ହଜିଯାଇଥିବା ସୁନା ଭର୍ତି ବ୍ୟାଗ ଫେରି ପାଇଲେ, ଗୋଡ଼ ଧରି ଅଟୋଚାଳକଙ୍କୁ ଧନ୍ୟବାଦ ଜଣାଇଲେ।

ତମେ ମଣିଷ ନୁହେଁ ଭାଇ ତୁମେ ହେଉଛ ଭଗବାନ। ତମର ଋଣ ଆମେ କେବେ ହେଲେ ବି ଜୀବନରେ ସୁଜି ପାରିବୁନି। ତମେ ଆମ ଉପରେ ବଡ଼ ଉପକାର କରିଛ। ତୁମକୁ ବହୁତ ବହୁତ ଧନ୍ୟବାଦ ଭାଇ। ଏମିତି କିଛି କହି ଅଟୋ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉକ୍ତ ମହିଳା ଓ ତାଙ୍କ ଭାଇ।

ହଁ ଆଜ୍ଞା କାଲି ହଜିଥିବା ସୁନା ଭର୍ତି ବ୍ୟାଗକୁ ଫେରି ପାଇଛନ୍ତି ମହିଳା। ସେ ପୁଣି କେବଳ ସମ୍ଭବ ପର ହୋଇପାରିଛି ଅଟୋ ଚାଳକଙ୍କ ମହୋନୀୟତା ପାଇଁ ଆଉ ନିଜର ସୁନା ବ୍ୟାଗକୁ ପାଇବା ପରେ ଖୁସିରେ ଆତ୍ମହରା ହୋଇଯାଇଛନ୍ତି ମହିଳା ମ ଆଉ କାନ୍ଦି କାନ୍ଦି ଅଟୋ ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଗତ କାଲିର ସେ ଘଟଣା ଆଉ ଅଟୋ ଡ୍ରାଇଭରଙ୍କ ଏଭଳି ମହୋନୀୟତା କୌଣସି ଫିଲ୍ମସ ସିନ ଠାରୁ କମ ନଥିଲା।ପୁରା ଘଟଣା ଥିଲା ଏପରି। ଅଟୋରେ ଯିବା ସମୟରେ ଜଣେ ମହିଳା ଦୁଇ ପିଲାଙ୍କୁ ସାଥିରେ ଧରି ଭଦ୍ରକରୁ ବାଲେଶ୍ଵର ସ୍ୱର ଅଭିମୁଖେ ଏକ ସୁନା ଭର୍ତି ବ୍ୟାଗ ନେଇ ଯାଉଥିଲେ। ହେଲେ ବ୍ୟସ୍ତ ଥିବାରୁ ଅଟୋ ଭିତରେ ହିଁ ବ୍ୟାଗକୁ ଛାଡି ଚାଲିଯାଇଥିଲେ ମହିଳା। ଆଉ ଅଟୋରୁ ଓଲ୍ହାଇବାର କିଛି ସମୟ ପରେ ଯେତେବେଳେ ତାଙ୍କ ବ୍ୟାଗକୁ ଖୋଜିଥିଲେ ସେତେବେଳେ ନପାଇବାରୁ ତାଙ୍କ ମୁଣ୍ଡ ଉପରେ ଯେମିତି ଚଡକ ପଡିଯାଇଥିଲା।

ବ୍ୟାଗ କୁଆଡେ ଗଲା ବୋଲି କିଛି ବୁଦ୍ଧି ବାଟ ଦେଖାଯାଇନଥିଲା। ଖାଲି ପାଦରେ ଏଣେ ତେଣେ ଘୁରିବୁଲି ଥିଲେ ମହିଳା ଜଣକ। ଆଉ କେମିତି ତାଙ୍କର ସୁନା ଭର୍ତି ବ୍ୟାଗକୁବପାଇବେ ସେଥିପାଇଁ ସମୟେ ଜି ଜାନ ଲଗାଇ ଦେଇଥିଲେ। କାହାର ହାତ ଧରୁଥୁଲେ ତ କାହାର ଗୋଡ଼ ଧରି ନେହୁରା ହେଉଥିଲେ ଆଉ କହୁଥିଲେ ଭାଇ ମୋତେ ଟିକେ ସାହାର୍ଯ୍ୟ କର। ମୋର ହଜି ଯାଇଥିବା ବ୍ୟାଗକୁ ଟିକେ ଖୋଜିବାରେ ସାହାର୍ଯ୍ୟ କର।

ଠିକ ସେହି ସମୟରେ ସୋସିଆଲ ମିଡିଆରେ ମହିଳା ଜଣକ ଦେଖିବାକୁ ପାଇଲେ ଯେ ଅଟୋ ଡ୍ରାଇଭରଙ୍କ ମହୋନିୟତା। ଆଉ ସେହି ଅଟୋରେ ହିଁ ତାଙ୍କ ବ୍ୟାଗକୁ ଛାଡି ଦେଇଥିବା ମହିଳା ଜଣକ ଜାଣିବାକୁ ପାଇଲେ। ଆଉ ଏ ଖବର ପାଇବା ମାତ୍ରେ ବସିବା ଜାଗାରୁ ଦୌଡ଼ି ଆସିଥିଲେ ମହିଳା ଜଣକ। ସଙ୍ଗେ ସଙ୍ଗେ ଯାଇ ଭଦ୍ରକ ସହରାଞ୍ଚଳ ଥାନାରେ ପହଞ୍ଚିଥିଲେ। ଆଉ ଅପେକ୍ଷା କରିଥିଲେ ସେହି ଭଗବାନ ରୂପୀ ଅଟୋ ଚାଳକଙ୍କୁ ଥରୁଟିଏ ଦେଖିବା ପାଇଁ। ନିଜର ଜିନିଷକୁ ଫେରି ପାଇବା ସହ ଧନ୍ୟବାଦ ଜଣାଇଛନ୍ତି ମହିଳା ଜଣକ।

ହଁ ଆଜ୍ଞା ଶୁଭସ୍ମିତା ଲେଙ୍କା ନାମକ ଜଣେ ମହିଳା ଗତ କାଲି ଶଶୁର ଘର ସ୍ୱର ତଳ ନଗରରୁ ଭଦ୍ରକ ସାବରଙ୍ଗକୁ ଝିଆରୀ ବାହାଘର ପାଇଁ ଆସୁଥିଲେ। କିନ୍ତୁ କିଛି ନିଜସ୍ବ କାର୍ଯ୍ୟ ପାଇଁ ଜାମୁଛେଡି ନିକଟରେ ଓଲ୍ହାଇ ପଡ଼ିଥିଲେ ଶୁଭସ୍ମିତା। କିନ୍ତୁ ବ୍ୟାଗଟି ଅଟୋରେ ରହିଯାଇଥିଲା। ବହୁ ଖୋଜାଖୋଜି ପରେ ସିମୁଳିଆ ଥାନାରେ ମଧ୍ୟ ଜଣାଇଥିଲେ ଶୁଭସ୍ମିତା। ଆଉ ଯେତେବେଳେ ଖବର ପାଇଲେ କି ତାଙ୍କ ବ୍ୟାଗ ସୁରକ୍ଷିତ ଅଛି ଆଉ ସେହି ବ୍ୟାଗ ଥାନାରେ ହିଁ ଅଛି ସେତେବେଳେ ସେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ। ଆଉ ଦୌଡ଼ି ଆସିଥିଲେ ଭଦ୍ରକ ସହରାଞ୍ଚଳ ଥାନାକୁ। ଭଦ୍ରକ ସହରାଞ୍ଚଳ ଥାନାରେ ପହଞ୍ଚି ଶୁଭସ୍ମିତା ଏତେ ଖୁସି ହୋଇଯାଇଥିଲେ ଯେ ପାଦରେ ଜୋତା ମଧ୍ୟ ନଥିଲା ଆଉ ଆଖିରୁ ଲୁହ ଗୋଡ଼ାଇ ଖାଲି କହୁଥିଲେ ସେ ଭଗବାନ ସ୍ୱରୂପ ମଣିଷକୁ ମୁଁ ଟିକେ ଆଖି ପୁରେଇ ଦେଖିବି।

ଆଉ ଅଟୋ ଚାଳକ ଆସିବା ପରେ ଅଟୋଚାଳକଙ୍କ ପାଦ ଛୁଇଁ କାନ୍ଦି କାନ୍ଦି ନିଜ ଭାବ ବେଗକୁ ପ୍ରକାଶ କରିଛନ୍ତି ଶୁଭସ୍ମିତା। ଥାନା ଅଧିକାରୀ ଏବଂ ଗଣମାଧ୍ୟମ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଶୁଭସ୍ମିତାଙ୍କୁ ନିଜର ବ୍ୟାଗଟିକୁ ପ୍ରଦାନ କରିଥିଲେ।ତେବେ ଅଟୋ ଚାଳକ ଏନାୟତଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଆଉ ସବୁଠି ଶୁଣିବାକୁ ମିଳୁଛି ଏନାୟତଙ୍କର ବାଃ ବାଃ।

One Comment on “ହଜିଯାଇଥିବା ସୁନା ଭର୍ତି ବ୍ୟାଗ ଫେରି ପାଇଲେ, ଗୋଡ଼ ଧରି ଅଟୋଚାଳକଙ୍କୁ ଧନ୍ୟବାଦ ଜଣାଇଲେ।”

Leave a Reply

Your email address will not be published. Required fields are marked *