ପୁରୀ ସମୁଦ୍ରକୂଳରେ ଗାଧାଉଥିଲା ରାଧିକା ,ଦୂରରୁ ତା ଦେହ ଉପରେ ନଜର ରଖିଥିଲା ଆସାମୀ,ଆଉ ତା ପରେ …!

ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳି ନିକଟ ବେଳାଭୂମିରୁ ଜଣେ ଯୁବତୀଙ୍କ ଅର୍ଧନଗ୍ନ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଶୁଣିବାକୁ ମିଳୁଛି ଯେ ଝିଅର ବୟସ 18 ବର୍ଷ। ଝିଅଟିକୁ ଅପହରଣ କରି ନେବା ପରେ ବଳତ୍କାର କରି ମୁହଁରେ ଏସିଡ୍‌ ମାରି ହତ୍ୟା କରାଯାଇଛି ଵୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପରିବାର ଲୋକମାନେ ଏପରି ସାଂଘାତିକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।

ତେବେ ସୂଚନା ଅନୁସାରେ ଝିଅଟିର ନାମ ରାଧିକା କୁଶୁୱା। ଶନିବାର ବାଳିଗୁଆଳି ବେଳାଭୂମିରୁ ଏହି ଯୁବତୀଙ୍କର ଅର୍ଦ୍ଧନଗ୍ନ ମୃତଦେହ ମିଳିଥିଲା। ଏହି ଝିଅଟି 23 ତାରିଖରେ ପୁରୀର ଶାନ୍ତି ପ୍ୟାଲେସରୁ ନିଖୋଜ ହୋଇଯାଇଥିଲା। ଏହାପରେ ଝିଅର କୌଣସି ପତ୍ତା ମିଳୁନଥିଲା।

କିନ୍ତୁ ହଠାତ ଏକ ମୃତଦେହ ବେଳାଭୂମିରେ ଦେଖି ପୋଲିସ ପ୍ରଥମେ ସେହି ନିଖୋଜ ହୋଇଯାଇଥିବା ଝିଅ ବୋଲି ସନ୍ଦେହ କରିଥିଲା। ତାପରେ ସେହି ଝିଅର ପରିବାର ଲୋକଙ୍କୁ ପୋଲିସ ଡାକିଥିଲା।

ପରିବାର ଲୋକ ଥାନାରେ ପହଞ୍ଚିବା ପରେ ମୃତଦେହକୁ ଚିହ୍ନଟ କରିଥିଲେ। ମୃତଦେହର କାନରେ ଲାଗିଥିବା କାନଫୁଲ, ହାତରେ ଲାଲ ଫିତା ଏବଂ ଗୋଡ଼ର କଳା ଫିତାକୁ ଦେଖି ମୃତଦେହଟି ରାଧିକାଙ୍କର ବୋଲି ତାଙ୍କ ବାପା କହିଥିଲେ। ବାପାଙ୍କର ନାମ ପ୍ରହଲ୍ଲାଦ କୁଶୁୱା।

ତେବେ ବାପା ନିଜ ଝିଅର ଏପରି ଅବସ୍ଥା ଦେଖି ଆଉ ସମ୍ଭାଳି ପାରି ନଥିଲେ।କାନ୍ଦି କାନ୍ଦି ସେ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅଙ୍କୁ କେହି ଅପହରଣ କରି ବଳତ୍କାର କରିବା ପରେ ହତ୍ୟା କରିଦେଇଛି। ଏହାସହ ବାପା ଏହି ଘଟଣାକୁ ସିବିଆଇ ତଦନ୍ତ କରୁ ବୋଲି ଅନୁରୋଧ କରିଛନ୍ତି।

ତେବେ ଏହି ମୃତ ଯୁବତୀ ଜଣକ ମଧ୍ୟପ୍ରଦେଶରୁ ଆସି ପୁରୀରେ ରହୁଥିଲେ। ତେବେ ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ବେଳଭୂମୀ ବୁଲିବା ନିମନ୍ତେ ସେ ଏକ ହୋଟେଲରେ ରହିଯାଇଥିଲେ। କିନ୍ତୁ ଆଜି ତାଙ୍କର ସବୁ ଇଛା ଅପୂର୍ଣ୍ଣ ରହିଗଲା। ଏବେ ଦେଖିବାକୁ ବାକି ରହିଲା ଯେ ପୋଲିସ କିପରି ଏହି ଯୁବତୀଙ୍କୁ ନ୍ୟାୟ ପ୍ରଦାନ କରୁଛି।

One thought on “ପୁରୀ ସମୁଦ୍ରକୂଳରେ ଗାଧାଉଥିଲା ରାଧିକା ,ଦୂରରୁ ତା ଦେହ ଉପରେ ନଜର ରଖିଥିଲା ଆସାମୀ,ଆଉ ତା ପରେ …!

  • November 30, 2022 at 8:51 am
    Permalink

    KINDLY ASAMIKU DHAR AND LIFE TIME PAINEE AKARMANY KARIDIA, EITA AR UPJUKTA SASTI HEBA, OR ENCOUNTER RE MARI DIA, ETHI RTI ra act nama nei kichhi hebani, karan kichhita rule and regulation re bhul rahichhi , seithipainee aji ebhali ghatuchhi

    Reply

Leave a Reply

Your email address will not be published. Required fields are marked *