଙ୍କ ମୁଣ୍ଡରେ। ସମୟର ସ୍ରୋତରେ ଧୀରେ ଧୀରେ ତାଙ୍କୁ ରାଜନୀତିକୁ ଆସିବାକୁ ପଡିଲା ଏବଂ ପରେ ସେ ସରପଞ୍ଚ ପାଇଁ ଲଢ଼ି ବିଜୟୀ ହୋଇଥିଲେ

ସେବେଠାରୁ ତାଙ୍କର ରାଜନୀତିରେ ମୂଳଦୁଆ ପଡିଥିଲା। ସେ ୨୦୦୦ରେ ଓଡିଶା ବିଧାନସଭା ଲାଗି ଭାଜପା ଟିକେଟରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଜେତା ହୋଇଥିଲେ। ୨୦୦୪ ମସିହାରୁ ମଧ୍ୟ ସେ ଲଢ଼ି ସମାନ ଆସନରେ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ତାଙ୍କୁ ପରାଜୟର ସମୁଖୀନ ହେବାକୁ ପଡିଥିଲା। ଏଥିରେ ସେ ହାର ମାନିନଥିଲେ ସେ ପୁନର୍ବାର ୨୦୧୯ ରେ ନିର୍ବାଚନ ଲଢ଼ି ବିଜେତା ହୋଇଥିଲେ।

ଆଉ ଏବେ ପୁଣି ୨୦୨୪ ରେ ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ସେ ପରାସ୍ତ କରି ବିଜେତା ହେଲେ ଆଉ ମାରିଲେ ଲମ୍ବା ଡିଆଁ। ବିଧାୟକରୁ ସିଧା ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *