ବିଜେପିର ଷ୍ଟାର ପ୍ରଚାରକଙ୍କୁ ଆଇନା ଦେଖାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I

ବନ୍ଧୁଗଣ ସରଗରମ ହେଉଛି ନିର୍ବାଚନ ପ୍ରଚାର । ଶେଷରେ ନବୀନ ପଟ୍ଟନାୟକ ଛାଡ଼ିଲେ ବ୍ରହ୍ମାସ୍ତ୍ର । ବିରୋଧୀଙ୍କ ଆକ୍ରମଣର କଡ଼ା ଜବାବ୍ ଦେଲେ । ବିଜେପିର ଷ୍ଟାର୍ ପ୍ରଚାରକଙ୍କୁ ଆଇନା ଦେଖାଇଲେ । ଆଜ୍ଞା ହଁ ଦର୍ଶକବନ୍ଧୁ ଚଳିତ ନିର୍ବାଚନରେ ଓଡ଼ିଶା ଉପରେ ପୂରା ଫୋକସ୍ କରିଛି ବିଜେପି । ପ୍ରଥମ ଥର ପାଇଁ ଓଡ଼ିଶାରେ ପୂରା ଦମ୍ ଲଗାଇ ଦେଇଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ । ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଓଡ଼ିଶାକୁ ଘନ ଘନ ଗସ୍ତ କରୁଛନ୍ତି ଦଳର କେନ୍ଦ୍ରୀୟ ନେତା ମାନେ । ହେଲେ ଏହାରି ଭିତରେ ନବୀନ ଛାଡିଲେ ବ୍ରହ୍ମାସ୍ତ୍ର ବିଜେପିର ଷ୍ଟାର ପ୍ରଚାରକଙ୍କୁ ଆଇନା ଦେଖାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ I

ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଦଳର ଫୋକସ ଆହୁରି ବଢ଼ି ଯାଇଛି । ସପ୍ତାହକ ମଧ୍ୟରେ ୨ ଥର ଗସ୍ତ ପରେ ପୁଣି ଆସନ୍ତା ୧୯ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖାଲି ପ୍ରଧାନମନ୍ତ୍ରୀ ନୁହଁନ୍ତି ବିଜେପିର ୩ଜଣ ମୂଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟରୁ ଆସି ଓଡ଼ିଶାରେ ବୁଲୁଛନ୍ତି । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି ।

ଯାହା ଓଡ଼ିଶାର ନିର୍ବାଚନ ତାତିକୁ ଆହୁରି ବଢ଼ାଇ ଦେଇଛି । ବନ୍ଧୁଗଣ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆସନ୍ତାକାଲି ପ୍ରଚାର ଶେଷ ହେଉଥିବା ବେଳେ ଆଜି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର ଷ୍ଟାର ପ୍ରଚାରକମାନଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପିର କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ନିର୍ବାଚନ ସମୟରେ ପଲିଟିକାଲ ଟୁରିଷ୍ଟ ଭଳି ଆସୁଛନ୍ତି ଓ ପରେ ଅଦୃଶ୍ୟ ହୋଇଯାଆନ୍ତି ବୋଲି ନବୀନ କହିଛନ୍ତି ।

ନିକଟରେ ସାକ୍ଷାତକାର ଦେଇ ନବୀନ କହିଛନ୍ତି ଯେ, କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପଲିଟିକାଲ ଟୁରିଷ୍ଟ ଭଳି କେବଳ ନିର୍ବାଚନ ସମୟରେ ଆସୁଛନ୍ତି । ପରେ ସେମାନେ ଅଦୃଶ୍ୟ ହୋଇଯାଆନ୍ତି । ସେମାନଙ୍କର ଭାଷଣ ଓଡ଼ିଶାର ଲୋକମାନଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ ।ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଶାଳୀନ ଓ ଅପମାନଜନକ ଭାଷା ପ୍ରୟୋଗ କରୁଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୁଁ ସେସବୁରେ ବିଶ୍ୱାସ କରେନି । ଆଉ ରାଜ୍ୟର ଲୋକମାନେ ମଧ୍ୟ ଏଭଳି ଭାଷାକୁ ପସନ୍ଦ କରନ୍ତି ନାହିଁ ବୋଲି ନବୀନ କହିଛନ୍ତି ।

Leave a Reply

Your email address will not be published. Required fields are marked *