ବାପା ହେଇ ବି ଝିଅ ଶୁଝୁଚି ପିତ୍ରୁ ଋଣ

କଥାରେ ଅଛି ଜଣେ ସ୍ବାମୀ ପାଇଁ ତା ସ୍ତ୍ରୀ ରାଣୀ ହେଉ କିମ୍ବା ନ ହେଉ। କିନ୍ତୁ ଜଣେ ବାପା ପାଇଁ ତା ଝିଅ ରାଜକୁମାରୀ ହିଁ ଥାଏ। ଆଜି ମୁଁ ଏଇ ଲାଇନଟି ଏଇଥିପାଇଁ କହୁଛି କାହିଁକି ନା ଆଜି ହେଉଛି ଫାଦର୍ସ୍ ଡେ। ସମସ୍ତେ ଆଜି ମନାଉଛନ୍ତି ଫାଦର୍ସ୍ ଡେ।କିନ୍ତୁ ବାପାଙ୍କ ଦିନ ପିତାଙ୍କ ଦିନ। ବାପା ଙ୍କର ମୂଲ୍ୟ କଣ ଆମେ ଏଇ ଷ୍ଟାଟସ୍ ଦେଇ ପୁରା କରି ପାରିବା। ମୋ ବାପାଙ୍କର ଗୋଟେ ଆକ୍ସିଡେଣ୍ଟ୍ ହେଇଛି ଛଅ ସାତ ବର୍ଷ ହେଲାଣି।

ସେ ତାଙ୍କ କାମରେ ସାଇକେଲରେ ଯାଉଥିଲେ। ତ ପଛପଟୁ ଗୋଟେ ଗାଡ଼ି ଆସିକି ବାଡ଼େଇ ଦେଲା। ସେହି ପରଠୁ ବାପାଙ୍କର ଏହିଭଳି ଅବସ୍ଥା। ନିଜ କାମ ବି ନିଜେ ଠିକ୍ ସେ କରି ପାରୁ ନାହାଁନ୍ତି। ନିଜେ ଖାଇ ବି ପାରୁ ନାହାଁନ୍ତି। ବୋଉ ତାଙ୍କର ସବୁ ସେବା କରୁଛି। ଆମେ ଭାଈ ଭଉଣୀ ତିନି ଜଣ ବାପା ଆମକୁ ବହୁତ୍ ଗେହ୍ଲାରେ ବଢ଼େଇ ଥିଲେ। ଏମିତିକି ଯାହା କହିବା ପୂର୍ବରୁ ଆଣିକି ଦେଇ ଦିଅନ୍ତି।

ତାଙ୍କର ଏଇ ଅବସ୍ଥା ହେଲା ପରେ ତା ଉପରେ ମୁଁ ଏତେ ଗେହ୍ଲାରେ ବଢ଼ିଥିଲି। ଘରର କିଛି ଦାୟିତ୍ଵ ମୋ ମୁଣ୍ଡରେ ନଥିଲା। ମୁଁ କିଛି ବି ଜାଣି ନଥିଲି। ଏମିତି କି ଘରେ ଝାଡୁ ବି ଧରିନି। ମୋର ସେତେବେଳେ କିଛି ଫ୍ୟାମିଲି ଟେନସନ୍ ନଥିଲା। କିନ୍ତୁ ବାପାଙ୍କର ଏଇ ଅବସ୍ଥା ପରେ ମୁଁ ଘରୁ ଗୋଡ଼ କାଢିଲି।

ଆଉ ତାପରେ ବାପା ବୋଉଙ୍କର ଆଉ ଠାକୁରଙ୍କର ଆଶୀର୍ବାଦ ଯୋଗୁଁ ମୋତେ ଯବ୍ ବି ମିଳିଗଲା। ମୁଁ ଯେତେବେଳେ ଘରୁ ଗୋଡ଼ କାଢି ଗଲି ମୋ ବାପାଙ୍କର ଚିନ୍ତା ଥାଏ କି ନାଇଁ ମୋ ଝିଅ ଛୋଟଟେ ସେ ଏହା କରି ପାରିବ,ନକରି ପାରିବ। ଏତେ ଦୂର ବାଟ ଯାଇ ପାରିବ କି ନାହିଁ।ସବୁବେଳେ ବାପାଙ୍କର ଚିନ୍ତା ଥାଏ କି ଝିଅ ପିଲାଟା ରାତି ନଅଟାରେ ଘରେ ଆସି ପହଞ୍ଚିବ।

ତାପରେ ମୋ ସାନ ଭାଈର ବି ଯବ୍ ହେଲା। ଆମେ ଦୁଇ ଜଣ ମିଶି ଘର ଚଳେଇଲୁ। ଆଉ ମୋ ପାଇଁ ମୋ ସ୍ବାମୀ, ମୋ ବାପା ଦୁଇ ଜଣ ଯାକ ସମାନ।ଯେହେତୁ ବାପା ମୋତେ ଜନ୍ମ କରିଛନ୍ତି। ଛୋଟରୁ ବଡ଼ ହୋଇଛି କେବଳ ବାପାଙ୍କୁ ଦେଖିକି। ଏବେ ମୋ ଲାଇଫରେ ସ୍ଵାମୀ ତିନି ମାସ ହେବ ଆସିଲେ। କିନ୍ତୁ ବାପା ମୋର ପିଲା ବେଳୁ ପୁରା ଜନ୍ମରୁ ଥିଲେ। ତ ସେଥିପାଇଁ ମୁଁ ବାପାଙ୍କୁ ଆଗ ବାଛିବି। ବାପା ମାଆ ପିଲା ମାନଙ୍କର ସବୁବେଳେ ଖୁସି ହିଁ ଚାହାଁନ୍ତି।

ନିହାତି ଭାବରେ କୁହାଯାଏ କି ଆଜିକାଲିକା ଦୁନିଆଁରେ ଜୀବନ୍ତ ଭଗବାନ୍ ହେଉଛନ୍ତି ବାପା ମାଆ। ଯଦି ଆମେ ତାଙ୍କର ସେବା ଶୁଶ୍ରୁଷା କରିବା ତାହାଲେ ଫୋଟୋରେ ଥିବା ଭଗବାନଙ୍କର ବୋଧ ହୁଏ କିଛି ଦରକାର ବି ପଡ଼ିବନି। କାରଣ ଭଗବାନ୍ ଶ୍ରୀ ଗଣେଶ ମଧ୍ୟ ତାଙ୍କ ବାପା ମାଆ ଶିବ, ପାର୍ବତୀଙ୍କ ଚାରିପଟେ ବୁଲି କହିଥିଲେ କି ଇଏ ହେଉଛନ୍ତି ମୋର ଦୁନିଆଁ।

ତ ଆପଣମାନେ ଭାବନ୍ତୁ କି ଆପଣ ବାପା ମାଆଙ୍କୁ ନ ବାଛିକି ଆପଣଙ୍କର କିଛି ଦିନରେ ଆସିଥିବା ଲୋକଙ୍କୁ ବାଛୁଛନ୍ତି। ସେଇଟା କଣ ଆପଣଙ୍କ ପାଇଁ ଠିକ୍ ହେଉଛି। ସମସ୍ତେ ସବୁବେଳେ ବାପା ମାଆଙ୍କୁ ଅଧିକ ସମୟ ଦିଅନ୍ତୁ। କାରଣ ଆମ ଜୀବନରେ ବାପା ମାଆ ହିଁ ସବୁଠୁ ମୂଲ୍ୟବାନ।

Leave a Reply

Your email address will not be published. Required fields are marked *