ସମାଚାର

ଯଦି ସେ ଦୁଇ ଜଣଙ୍କୁ ବିଦା କଲ, ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବି ବିଦା କରିବା ଦରକାର।

ଯଦି ଶ୍ରେୟଶ ଓ ଇସାନଙ୍କୁ ବିଦା କଲ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବି ବିଦା କର। ଯଦି ଜୁନିୟର ଖେଳାଳିଙ୍କୁ ଦଣ୍ଡ ଦେଲ…ସିନିୟର ମାନଙ୍କୁ ବି ଦଣ୍ଡିତ କର।

ଆଜ୍ଞା ହଁ ବନ୍ଧୁଗଣ ଏବେ ଶ୍ରେୟଶ ଅୟର ଓ ଇସାନ କିଶନଙ୍କୁ ନେଇ କ୍ରିକେଟ ଜଗତରେ ଦେଖାଦେଇଛି ଫାଟ। ବିସିସିଆଇ କେନ୍ଦ୍ରୀୟ ଯୁକ୍ତି ତାଲିକା ଜାରି କରିବା ପରେ ଶ୍ରେୟଶ ଓ ଇସାନଙ୍କୁ ନେଇ ଭାରତୀୟ କ୍ରିକେଟ ଜଗତରେ ଜୋରଦାର ଚର୍ଚ୍ଚା କାରଣ ଉଭୟଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦେଇଛି ବିସିସିଆଇ।

ଦୁଇ ଦିନ ତଳେ ଅର୍ଥାତ ଫେବୃଆରୀ ୨୮ ତାରିଖରେ ବିସିସିଆଇ ଜାରି କରିଥିବା କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଏହି ଦୁଇ ଖେଳାଳିଙ୍କ ନାଁ ନାହିଁ। ଫିଟ ଥାଇ ମଧ୍ୟ ଘରୋଇ କ୍ରିକେଟ ନଖେଳିବା ଏହି ଦୁଇ ଭାରତୀୟ କ୍ରିକେଟରଙ୍କୁ ମହଙ୍ଗା ପଡିଛି। ବିସିସିଆଇ ପରାମର୍ଶ ଦେବା ସ୍ୱତେ ଏହାକୁ ଅବମାନନା କରି ଘରୋଇ କ୍ରିକେଟ ନଖେଳିବାରୁ ଏହି ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରି କେନ୍ଦ୍ରୀୟ ଚୁକ୍ତିରୁ ବାଦ କରାଯାଇଛି। ତେବେ ଶ୍ରେୟଶ ଓ ଇସାନଙ୍କ ଉପରେ ବିସିସିଆଇର ଏପରି କାର୍ଯ୍ୟନୁଷ୍ଠାନକୁ ନେଇ କ୍ରିକେଟ ଜଗତ ଏକ ପ୍ରକାରର ଦୁଇ ଫାଳ ହୋଇଯାଇଛି।

ବିସିସିଆଇର ଏପରି କଠୋର ପଦକ୍ଷେପକୁ କିଛି ଜଣ ସମର୍ଥନ କରୁଥିବା ବେଳେ ଆଉ କିଛି ଜଣ ପୂର୍ବତନ କ୍ରିକେଟର ଏହାକୁ ନାପସନ୍ଦ କରିଛନ୍ତି। ଏପରିକି ଶ୍ରେୟଶ ଓ ଇସାନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବାଦ ଦିଆଯିବାକୁ ନେଇ କିଛି ବର୍ତ୍ତମାନର ଖେଳାଳି ଓ କିଛି ପୂର୍ବତନ କ୍ରିକେଟର ରାଗି ଯାଇଛନ୍ତି। ଆଉ ପ୍ରଶ୍ନ କରିଛନ୍ତି ଶ୍ରେୟଶ ଓ ଇସାନଙ୍କ ବିରୋଧରେ ଯଦି ଏଭଳି କାର୍ଯ୍ୟନୁଷ୍ଠାନ ନିଆଯାଇଛି ତାହେଲେ ଅନ୍ୟ ମାନଙ୍କ କ୍ଷେତ୍ରରେ ବିସିସିଆଇ କାହିଁକି ଚୁପ ରହୁଛି।

ଦୀର୍ଘ ଦିନ ହେଲା ଭାରତୀୟ ଦଳରୁ ବାହାରେ ରହିଥିବା ଅଭିଜ୍ଞ ୱେକେଟ କିପର ବ୍ୟାଟର ରିଧିମାନ ସାହା ଏହି ପ୍ରସଙ୍ଗରେ ଶ୍ରେୟଶ ଓ ଇସାନଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି ଯଦି କୌଣସି ଖେଳାଳି ଘରୋଇ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି ତାହେଲେ ଏଥିପାଇଁ ସେମାନଙ୍କୁ ଜବରଦସ୍ତି କରାଯାଇ ପାରିବ ନାହିଁ। ଯଦିଓ ସାହା ଏ କଥା ସ୍ୟୁକର କରିଛନ୍ତି କି ପ୍ରତ୍ୟକ ଖେଳାଳିଙ୍କୁ ଆଗକୁ ବଢିବାକୁ ହେଲେ ଘରୋଇ କ୍ରିକେଟକୁ ଗୁରୁତ୍ୱ ଦେବା ଦରକାର।

ଏହି ବିବାଦ ଭିତରେ କିନ୍ତୁ ଏକ ବଡ଼ କଥା କହିଛନ୍ତି ପୂର୍ବତନ କ୍ରିକେଟର କୀର୍ତି ଆଜାଦ। ୧୯୮୩ ବିଶ୍ଵବିଜେତା ଦଳର ସଦସ୍ୟ କୀର୍ତି ଯଦିଓ ବିସିସିଆଇର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ତେବେ ସେ କହିଛନ୍ତି କି କେବଳ ଶ୍ରେୟଶ ଆୟର ଓ ଇସାନ କିଶନଙ୍କୁ ଦଣ୍ଡିତ କରିବା ଠିକ ହେଉନି। ବରଂ ସମସ୍ତଙ୍କୁ ଦଣ୍ଡିତ କରିବା ଉଚିତ। ସିନିୟର ଖେଳାଳି ମାନଙ୍କୁ ବି ବିସିସିଆଇ ଦର୍ପଣ ଦେଖାଇବା ଦରକାର। ଯଦି ଏହି ୨ଜଣ ଯୁବ ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କୁହାଯାଉଛି ତାହେଲେ ରୋହିତ ଶର୍ମା ଓ ବିରାଟ କହଲିଙ୍କ ଭଳି ସିନିୟର ଖେଳାଳିଙ୍କୁ ବି ରଣଜୀ ଟ୍ରଫି ଭଳି ମ୍ୟାଚ ଖେଳିବାକୁ ବିସିସିଆଇ ନିର୍ଦେଶ ଦେବା ଉଚିତ। କାରଣ ବିରାଟ ଓ ରୋହିତ ମଧ୍ୟ ଘରୋଇ କ୍ରିକେଟ ଖେଳୁ ନାହାଁନ୍ତି। ତାହେଲେ ସେମାନଙ୍କୁ କାହିଁକି ଦଣ୍ଡ ଦିଆଯାଉନି ବୋଲି ବିସିସିଆଇକୁ ପ୍ରଶ୍ନ କରିଛନ୍ତି କୀର୍ତି ଆଜାଦ।

ତେବେ ଏହି ପ୍ରସଙ୍ଗରେ ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ତଥା ପ୍ରଖ୍ୟାତ ଅଲରାଉଣ୍ଡର କପିଳ ଦେବ କିନ୍ତୁ ବିସିସିଆଇକୁ ସମର୍ଥନ କରିଛନ୍ତି। ଶ୍ରେୟଶ ଓ ଇସାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନକୁ ନେଇ କପିଳ କହିଛନ୍ତି କି ଏହା ବିଲକୁଲ ସଠିକ ଆଉ ଭଲ ନିଷ୍ପତ୍ତି। ଘରୋଇ କ୍ରିକେଟର ଗୁରୁତ୍ୱ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଥିବାରୁ ବିସିସିଆଇକୁ ମୁଁ ଅଭିନନ୍ଦନ ଜଣାଉଛି। ଏହା ଦ୍ବାରା କିଛି ଖେଳାଳିଙ୍କୁ ସମସ୍ୟା ହେବ କିନ୍ତୁ ହେବାକୁ ଦିଅ। ଦେଶ ଠାରୁ କେହି ବି ବଡ଼ ନୁହେଁ। ଏଭଳି ନିଷ୍ପତ୍ତି ବହୁତ ଆଗରୁ ନେବାର ଥିଲା କାରଣ ଏହା ଦ୍ବାରା ଭାରତୀୟ କ୍ରିକେଟ ଦଳ ଆହୁରି ମଜବୁତ ହେବା ସହ ଘରୋଇ କ୍ରିକେଟ ର ବି ମଧ୍ୟ ମର୍ଯ୍ୟଦା ବଢିବ।

Leave a Reply

Your email address will not be published. Required fields are marked *