ବରଯାତ୍ରୀ ନେଇ ଆସିଲେ ହେଲେ ବେଦିରେ ନ ବସି ଗାଡ଼ିରେ ବନ୍ଧା ହୋଇଛନ୍ତି ବର ଆଉ ସାଙ୍ଗରେ ଅଛନ୍ତି କନିଆଁ…।

ବରଯାତ୍ରୀଙ୍କ ଉନ୍ମତ କାଣ୍ଡ । ବରଯାତ୍ରୀଙ୍କ ପାଇଁ ହଟହଟ୍ଟା ହେଲେ ବର ଓ କନ୍ୟା । କେନ୍ଦ୍ରାପଡ଼ା ରାଜନଗର କଏଥା ଗାଁରେ ବର ଓ କନ୍ୟାକୁ ଅଟକ ରଖିଛନ୍ତି ଗ୍ରାମବାସୀ । ଯଦୁଚନ୍ଦ୍ରପୁର ଗାଁର ମାନସ ରାଉଳଙ୍କ କଏଥା ଗାଁର ପ୍ରତିମାଙ୍କ ସହ ବାହାଘର ସମୟରେ ଘଟିଛି ଅଭାବନୀୟ ଘଟଣା । ଆଜ୍ଞା ହଁ ବନ୍ଧୁଗଣ ଧୁମ୍ ଧାମ୍ ରେ ଆୟୋଜନ ହୋଇଥିଲା ବିବାହ । କାନ୍ଥ ଝଟକୁଥ୍‌ଲା ପ୍ରତିମା ସହିତ ମାନସର ଶୁଭ ବିବାହ । ଭୋଜି ଭାତରେ ମହକୁଥୁଲା ସାରା ପରିବେଶ । ବନ୍ଧୁ ବାନ୍ଧବ ଆସି ସଭିଏଁ ପହଁଚି ସାରିଥିଲେ ଏହି ଖୁସି ମାହୋଲରେ ।

ବରଯାତ୍ରୀ ବି ବରକୁ ଧରି କନିଆ ଘର ଅଭିଭୁଖେ ବାହାରିଥିଲେ ସବୁ ସୁରୁଖୁରୁରେ ଚାଲିଥିଲା । କିନ୍ତୁ ହଠାତ୍ ଉନ୍ନତ କାଣ୍ଡ ଘଟରାଇଥିଲେ ବରଯାତ୍ରୀ । ବରପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ହୋଇଥିଲା ଗୋଷ୍ଠୀ ସଂଘର୍ଷ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର କଏଥା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ବର ପକ୍ଷ ଓ ଗାଁ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ବରଯାତ୍ରୀ ଜାଳି ଦେଇଛନ୍ତି କନ୍ୟା ପକ୍ଷ ଲୋକଙ୍କ ଅଟୋ । ଯାହାଫଳରେ ଗାଁରେ ବର କନ୍ୟାଙ୍କୁ ଅଟକ ରଖାଯାଇଛି।

ସୂଚନା ମୁତାବକ ରାଜନଗର ଥାନା ଅନ୍ତର୍ଗତ ଯଦୁଚନ୍ଦ୍ରପୁର ଗାଁର ହରେକୃଷ୍ଣ ରାଉଳଙ୍କ ପୁଅ ମାନସ ରାଉଳ, କଇଥା ଗାଁର ପ୍ରଫୁଲ୍ଲ ପଢିଆରିଙ୍କ ଝିଅ ପ୍ରତିମା ପଢିଆରିଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ସହ ଗତକାଲି କଇଥା ଗାଁ ରେ ପହଁଚିଥିଲେ । ପ୍ରୋସେସନ କରି ପ୍ରତିମାଙ୍କ ଘରକୁ ଆସିବା ସମୟରେ ବରଯାତ୍ରୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ତେବେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ବରଯାତ୍ରୀ ମାନେ କନ୍ୟା ପକ୍ଷର ଅଟୋକୁ ଜାଳି ଦେଇଥିଲେ । ଯାହାଫଳରେ ଉତ୍ତେଜନା ତୀବ୍ର ହେବା ଫଳରେ କଏଥା ଗ୍ରାମବାସୀମାନେ ବରକୁ ଅଟକ ରଖିଛନ୍ତି । କୁହାଯାଉଛି ନିଶାଶକ୍ତ ଅବସ୍ଥାରେ କିଛି ବରଯାତ୍ରୀ ଏଭଳି କାଣ୍ଡ ଘଟାଇଛନ୍ତି ।

ତେବେ ଘଟଣା ସ୍ଥଳରେ ରାଜନଗର ପୋଲିସ ପହଞ୍ଚି ଅଧ‌ିକ ତଦନ୍ତ ଜାରି ରଖିଥ‌ିବା ବେଳେ ବରଯାତ୍ରୀରେ ଆସିଥିବା ୫ ଜଣଙ୍କ ନାଁ ମାମଲା ରୁଜୁ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ପୋଡା ଅଟୋ ବଦଳରେ ନୂଆ ଅଟୋ ନଦେଲେ ବର କନିଆଙ୍କୁ ଛଡାନଯିବାକୁ ଗାଁ ଲୋକେ ଜିଦ୍ ଧରିଛନ୍ତି।

Leave a Reply

Your email address will not be published. Required fields are marked *