ମେ ୨୩ ରୁ ୨୭ ଓଡ଼ିଶାରେ ତାଣ୍ଡବ ରଚିବ ବାତ୍ୟା

ଖରା ଦିନରେ ଓଡ଼ିଶାକୁ ଥରାଇବ ‘ବାତ୍ୟା’।ମେ’ ୨୩ରୁ ୨୭ ଯାଏଁ ଓଡ଼ିଶାକୁ ହାଇ ଆଲର୍ଟ। ଏହିଦିନ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ରେମାଲ୍’। ଧୀରେ ଧୀରେ ସ୍ପଷ୍ଟ ହେବ ବାତ୍ୟାର ଆଖି। ହଁ ଦର୍ଶକ ବନ୍ଧୁ ଆଉ ମାତ୍ର କିଛିଦିନ ପରେ ଓଡ଼ିଶା ସାମ୍ନା କରିବାକୁ ଯାଉଛି ଏକ ବାତ୍ୟାର। ଖରାଦିନରେ ବି ବାତ୍ୟା ହେବ ବୋଲି କେହି ବୋଧ ହୁଏ କେବେ କଳ୍ପନା କରି ନଥିବେ।

କିନ୍ତୁ ବାସ୍ତବରେ କିଛି ଏମିତି ଘଟିବାକୁ ଯାଉଛି। ଯେଉଁଥି ପାଇଁ ଏବେ ଚିନ୍ତାରେ ପଡ଼ି ଗଲେଣି ଓଡ଼ିଶା ବାସୀ। ଶେଷଥର ଓଡ଼ିଶାରେ ବାତ୍ୟା ଜୱାଦ୍ ତାର ଛାପ ଛାଡ଼ି ଯାଇଥିଲା ୨୦୨୧ ମସିହାରେ। ଆଉ ତିନି ବର୍ଷ ପରେ ଏବେ ପୁଣି ଏକ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଆମ ରାଜ୍ୟ। ମେ ୨୩ ତାରିଖ ବେଳକୁ ପଶ୍ଚିମ ବଙ୍ଗ ଉପକୂଳରେ ଏକ ବାତ୍ୟା ସୃଷ୍ଟି ହେବା ନେଇ ଅନୁମାନ କରାଯାଇଛି।

ମେ ୨୩ ରୁ୨୭ ମଧ୍ୟରେ ଓଡ଼ିଶା, ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପରେ ବାତ୍ୟାର ପ୍ରଭାବ ପଡ଼ିପାରେ। ଏହା ବ୍ୟତୀତ ୨୮ମେ ବେଳକୁ ମୁମ୍ବାଇ ଆଉ ଗୁଜୁରାଟରେ ହୋଇ ପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ତେବେ ପାଣିପାଗ ବିଭାଗର କହିବା ହିସାବରେ ମେ ୨୦ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗ ଉପକୂଳରୁ ଉତ୍ତର ଆଡ଼କୁ ବଢ଼ିବ। ଆଉ ଧୀରେ ଧୀରେ ବୃଦ୍ଧି ପାଇବ ବାତ୍ୟାର ବଳ । ଆଉ ୨୪ ମେ’ ରେ ଏହା ବାତ୍ୟାରେ ପରିଣତ ହେବ।

ଆଉ ୨୫ ମେ’ ସନ୍ଧ୍ୟା ପରେ ଏହା ବାଙ୍ଗଲାଦେଶ ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ ପ୍ରବେଶ କରି ପାରେ ବୋଲି କୁହା ଯାଇଛି। କିନ୍ତୁ ଏବେ ସୁଦ୍ଧା ସ୍ପଷ୍ଟ ହୋଇନି ଯେ ବାତ୍ୟା କେତେ ତୀବ୍ର ହେବ ଏବଂ ଏହା କେତେ ମାତ୍ରାରେ ପ୍ରଭାବ ପକାଇବ। ତେବେ ଜଣାଇ ରଖିବୁ କି ସମ୍ଭାବ୍ୟ ବାତ୍ୟା ରେମାଲର ନାଁ ରଖିଛୁ ମାକ୍ ଆଉ ଆରବରେ ଏହାର ଅର୍ଥ ହେଉଛି ବାଲି। ତେବେ ବିଭାଗ ଆହୁରି ମଧ୍ୟ କହିଛି କି ଚଳିତ ବର୍ଷ ମୌସୁମୀ ମେ ୩୧ ବେଳକୁ କେରଳ ଛୁଇଁବ। ଉତ୍ତରପ୍ରଦେଶରେ ଜୁନ୍ ୨୦ ବେଳକୁ ଛୁଇଁ ପାରେ ମୌସୁମୀ। ତେବେ ୨୩ ରୁ୨୭ ମେ’ ମଧ୍ୟରେ ଓଡ଼ିଶାରେ ଯେ କଣ ହେବ ତାହା ଏବେ ସୁଦ୍ଧା କହି ହେବ ନାହିଁ।

କିନ୍ତୁ ବାତ୍ୟାର ନାଁ ଶୁଣି ଏବେ ଥରିଲେଣି ଉପକୂଳିଆ ବାସୀ। କାରଣ ପୂର୍ବରୁ ଯେତିକି ବାତ୍ୟା ଆସିଛି ତେଣିକି ସେ ଫନି ହେଉ କି ହୁଡ଼ହୁଡ଼ ବହୁତ୍ କିଛି ଛାରଖାର କରି ଚାଲି ଯାଇଛି। ଆଜି ବି ଓଡ଼ିଶା ବାସୀ ସେସବୁକୁ ନିଜ ମନରୁ ପାସୋରି ପାରି ନାହାଁନ୍ତି। ଆଉ ଏବେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏବେ କେବଳ ଦେଖିବାର କଥା ଏହା ଯେ ଆଗକୁ ବାତ୍ୟା ରେମାଲର ରୂପ,ରେଖ କଣ ରହୁଛି। ଆଉ ଓଡ଼ିଶା ଉପରେ ତାର ପ୍ରଭାବ କେମିତି ପଡ଼ୁଛି।

Leave a Reply

Your email address will not be published. Required fields are marked *