ତୁଳସୀ ଛାଡ଼ି ଏହି ଯାତ୍ରା ପାର୍ଟିରେ ଏହି ଭୟଂକର ଚରିତ୍ରରେ ଆସିବେ ପୀୟୂଷ

ଯେତେ ନାଟକ ଥାଉ ‘ଅଧା ରାତିର ସାଥୀ’ ଚାଲିଛି। ତ ଏଇଠୁ ଆପଣ ଅନୁମାନ କରୁଥିବେ ଯଦି କାହାଣୀ ଭଲ ଅଛି ତାହାଲେ ନିହାତି ଚାଲିବ। ଏଠି ପୀୟୁଷ ତ୍ରିପାଠୀ ଚାଲନ୍ତିନି କି ଏଠି କଉଁ ବ୍ୟକ୍ତି ବିଶେଷ ଚାଲନ୍ତିନି ଏଠି କାହାଣୀ ଚାଲେ। ଖଣ୍ଡଗିରି କୁମ୍ଭମେଳାରେ ଚାଲିଛି ବିଗ୍ ଫାଇଟ୍ କାହିକିଁ ନା ଓଡ଼ିଶାର ନାମୀ ଦାମୀ ଯାତ୍ରା ପାର୍ଟି ଏଠି ତାଙ୍କର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଯଦି ଆମେ ଦେଖିବା ଯେ ଗୋଟିଏ ବହି ଗତ ବର୍ଷ ଆଉ ଏ ବର୍ଷ ମଧ୍ୟ ହାଉସ୍ ଫୁଲ୍। ସେ ହେଉଛନ୍ତି ‘ଅଧା ରାତିର ସାଥୀ’ର ଯେଉଁ ବହି ରହିଛି ସେଥିପାଇଁ ହାଉସ୍ ଫୁଲ୍ ରହିଛି। ଏବଂ ପୀୟୁଷଙ୍କୁ ଦେଖିବା ପାଇଁ ବିଶେଷ ଭାବରେ ଲୋକଙ୍କର ଖଚାଖଚ୍ ଭିଡ଼।

କାହିଁକି ଯେତେବେଳେ ଆମେ ପ୍ରଥମେ ଯାତ୍ରା ପେଣ୍ଡେଲ୍ ପାଖକୁ ଆସିଥିଲୁ ତୁଳସୀ ଗଣନାଟ୍ୟକୁ ଏବଂ ଲୋକଙ୍କର ଯେତେବେଳେ ଭିୟୁ ନେଇଥିଲୁ ସେମାନଙ୍କର ଗୋଟିଏ କଥା ଯେ ସେମାନେ ପୀୟୁଷଙ୍କର ଝଲକ୍ ଦେଖିବେ। ଏବଂ ତାଙ୍କର ପ୍ରତ୍ୟେକଟି ଡାଇଲଗକୁ ସମାନେ ଶୁଣିବେ। ତେବେ ନିହାତି ଭାବରେ ଆମ ସହିତ ପୀୟୁଷ ବାବୁ ଅଛନ୍ତି। ଆମେ ପ୍ରତିକ୍ରିୟା ନେବା । ଯେ ପ୍ରଥମେ ଆପଣଙ୍କର ପ୍ରତିକ୍ରିୟା ନେବି ଆମେ ଦେଖିଲୁ ଆପଣ ଯେତେବେଳେ ଏଣ୍ଟ୍ରି କଲେ ନିଜେ ନିଜେ ମେକଅପ ନେଉଛନ୍ତି । ସବୁ ଶିଖିବାକୁ ପଡ଼େ। ମୁଁ ପ୍ରଥମେ ସେରିଏଲ୍ କରୁଥିଲି ‘ରାଜକନ୍ୟା’।’

ରାଜକନ୍ୟା’ ସେରିଏଲର ଅଧାରୁ ହିଁ ଆସିବାକୁ ପଡ଼ିଲା ଯାତ୍ରାକୁ। ପେଟ ପୁରିଲାନି ସେଥିପାଇଁ ଆସିଲି।ଯେତେବେଳେ ଫାଇନନାଲ୍ ହେଲା ଯେ ମୁଁ ଯାତ୍ରାକୁ ଯିବି। ତାପରେ ମେକଅପ ମ୍ୟାନ୍ ଥିଲେ କପିଲ ଭାଈ। ତାଙ୍କୁ କହେ ଯେ ଦାଦା ମୋତେ ଟିକେ ଶିଖେଇ ଦେଉ ନାହାନ୍ତି ସେଇଟା ତ ହାତରେ ଶିଖିବାକୁ ପଡ଼ିବ। ସେ ଟିକେ ଟିକେ ମୋତେ ଶିଖେଇ ଦେଇଥିଲେ। ଆମେ ଦେଖିଛୁ ଝିଅ ପିଲାମାନେ ଟିକେ ବିଶେଷ କରି ମେକଅପ ନିଅନ୍ତି।ଯେତେବେଳେ ଗୋଟେ ପୁଅ ଟିଏ ମେକଅପ ନିଏ ସେତେବେଳେ ଗୋଟେ ଅଲଗା ପ୍ରକାର ଆନ୍ଦାଜରେ କୁହାଯାଏ ଯେ ଗୋଟେ ପୁଅ ଟିଏ କାହିଁକି ମେକଅପ ନେଉଛି।ସେତେବେଳେ ଆପଣଙ୍କୁ ଟିକେ କୁଣ୍ଠାବୋଧ ହୁଏନି ଯେ ମେକଅପ ନେବି,ଷ୍ଟେଜରେ ଚଢ଼ିବି।
ଏଇଟା ପରା ରଙ୍ଗମଞ୍ଚ। ଏଠି ରଙ୍ଗ ମାରିଲେ ହିଁ ମଞ୍ଚରେ କଳା ପ୍ରଦର୍ଶନ କରି ହୁଏ। ତେଣୁ ଯଦି ମୁଁ ଏଇ ପ୍ରୋଫେସନକୁ ଆପଣେଇଛି ତ ମୁଁ କାଇଁ ଖରାପ୍ ହେବି, ମୋତେ କାଇଁ ଲାଜ ଲାଗିବ। ଯଦି ରଙ୍ଗ ଲଗେଇବା ପାଇଁ ଲାଜ ଲାଗିବ,ଏତେ ହଜାର ହଜାର ଦର୍ଶକଙ୍କ ଆଗରେ ମୁଁ କଥାବାର୍ତ୍ତା କେମିତି କରିବି।’ଅଧା ରାତିର ସାଥୀ’ ଆମେ ଗତ ବର୍ଷ ଦେଖିଥିଲୁ ପୁରା ହାଉସ୍ ଫୁଲ୍ ଥିଲା।

ଆଜି ଚତୁର୍ଥ ରାତି, ଆଉ ଆମେ ଅଡିଏନ୍ସଙ୍କର ମଧ୍ୟ ପ୍ରତିକ୍ରିୟା ନେଲୁ ବହୁତ୍ ପୁରୀରୁ ମଧ୍ୟ ଲୋକ ଆସିଛନ୍ତି ଟିକେଟ ପାଉ ନାହାଁନ୍ତି। ଯେତେବେଳେ ଯାତ୍ରାକୁ ଜଣେ ଅଭିନୟ କରିବାକୁ ଆସେ ରାତିରେ ମେକଅପ ନିଏ। ଆମର ଭଲରେ ରାତି କଟେ।କାରଣ ଦର୍ଶକମାନେ ଆମ ସାଙ୍ଗରେ ଥାଆନ୍ତି। ପ୍ରତି ମୁହୂର୍ତ୍ତରେ ତାଙ୍କର ରିଆକ୍ସନ୍ ଆମକୁ ଦେଖିବା ପାଇଁ ମିଳେ। ବହୁତ୍ ଭଲରେ କଟେ। ତୁଳସୀ ଗଣନାଟ୍ୟର ସୁପର୍ ଷ୍ଟାର ପୀୟୁଷ ତ୍ରିପାଠୀ । ଯାହାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ବହୁତ୍ ଭିଡ଼।

ଏମିତିକି ଗତ ବର୍ଷର ଯେଉଁ ବହି ଥିଲା ଏଇ ବର୍ଷର ସେଇ ବହି ‘ଅଧା ରାତିର ସାଥୀ’ ଚାରି ଦିନ ଧରି ଖଣ୍ଡଗିରିରେ ଚହଳ ମଚାଇଛି। ଏବଂ ହାଉସ୍ ଫୁଲ୍ ରହିଛି। ଆଉ ଦୁଇ ଦିନ ରହିଛି। ଏବଂ ସେ ମଧ୍ୟ ଆଶା ରଖିଛନ୍ତି ଦର୍ଶକଙ୍କ ଲଗାତାର ଭିଡ଼ ରହିବ। ଏବଂ କେବଳ ପୀୟୁଷ ତ୍ରିପାଠୀ ନୁହେଁ, ବହି ଯଦି ଭଲ ହେବ ତାହାଲେ ଦର୍ଶକଙ୍କ ଭିଡ଼ ମଧ୍ୟ ରହିବ। ଯାହା ପୀୟୁଷ ତ୍ରିପାଠୀ କହୁଥିଲେ। ତେଣୁ ଆସନ୍ତା ବର୍ଷ ଯେହେତୁ ନୂଆ ଯାତ୍ରା ପାର୍ଟି ଏବଂ ଆଗକୁ ତାଙ୍କର ଗୋଟେ ବହି ଆସୁଛି। ନିହାତି ଭାବରେ ବହି ଭଲ ହେବ ତାହାଲେ ପୀୟୁଷ ତ୍ରିପାଠୀ ହୁଅନ୍ତୁ କି ଅନ୍ୟ କୌଣସି ବ୍ୟକ୍ତି ହୁଅନ୍ତୁ ତାହାଲେ ହାଉସ୍ ଫୁଲ୍ ହେବ ବୋଲି ଆଶା ରଖିଛନ୍ତି ପୀୟୁଷ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *