ପ୍ରେମରୁ ମହାଭାରତ, ରାସ୍ତା ଉପରେ ସରପଞ୍ଚ ଓ ଅଭିନେତ୍ରୀ ରୋମାଞ୍ଜଳି ହେଲେ ପିଟାପିଟି।

ଚପଲରେ ପିଟିଲେ ଓଡ଼ିଆ ଆଲବମ ଅଭିନେତ୍ରୀ। ପୂର୍ବତନ ସରପଞ୍ଚ ଓ ଅଭିନେତ୍ରୀ ହେଲେ ପିଟାପିଟି। ଗହଳି ଭିତରେ ଗୋଡା ଗୋଡି ହୋଇ ମାରପିଟ। ଅଭିନେତ୍ରୀ ରୋମାଞ୍ଜଳି ପାଦରୁ ଚପଲ କାଢି ପିଟିଲେ।

ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଚାଲିଥିଲା ଏଭଳି ମାରପିଟ ଜଣେ ଜଣା ଶୁଣା ଆଲବମ କୁଇନ ଏବଂ ଆଉ ଜଣେ ପୂର୍ବତନ ସରପଞ୍ଚ। ରାଜନେତାକୁ ଅଭିନେତ୍ରୀ। ରାସ୍ତା ଉପରେ ଚାଲିଥିଲା ବଳ କଷା କୋଶି। ଯେତେ ଛଡେଇବାକୁ ଚେଷ୍ଟା କଲେ ବି ରାସ୍ତା ଉପରେ ଗୋଡା ଗୋଡି ହୋଇ ଚାଲିଥିଲା ପିଟା ପିଟି। ଏ ଦୃଶ୍ୟ ଦେଖି ଲାଗୁନି ଯେ କେହି ନିରବ ରହି ମାଡ଼ ଖାଇଛି। ଯିଏ ଯାହାର ହାତ ଗୋଡ଼ ବୁଲାଉଥିଲା।

ଆଉ ସେପଟେ ଓଡ଼ିଆ ଅଭିନେତ୍ରୀ ରୋମାଞ୍ଜଳି ନିଜ ପାଦରୁ ଚପଲ କାଢି ମାରିବାକୁ ଗଡାଉଛନ୍ତି। ଆଉ ଏପଟେ ଅଭିନେତ୍ରୀଙ୍କ ମା’ ଆଉ ପୂର୍ବତନ ସରପଞ୍ଚ ଠେଲା ଠେଲି ହେଉଛନ୍ତି। ତେବେ ଏ ହେଉଛି ସନ୍ଧ୍ୟା ସମୟର ଦୃଶ୍ୟ। ଅଧା ଆଲୁଅରେ ଉଠିଥିବା ଏହି ଦୃଶ୍ୟରୁ ଜଣା ପଡୁଛି ଯେ ଏହି କଳହ ପଛରେ ନିଶ୍ଚୟ କୌଣସି ଗୋଟିଏ କାରଣ ଥିବ। ତେବେ ଏଭଳି ବହୁତ ସମୟ ଧରି ଠେଲା ପେଲା ଭିତରେ ମାରପିଟ ଚାଲିଥିଲା। କିଏ ମୁଥ ମାରୁଥିଲା ତ କିଏ ଚାପୁଡ଼ା ତ ଆଉ କିଏ ଚପଲ କାଢି ଗୋଡ଼ାଇ ପିଟୁଥିଲା।

ତେବେ ଏ କଳହ କାହିଁକି ହେଲା କାହିଁକି ରାସ୍ତା ଉପରେ ଏମିତି ଝଗଡା ଦେଖିବାକୁ ମିଳିଲା ସନ୍ଧ୍ୟା ସମୟରେ। ତେବେ ଆପଣ ଜାଣିଥିବେ ଓଡ଼ିଆ ଆଲବମ କୁଇନ ରୋମାଞ୍ଜଳିଙ୍କୁ ଓଡ଼ିଶାରେ କେତେ ଭଲ ପାଇବା ଦେଇଛନ୍ତି ଲୋକମାନେ। ତାଙ୍କର ଅଭିନୟ ହେଉ ଅବା ତାଙ୍କର ଡ୍ୟାନ୍ସ। ସବୁକିଛି ପସନ୍ଦ କରନ୍ତି ଲୋକମାନେ। ଆଉ ସେଥିପାଇଁ ସେ ମଧ୍ୟ ବୋହୁ ଭାଇରାଲ ହୋଇଛନ୍ତି। ଏମିତିକି ତାଙ୍କର ବୋହୁତ ଆଲବମ ଲୋକମାନଙ୍କୁ ଭାରି ପସନ୍ଦ ଆସିଛି। ହେଲେ ଏଭଳି ସମୟରେ ରୋମାଞ୍ଜଳି କାହିଁକି ପାଦରୁ ଚପଲ କାଢି ଗୋଡ଼ାଇ ପିଟିଲେ ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି।

ତେବେ ଦେଖିବାକୁ ମିଳିଛି ଯେଉଁ ଦୃଶ୍ୟରେ ରୋମାଞ୍ଜଳିଙ୍କ ମା’ଙ୍କୁ ପ୍ରଥମେ ଆଟାକ ହେବା ପରେ ଏଭଳି ଚପଲ ଧରି ଗୋଡ଼ାଇଛନ୍ତି ରୋମାଞ୍ଜଳି। ହଁ ଆଜ୍ଞା ତେବେ ଯାହା ଜଣାପଡିଛି ଏଭଳି ଘଟଣା ପଛରେ କୁଆଡେ ପ୍ରେମ ବେପାର ରହିଛି। ପ୍ରେମ ବେପାରକୁ ନେଇ ଦୁଇ ପରିବାରଙ୍କ ମଧ୍ୟରେ ମାର ପିଟ ହୋଇଛି।

ଏଭଳି ଘଟଣା ଦେଖିବାକୁ ମିଳିଥିଲା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ। ମୃଦଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଆଏଜ ଏବଂ ସେହି ପଞ୍ଚାୟତର ଆଲବମ ଅଭିନେତ୍ରୀ ରୋମାଞ୍ଜଳିଙ୍କ ପରିବାର ମଧ୍ୟରେ ମାର ପିଟ ହୋଇଥିଲା। ଗତ କାଲି ସନ୍ଧ୍ୟାରେ ମେଣ୍ଟାସୋୟ ଛକ ନିକଟରେ ଚା ଦୋକାନରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯେଉଁ ଫୋଟ ଭାଇରାଲ ହେଉଛି ସେ ଫୋଟରେ ଆଲବମ ଅଭିନେତ୍ରୀ ରୋମାଞ୍ଜଳିଙ୍କ ଭଉଣୀଙ୍କ ପୂର୍ବତନ ପ୍ରେମିକର ବାପାଙ୍କୁ ଚପଲରେ ପିଟିବାକୁ ଗୋଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଆଉ ଯେଉଁଥିରେ ଅଭିନେତ୍ରୀଙ୍କ ମା’ଙ୍କୁ ମଧ୍ୟ ଠେଲା ପେଲା କରୁଥିବାର ଦୃଶ୍ୟ ମଧ୍ୟ ଦେଖୁବାକୁ ମିଳିଛି।

ତେବେ ଯାହା ଜଣା ପଡ଼ିଛି ଉଭୟ ପକ୍ଷ ଭୁବନ ଥାନାର ଦ୍ୱାରସ୍ତ ହୋଇଥିଲେ। ଏବେ ଉଭୟ ପକ୍ଷଙ୍କ ଅଭିଯୋଗକୁ ରୁଜୁ କରି ଭୁବନ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *