ଶପଥପାଠ ବେଳେ କ୍ୟାବିନେଟ୍ ମନ୍ତ୍ରୀ କରିଦେଲେ ଏକ ବଡ଼ ଭୁଲ । ଭୁଲ ଶପଥ ପାଠ କରିବାରୁ ଅଧାରୁ ରୋକି ଦେଲେ ରାଷ୍ଟ୍ରପତି ।

ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । ନିର୍ବାଚନରେ ବହୁମତ ପାଇବା ପରେ ଏନଡିଏ ସରକାରରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଚୟନ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ମୋଟ ୭୧ ଜଣ ନେତା ଏହି ଉତ୍ସବରେ ଶପଥ ଗ୍ରହଣ କରିଛନ୍ତି । ମହାମହିମ ରାଷ୍ଟ୍ରପତି ସମସ୍ତଙ୍କୁ ଶପଥ ପାଠ କରାଇଥିବା ବେଳେ ଜଣେ ମନ୍ତ୍ରୀଙ୍କ ଶପଥପାଠ ଅଧାରେ ରୋକି ଦେଇଛନ୍ତି । ଶପଥପାଠକୁ ଭୁଲରେ ପଢିଥିବାରୁ ରବନୀତ ସିଂହ ବିଟ୍ଟୁଙ୍କୁ ଅଧାରୁ ରୋକି ପୁଣିଥରେ ପଢିବା ପାଇଁ କହିଥିଲେ ରାଷ୍ଟ୍ରପତି ।

ଶପଥ ଗ୍ରହଣ ଉତ୍ସବରେ ମୋଟ ୭୧ ଜଣ ମନ୍ତ୍ରୀ କ୍ୟାବିନେଟ ପାହ୍ୟାରେ ଶପଥ ନେଇଛନ୍ତି । ଏହି ତାଲିକାରେ ସାମିଲ ରହିଥିଲେ ଲୁଧିୟାନା ଲୋକସଭା ସିଟରୁ ପରାଜିତ ନେତା ରବନୀତ ସିଂହ ବିଟ୍ଟୁ । ତେବେ ଶପଥପାଠ ବେଳେ ଏକ ବଡ଼ ଭୁଲ କରି ଦେଇଛନ୍ତି ରବନୀତ । ଶପଥ ପାଠ କରିବା ସମୟରେ ସେ ଏକ ଶବ୍ଦକୁ ଅତିକ୍ରମ କରି ଆଗକୁ ପଢି ଚାଲିଥିଲେ । କିନ୍ତୁ ରାଷ୍ଟ୍ରପତି ମୁର୍ମୁ ଏହାକୁ ଦେଖି ତାଙ୍କ ଅଧାରୁ ରୋକି ଦେଇଥିଲେ ଏବଂ ସେହି ଶବ୍ଦଟିକୁ ପଢିବା ପାଇଁ କହିଥିଲେ ।

ଶପଥପାଠରେ ଲେଖା ଥିବା ଶବ୍ଦଟି ରବନୀତ ଭୁଲବଶତଃ ନ ପଢି ଆଗକୁ ପଢି ଚାଲିଥିଲେ । ତେବେ ଏହାର ଅର୍ଥ ହେଉଛି ଶୁଦ୍ଧ ଅନ୍ତଃକରଣରେ… । ତେବେ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଶବ୍ଦକୁ ଶପଥ ପାଠରେ ନ ପଢିବାକୁ ଗ୍ରହଣ କରି ପାରି ନାହାନ୍ତି ମହାମହିମ ରାଷ୍ଟ୍ରପତି । ତେଣୁ ରବନୀତଙ୍କୁ ପୁଣିଥରେ ସେହି ଶବ୍ଦରୁ ପଢିବା ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ରବନୀତ ମଧ୍ୟ ଏହାପରେ ସଠିକ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ସୂଚନା ଥାଉ କି, ରବନୀତ ବିଟ୍ଟୁ ଲୁଧିୟାନା ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଏବଂ ଅମରିନ୍ଦର ସିଂହ ବଡିଙ୍ଗଙ୍କ ମଧ୍ୟରେ ନିର୍ବାଚନ ଲଢେଇ ହୋଇଥିଲା । ତେବେ ନିର୍ବାଚନରେ ୨୦,୯୪୨ ଭୋଟରେ ପରାସ୍ତ ହୋଇଛନ୍ତି ରବନୀତ ସିଂହ ବିଟ୍ଟୁ । ଏହାପରେ ଗତ ମାର୍ଚ୍ଚରେ ସେ ବିଜେପିରେ ସାମିଲ ହୋଇଥିଲେ । ତେବେ ୨୦୨୪ ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢିଥିଲେ ରବନୀତ । ଏହାପରେ ମୋଦୀ କ୍ୟାବିନେଟ ୩.୦ରେ ତାଙ୍କୁ ସୁଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *