“ହୀରା ଭଳିଆ ମୁଖ୍ୟମନ୍ତ୍ରୀ ହାରିଗଲେ, ମୋତେ ଦୁଇ ତିନି ଦିନ ହେଲା ଖାଇବାକୁ ଇଚ୍ଛା ହେଉନଥିଲା” ।
ବନ୍ଧୁଗଣ ଚଳିତ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ବିଜେଡିକୁ କ୍ଷମତାଚ୍ୟୁତ କରି ଅପ୍ରତ୍ୟାଶିତ ଭାବେ ବହୁମତ ହାସଲ କରିଛି ବିଜେପି । ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଥର ପରାଜୟକୁ ସାମ୍ନା କରିଛନ୍ତି । ଆଜି ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ରହିନାହାନ୍ତି । ୨୦୨୪ ନିର୍ବାଚନରେ ପରାଜୟ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମହାନ ଜନନାୟକ ନବୀନ ପଟ୍ଟନାୟକ । ହାରି ଯାଇଛି ବିଜେଡ଼ି ଆଉ ହାରି ଯାଇଛନ୍ତି ନବୀନ । ବିଜୁ ଜନତା ଦଳର ଦୁର୍ଗ ପତନ ହୋଇଛି ।
ଦୀର୍ଘ ୨୪ ବର୍ଷର ନବୀନ ସରକାରର ଓଡ଼ିଶାରେ ଅନ୍ତ ଘଟିଛି । ବିଜେଡ଼ି ହାତରୁ ଖସି ଯାଇଛି ରାଜ୍ୟର ଶାସନ ଡୋରି । ଆଉ ନବୀନଙ୍କ ପାଖରୁ ଚାଲି ଯାଇଛି ମୁଖ୍ୟମନ୍ତ୍ରୀ ପଦ । ଆଉ ଆଜି ସେହି ନବୀନ ଯୁଗରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏଭଳି ଜଣେ ଜନନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାନ୍ଦି ଉଠିଛି କୋଟିକୋଟି ଓଡ଼ିଆଙ୍କ ମନ । ନବୀନ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ଇତିହାସରେ ଜଣେ ବୋଲି କହିଛନ୍ତି ଓଡ଼ିଶାବାସୀ ।
ତେବେ ନବୀନଙ୍କ ଅଗଣିତ ପ୍ରଶଂସକ ମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିକଟରେ ଏକ ସାକ୍ଷାତକାର ସମୟରେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ହେତୁ ପାଇଲା ଦିନ ଠାରୁ ଯେତେବେଳେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳୁ ଓଡ଼ିଶାର ମୂଖ୍ୟମନ୍ତ୍ରୀ କିଏ ବୋଲି ପଚରାଗଲେ ଉତ୍ତର ଦେଉଥିଲେ ନବୀନ ପଟ୍ଟନାୟକ । ୨୭ ବର୍ଷ ହେଲା ଶୁଣି ଆସୁଥିଲେ ଗୋଟାଏ ନାରା ନବୀନ ପଟ୍ଟନାୟକ । ଆଉ ଆଜି ନବୀନ ହାରି ଗଲାରୁ କେବଳ ସେ ନୁହଁନ୍ତି ସାଢେ଼ ୪ କୋଟି ଲୋକ ଦୁଃଖ କରୁଛନ୍ତି ଯେ ହୀରା ତୁଲ୍ୟ ଜଣେ ଲୋକଙ୍କୁ ହରାଇକି ପିତଳ ଆଉ ଗୋଟାଏ ରୂପା ଭଳିଆ ଲୋକଙ୍କୁ ଆଣିକି ଗାଦିରେ ବସାଇବେ ।
ନବୀନ ପଟ୍ଟନାୟକ ବେଶୀ କଥାବାର୍ତ୍ତା କରନ୍ତିନି କି କାହା ଉପରେ କିଛି ଟିପ୍ପଣୀ ଦିଅନ୍ତିନି ସେ ସବୁବେଳେ ନିଜ କାମଟାକୁ ପ୍ରାଧାନ୍ୟ ଦିଅନ୍ତି । ହାର ଜିତ୍ ତ ଶାସନବାଜିରେ ଲାଗି ରହିଛି କିନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶାରୁ ହାରିବା ଟା ଇମୋସନାଲି ବହୁତ୍ ଖରାପ୍ ଲାଗୁଛି । ନବୀନ ପଟ୍ଟନାୟକ ମଣିଷ ନୁହଁନ୍ତି ସେ ଜଣେ ଅଦ୍ଭୁତ ଲୋକ । ତାଙ୍କ ପରି ଲୋକ ଆଉ ଓଡ଼ିଶା ପାଇବ କି ନାହିଁ ସେ ଜାଣିନାହଁନ୍ତି । କିନ୍ତୁ ନବୀନଙ୍କ ପରି ହୀରା ଭଳିଆ ମୁଖ୍ୟମନ୍ତ୍ରୀ ହାରିଗଲେ, ତାଙ୍କୁ ଦୁଇ ତିନି ଦିନ ହେଲା ଖାଇବାକୁ ଇଚ୍ଛା ହେଇନଥିଲା ବୋଲି କହିଛନ୍ତି ଯୁବକ ଜଣକ ।