ମୁଖ୍ୟମନ୍ତ୍ରୀ ହେବେ ନବୀନ । ଘୁଞ୍ଚିଲା ୨୦୨୪ ମୂଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବ ।

ବିଜେଡ଼ିକୁ ମାତ୍ ଦେଇ ବିଜେପି ସରକାର ଗଠନ କରିବାକୁ ଯାଉଛି । ଆସନ୍ତା କାଲି ଅର୍ଥାତ୍ ୧୦ ତାରିଖ ନୂଆ ମୂଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥାନ୍ତେ ବିଜେପିର କୌଣସି ଜଣେ ବଡ଼ ନେତା । ହେଲେ ଏହାରି ଭିତରେ ଦୁଇଦିନ ଘୁଞ୍ଚିଛି ଶପଥ ଗ୍ରହଣ ଉତ୍ସବ । ତେବେ କାହିଁକି ୨ଦିନ ଘୁଞ୍ଚିଲା ଶପଥ ଗ୍ରହଣ ଉତ୍ସବ ଏବେ ଚାଲିଛି ଚର୍ଚ୍ଚା । ନବୀନଙ୍କ ନାଁକୁ ନେଇ ମଧ୍ୟ ହେଉଛି ଚର୍ଚ୍ଚା । ନବୀନ ପଟ୍ଟନାୟକଙ୍କୁ ପୁଣି ମୂଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଚାହୁଁଛନ୍ତି ସାରା ରାଜ୍ଯ । ସେଥିପାଇଁ ବିଜେପି କରୁଛି ଏକ ବଡ଼ ଷଡ଼ଯନ୍ତ୍ର

ଯେଉଁଥିପାଇଁ ଦୁଇଦିନ ମୂଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବକୁ ଘୁଞ୍ଚାଇଛି । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ । ତେବେ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖକୁ ନେଇ ନୂଆ ସୂଚନା ଆସିଛି । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଧାୟକଙ୍କ ଶପଥ ଗ୍ରହଣ ପାଇଁ ଜୁନ୍ ୧୦ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏବେ ଏଥିରେ ପରିତବର୍ତ୍ତନ ହୋଇଥିବା ସୂଚନା ମିଳୁଛି ।

୧୦ ତାରିଖ ନୁହେଁ ବରଂ ୧୨ରେ ହେବ ଶପଥ ଗ୍ରହଣ ହେବ ବୋଲି ଶୁଣିବାକୁ ମିଳୁଛି । ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଏଯାଏଁ ମିଳି ପାରିନାହିଁ । ଯାହା ରାଜ୍ୟବାସୀଙ୍କ ପାଇଁ ସବୁଠୁ ବଡ ସସପେନ୍ସ । ଆଜ୍ଞା ହଁ ବନ୍ଧୁଗଣ ଓଡ଼ିଶାରେ କିଏ ହେବେ ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟ ବିଜେପିର ଅନେକ ହେଭିୱେଟ ନେତା ଦୌଡରେ ରହିଥିବା ଜଣାପଡିଛି ।

ଏ ସସପେନ୍ସରୁ ପରଦା ଉଠୁନଥିବା ବେଳେ ଏବେ ତାରିଖ ଘୁଞ୍ଚିବା ନେଇ ବଡ଼ ଖବର ସାମନାକୁ ଆସିଛି । ବିଜେପି ପ୍ରଥମଥର ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି । ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ରାଜ୍ୟର ନୂଆ ସରକାରଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *