“ଖାଲି ପାଦରେ କୋଲକାତା ଯାଇ ଗଙ୍ଗାନଦୀରୁ ଗରାଏ ପାଣି ଆଣିଛି, ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗାଧୋଇଦେବି” ।

ବନ୍ଧୁଗଣ ଗତ ଜୁନ୍ ୪ରେ ରେଜଲ୍ଟ ବାହାରିଲା । ସେହିଦିନ ସଂଧ୍ୟାରୁ ଚର୍ଚ୍ଚା ଚାଲିଛି ଯେ ଏଯାଏଁ ସରୁନି । ପ୍ରାୟ ୬ ଦିନ ଧରି ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ଆସୁଛି ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ? ପ୍ରତିଦିନ ନୂଆ ନୂଆ ଚେହେରା ସାମନାକୁ ଆସୁଛନ୍ତି । ହେଲେ କେହି କିଛି କହିପାରୁ ନାହାନ୍ତି । ଏଭଳି ସମୟରେ ଅନେକ ଲୋକଙ୍କ ହାର୍ଟବିଟ ବଢିବାରେ ଲାଗିଛି । ସେପଟେ ଦିନକ ପରେ ରାଜ୍ୟ ଦେଖିବ ଏକ ବିରାଟ ଶପଥଗ୍ରହଣ ଉତ୍ସବ । ତେବେ ବାସ୍ ଆଉ କେଇଟା ଘଣ୍ଟାର ଅପେକ୍ଷା । ସବୁ ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ସ୍ପଷ୍ଟ ହୋଇଯିବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରା ।

ନବୀନ ପଟ୍ଟନାୟକଙ୍କ ପରେ ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାହାର ଏକ ସ୍ପଷ୍ଟ ଚିତ୍ର ବହୁତ୍ ଜଲଦି ସାମନାକୁ ଆସିବ । ତେବେ ଓଡ଼ିଶାର ଆଗାମୀ ମୂଖ୍ୟମନ୍ତ୍ରୀ ଯିଏ ହୁଅନ୍ତୁ ନା କାହିଁକି ଏବେଠାରୁ କିଛି ଲୋକ ତାକୁ ନେଇ ବେଶ୍ ଉତ୍ସୁକତାର ସହ ଚାହିଁ ବସିଛନ୍ତି ଜନୈକ ବ୍ୟକ୍ତି ଇତି ମଧ୍ୟରେ ଖାଲି ପାଦରେ କୋଲକାତା ଯାଇ ଗଙ୍ଗାନଦୀରୁ ଗରାଏ ପାଣି ଆଣିଛନ୍ତି । ଆଉ ସେହି ପାଣିରେ ନୂଆ ମୁଖ୍ୟମନ୍ତ୍ରୀ ଯିଏ ହେବେ ତାଙ୍କୁ ଗାଧୋଇଦେବେ ।

ନିକଟରେ ଉକ୍ତ ଯୁବକଙ୍କ ସହ ଏକ ସାକ୍ଷାତକାର ସମୟରେ କଥାବାର୍ତ୍ତା ବେଳେ ସେ ଏଭଳି ଅଦ୍ଭୁତ କାର୍ଯ୍ୟ କରିବାର କାରଣ କଣ ଖୋଲି କହିଛନ୍ତି । ଉକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ମନୋଜ କୁମାର ପରିଡ଼ା ଏବଂ ସେ ଯାଜପୁର ବାସିନ୍ଦା ଅଟନ୍ତି । ସେ କହିଛନ୍ତି ଯେ ସେ କଲିକତାରୁ ଗଗରା ଭରି ଗଙ୍ଗାଜଳ ଆଣିଛନ୍ତି ଆଉ ଯିଏ ନୂଆ ମୂଖ୍ୟମନ୍ତ୍ରୀ ହେବେ ତାଙ୍କୁ ସେ ଗାଧୋଇ ଦେବେ । ୧୧ ତାରିଖ ଦିନ ଯାହାଙ୍କ ନାଆଁ ଘୋଷଣା ହେବ ସେ ଗଙ୍ଗାଜଳ ନେଇ ତାଙ୍କ ପାଖରେ ପହଞ୍ଚାଇବେ । ସେ ଗୋଟେ ସାଧାରଣ ପରିବାରରୁ ଆସିଛନ୍ତି ।

ଆଉ ତାଙ୍କୁ ଭଲ ଲାଗିଲା ଯେ ବିଜେପି ସରକାର ଯେତେବେଳେ ଓଡିଶାରେ ଜିତିଲା ସେ ସେଇଥିପାଇଁ ଗୋଟେ ଇମ୍ପ୍ରେସ ହେଇକି ନିଜ ଇଚ୍ଛାରେ ମନକୁ ଯାଇକି କଲିକତାରୁ ଗଙ୍ଗାଜଳ ନେଇକି ଆସିଲେ । ସେ କଲିକତା ଯାଇକି ସେଠି ବାବୁଘାଟରୁ ବଡ଼ ବଜାର ଆଉ ସେହି ବଡବଜାରରେ ଜଗନ୍ନାଥ ଘାଟ ବୋଲି ଗୋଟେ ଜାଗା ଅଛି କଲିକତା ହାୱଡା ବ୍ରିଜ ତଳେ ସେଇଠୁ ଯାଇକି ପାଣି ଉଠେଇକି ଆଣିଛନ୍ତି । କଲିକତାରୁ ମହାପାତ୍ର ବସ୍ ଯୋଗେ ଯାତ୍ରା କରି ବାଣୀବିହାରରୁ ପଦଯାତ୍ରା କରି ସେଠି ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *