ବାପାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି, କହିଲେ ବାପା ମୁଁ ତୁମ ଷଡ଼ଯନ୍ତ୍ରକାରୀଙ୍କୁ ଟାଣି ଆଣିବି।

ବାପାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି।କହିଲେ ବାପା ମୁଁ ତୁମକୁ ନିଶ୍ଚୟ ନ୍ୟାୟ ଦେବି। ତୁମ ପଛରେ ଷଡ଼ଯନ୍ତ୍ର କରିଥିବା ଲୋକଙ୍କୁ ଟାଣି ଆଣିବି। ତୁମକୁ ତୁମ ପୁଅର ପ୍ରତିଜ୍ଞା ରହିଲା ବାପା।

ସୋସିଆଲ ମିଡିଆରେ ବାପାଙ୍କୁ ନେଇ ଏମିତି କିଛି କହିଛନ୍ତି ଅନୁଭବ ମହାନ୍ତି। ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ସେ ପୋଷ୍ଟ ରେ ବଖାଳିଛନ୍ତି ନିଜ ମନର ଦୁଃଖକୁ। ସେ ବାପାଙ୍କୁ କେତେ ଭଲ ପାଆନ୍ତି ତାଙ୍କର ଏଇ ପୋଷ୍ଟରୁ ସଫା ସଫା ଜଣା ପଡିଯାଉଛି। ବାପାଙ୍କର ଶେଷ କଥା ଗୁଡା ସବୁକିଛି କହିଦେଇଛନ୍ତି। ମୃତ୍ୟୁ ପୂର୍ବରୁ ବାପା ତାଙ୍କୁ ସବୁ କ’ଣ କହିଥିଲେ କ’ଣ କରିବାକୁ କହିଥିଲେ ସବୁକିଛି ଏଇ ପୋଷ୍ଟରେ ଲେଖାଯାଇଛି।

ଏମିତି ସବୁ ଲେଖିଛନ୍ତି ଯାହାକୁ ଶୁଣିବା ପରେ ଅନୁଭବ ମହାନ୍ତିଙ୍କୁ ଭଲ ପାଉଥିବା ଦର୍ଶକମାନଙ୍କର ଆଖିରୁ ଲୁହ ଚାଲି ଆସୁଛି। ଅନୁଭବ ମହାନ୍ତି ସୋସିଆଲ ମିଡିଆରେ କ’ଣ ସବୁ ଲେଖିଛନ୍ତି ଆସନ୍ତୁ ଜାଣିବା।

ସେ ଲେଖିଛନ୍ତି ଗତ ବର୍ଷ ମୋ ଜନ୍ମ ଦିନରେ ବାପା ମୋ ସହ ଓ ଆମ ପରିବାରର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ଯଦି ତାଙ୍କୁ କିଛି ହୋଇଯାଏ, ତେବେ ମୋର ବିଚାରଧୀନ ଚଳଚ୍ଚିତ୍ର ପ୍ରଜେକ୍ଟ ଗୁଡିକ ସମାପ୍ତ କରିବା, ଲୋକଙ୍କ ସେବା କରିବା କିମ୍ବା ଜୀବନରେ ସମସ୍ତ କ୍ଷେତ୍ରରେ ଆଗକୁ ବଢିବାରୁ ନିଜକୁ ନ ଅଟକାଇବାକୁ ସେ ମୋ ଠାରୁ ପ୍ରତିଶ୍ରୁତି ନେଇଥିଲେ। ବହୁତ ଯନ୍ତ୍ରଣା ଓ ଅନିଚ୍ଛା ସ୍ୱତେ ମୁଁ ତାଙ୍କୁ କଥା ଦେଇଥିଲି।

ବାପା ମୋ ଠାରୁ ପ୍ରତିଶ୍ରୁତି ଏଥିପାଇଁ ନେଇଥିଲେ କାରଣ ସେ ଜାଣିଥିଲେ ଯେ ମୁଁ ଏମିତି କିଛି ପରିସ୍ଥିତିର ସାମ୍ନା କରିପାରିବି ବୋଲି। ତାଙ୍କ ପୁଅ ଭାବରେ ମୁଁ ପ୍ରତ୍ୟକ ରୀତିନୀତିକୁ ଅତି ଆନ୍ତରିକତାର ସହିତ କରିବାକୁ ଚେଷ୍ଟା କରିଛି। ମୁଁ ମୋ ବାପାଙ୍କ କଥା ମାନିଛି ଏବଂ ମୋ ପରିବାର ଏଥିରେ ମୋ ସହିତ ଅଛନ୍ତି। କେବଳ ମୋ ଦାଢ଼ି କିମ୍ବା କେଶ କାହିଁକି ମୋର ସାରା ଜୀବନ ମୋ ବାପା ମା’ଙ୍କ ପାଇଁ ଉତ୍ସ୍ୟଗିକୃତ କରିଦେଲେ ବି ଖୁବ କମ ହୋଇଯିବ ବୋଲି ଅନୁଭବ ମହାନ୍ତି ତାଙ୍କ ପୋଷ୍ଟରେ ଲେଖିଛନ୍ତି। ବୋଧେ ଏଇ ଶେଷ କଥାଟି ଏଥିପାଇଁ ଲେଖିଛନ୍ତି କାରଣ ବାପାଙ୍କ ମୃତ୍ୟୁ ପରେ ସେ ଲଣ୍ଡା ହୋଇନଥିଲେ ଯେଉଁଥିପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚା ହେଉଥିଲା।

ଯାହା ପରେ ଅନୁଭବ ମହାନ୍ତି ଏମିତି କିଛି ଲେଖିଛନ୍ତି। ଏହା ପରେ ଅନୁଭବ ମହାନ୍ତି ଆହୁରି ମଧ୍ୟ ଲେଖିଛନ୍ତି କି ବାପା ତୁମର ସମସ୍ତ ଆଇନଗତ ଅଧିକାର ଯେଉଁଥିରୁ ତୁମକୁ ଉଦେଶ୍ୟମୂଳକ ଭାବରେ ବଞ୍ଚିତ ଓ ବାରମ୍ବାର ଅପମାନିତ ମଧ୍ୟ କରାହୋଇଛି, ତୁମେ ସେସବୁ ସମ୍ମାନ ଫେରି ପାଇବ ବାପା। ତୁମ ବିରୋଧରେ ପ୍ରତ୍ୟକ ମିଥ୍ୟା ଅଭିଯୋଗ ଭୁଲ ପ୍ରମାଣିତ ହେବ ଓ ଯେଉଁମାନେ ଏଇ ଷଡ଼ଯନ୍ତ୍ର ପଛରେ ଅଛନ୍ତି ସେମାନେ ବିନା ସ୍ୱର୍ତ୍ତରେ ତୁମକୁ ନିଶ୍ଚିତ କ୍ଷମା ମାଗିବେ। ହେଲେ ସେମାନଙ୍କୁ କ୍ଷମା ମିଳିବ ନାହିଁ, ଏହା ତୁମ ପୁଅର ତୁମକୁ ପ୍ରତିଜ୍ଞା ବାପା।

ଅନୁଭବ ମହାନ୍ତି ତାଙ୍କ ବାପାଙ୍କ ସବୁ କଥା ପୂରଣ କରିବେ କାରଣ ଅନୁଭବ ମହାନ୍ତି ତାଙ୍କ ବାପାଙ୍କୁ ବହୁତ ଭଲପାଆନ୍ତି।

Leave a Reply

Your email address will not be published. Required fields are marked *