ମୋଦୀଙ୍କ କ୍ୟାବିନେଟ ଉପରୁ ହଟିଲା ପରଦା। ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ।

ମୋଦୀଙ୍କ କ୍ୟାବିନେଟ ଉପରୁ ହଟିଲା ପରଦା। ଗୃହ-ପ୍ରତିରକ୍ଷା-ବୈଦେଶିକ ବିଭାଗ ଉପରେ ବିଜେପିର ଦବଦବା। ଏମାନଙ୍କୁ ମିଳିଲା ଏହି ଦାୟିତ୍ୱ।ବନ୍ଧୁଗଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଅର୍ଥାତ ଜୁନ ୯ ତାରିଖରେ ଇଣ୍ଡି ଗଠ ବନ୍ଧନର ନୂଆ ସରକାର ୭୧ ଜଣ ମନ୍ତ୍ରୀଙ୍କ ସହିତ ଶପଥ ନେଇଛନ୍ତି। ଯାହା ମଧ୍ୟରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ବା ୫ ଜଣ ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ୩୬ ଜଣ ରହିଛନ୍ତି ରାଷ୍ଟ୍ରମନ୍ତ୍ରୀ। ରବିବାର ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ପରେ ବିଜେପି ଗୃହମନ୍ତ୍ରାଳୟ ପ୍ରତିରକ୍ଷା ମନ୍ତ୍ରାଳୟ ଆଉ ବୈଦେଶିକ ମନ୍ତ୍ରାଳୟ ନିଜ ପାଖରେ ରଖିଛି।

ତେବେ ମୋଦୀ କ୍ୟାବିନେଟର ଅମିତ ଶାହାଙ୍କୁ ପୁଣିଥରେ ଦାୟିତ୍ୱରେ ଦେଇଛନ୍ତି ଗୃହ ମନ୍ତ୍ରାଳୟ ବିଭାଗ ପ୍ରତିରକ୍ଷା ମନ୍ତ୍ରଣାଳୟ ରାଜନାଥ ସିଂ ଏବଂ ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପୁଣିଥରେ ଏସ ଜୟଶଙ୍କରଙ୍କୁ ଦିଆଯାଇଛି। ନିତିନ ଗଡକରୀଙ୍କୁ ପୁଣିଥରେ ସଡକ ପରିବହନ ମନ୍ତ୍ରଣାଳୟ ଦିଆଯାଇଛି। ସଡ଼କ ପରିବହନର ଦାୟିତ୍ୱ ହର୍ଷ ମଲହୋତ୍ରାଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରଦାନ କରାଯାଇଛି। ଅଜୟ ଟମଟାଙ୍କୁ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀର ଦାୟିତ୍ୱ ଦିଆଯାଇଛି। ସେହିପରି ନିର୍ମଳା ସୀତାରମଣଙ୍କୁ ପୁଣିଥରେ ମିଳିଛି ଏଥ ଅର୍ଥ ବିଭାଗ।

ସେହିପରି ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ବିଭାଗ। ସମାନ ଭାବରେ ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ମନୋହରଲାଲା ଖଟ୍ଟରଙ୍କୁ ମିଳିଛି ଶକ୍ତି ଗୃହ ନିର୍ମାଣ ନଗର ଉନ୍ନୟନ ଏବଂ ଜିତନ ରାମ ମାଞ୍ଝୀ ଏମଏସଏମଇ ମନ୍ତ୍ରଣାଳୟ ମିଳିଛି। ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ମିଳିଛି କୃଷିମନ୍ତ୍ରୀ। ସେହିପରି ଜେପି ନଡ୍ଡାଙ୍କୁ ମିଳିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ମିଳିଛି ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ। ଚିରାଗ ପାଶୱାନ ହୋଇଛନ୍ତି ଖାଦ୍ୟପ୍ରକ୍ରିୟା କରଣ ଶିଳ୍ପମନ୍ତ୍ରୀ। କିରେନ ରିଜିଜୁ ହୋଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହୋଇଛନ୍ତି କେ ଆର ନାଇଡୁ।

ସମାନ ଭାବରେ ଭୁପେନ୍ଦ୍ର ଯାଦବଙ୍କୁ ମିଳିଛି ପରିବେଶ ମନ୍ତ୍ରଣାଳୟ ଜଙ୍ଗଲ ବିଭାଗ। ସେହିପରି ଅର୍ଣ୍ଣପୂନ୍ନା ଦେବୀଙ୍କୁ ମିଳିଛି ମହିଳା ଓ ବାଳ ବିକାଶ। ସେହିପରି ଦରଦୀପ ସିଂ ପୁରୀଙ୍କୁ ମିଳିଛି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ। ଆଉ ଏଚଡି କୁମାର ସ୍ୱାମୀଙ୍କୁ ମିଳିଛି ଭାରି ଶିଳ୍ପ ଏବଂ ଷ୍ଟିଲ ମନ୍ତ୍ରଣାଳୟ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ଗମନା ଗମନ ଓ ଉତର -ପୂର୍ବ ବିକାଶର ଦାୟିତ୍ୱ। ମନସୁଖ ମାଣ୍ଡଭ୍ୟଙ୍କୁ ମିଳିଛି ଶ୍ରମ ନିଯୁକ୍ତି ଏବଂ ଯୁବବ୍ୟାପାର କ୍ରୀଡା। ପୀୟୁଷ ଗୋଏଲ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ହୋଇଥିବା ବେଳେ ସିପି ପାଟିଲ ହୋଇଛନ୍ତି ଜଳ ଶକ୍ତିମନ୍ତ୍ରୀ।

Leave a Reply

Your email address will not be published. Required fields are marked *