ଜଗନ୍ନାଥଙ୍କୁ ପ୍ରଣାମ କରି ଆରମ୍ଭ କଲେ କହିବା… ଲୁହ ଭିଜା ଆଖିରେ କ୍ଷମା ମାଗିଲେ ଭି.କେ ପାଣ୍ଡିଆନ ।

ଜଗନ୍ନାଥଙ୍କୁ ପ୍ରଣାମ କରି ଆରମ୍ଭ କଲେ କହିବା । ଲୁହ ଭିଜା ଆଖିରେ କ୍ଷମା ମାଗିଲେ ଭି.କେ ପାଣ୍ଡିଆନ । ହାତ ଯୋଡ଼ି ଭୁଲ୍ ହେଇଯାଇଛି ବୋଲି କହିଲେ । ସବୁଦିନ ପାଇଁ ରାଜନୀତି ଛାଡ଼ିଦେଲେ ପାଣ୍ଡିଆନ୍ । ଆଜ୍ଞା ହଁ ବନ୍ଧୁଗଣ ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେଡିର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ତେବେ ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଓ ୨୪ ବର୍ଷ ଶାସନ ପରେ ନବୀନ ପଟ୍ଟନାୟକଙ୍କ ପରାଜୟ ପାଇଁ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଓଡ଼ିଶାବାସୀ

ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ତେବେ ଏସବୁ ଆଲୋଚନା ଭିତରେ ଫଳାଫଳ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପାଣ୍ଡିଆନ୍ । ପ୍ରଥମ ପ୍ରତିକ୍ରିୟାରେ ହିଁ ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଏକ ଭିଡିଓ ଜାରି କରି ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ହାତ ଯୋଡ଼ି ସେ ବିଜୁ ପରିବାର ଏବଂ କର୍ମୀମାନଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି ।

ବନ୍ଧୁଗଣ ଏହି ଭିଡିଓରେ ପାଣ୍ଡିଆନ୍ କହିଛନ୍ତି ଯେ, ମୋ ବିରୋଧରେ ଚାଲିଥିବା ପ୍ରଚାର ଦଳକୁ କ୍ଷତି ପହଞ୍ଚାଇଛି । ଏଥିପାଇଁ ମୁଁ ଦୁଃଖିତ । ନବୀନଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିବା ସେ ଏହି ଭିଡିଓରେ କହିଛନ୍ତି । କିନ୍ତୁ ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପାଇଁ ସେ ସମଗ୍ର ଓଡ଼ିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ, ରାଜନୀତିର ଏହି ଯାତ୍ରାରେ କାହାକୁ ଆଘାତ ଦେଇଥିଲେ ମୁଁ ଦୁଃଖିତ ।

ତେବେ ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୭ ତାରିଖରେ ବିଜୁ ଜନତା ଦଳରେ ବିଦିବଦ୍ଧ ଭାବରେ ସେ ସାମିଲ ହୋଇଥିବା ବେଳେ ଜୁନ୍ ୯ ତାରିଖରେ ସେ ରାଜନୀତିରୁ ବିଦାୟ ନେଇଛନ୍ତି । ଦଳରେ ଫାଇଭ-ଟି ଅଧ୍ୟକ୍ଷ ପଦବୀ ସହ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମଧ୍ୟ ମିଳିଥିଲା । ପୂର୍ବରୁ ସରକାରୀ ଚାକିରି ଛାଡ଼ିଥିବା ବେଳେ ଏବେ ରାଜନୀତିରୁ ମଧ୍ୟ ବିଦାୟ ନେଇଛନ୍ତି । ତେଣୁ ଆଗକୁ ସେ କ’ଣ କରିବେ, ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୩ ମସିହା ଅକ୍ଟୋବରରେ ଆଇଏଏସ ଚାକିରିରୁ ସେ ଅବସର ନେଇଥିଲେ ।

Leave a Reply

Your email address will not be published. Required fields are marked *