“ଖଣ୍ଡଗିରିରେ ସବୁ ଟଙ୍କା ନେଇ ପଳେଇଲା ରାଣୀ ପଣ୍ଡା । ଏବେ ଖେଳ କରୁଛି ପିୟୁଷ ତ୍ରିପାଠୀ”…।

ନିକଟରେ ଏକ ସାକ୍ଷାତକାରରେ ଜଣେ ବ୍ୟକ୍ତି କହିଛନ୍ତି ଯେ, ଖଣ୍ଡଗିରି ଯାତ୍ରାର ଫାଷ୍ଟ ଫେଜରେ ୬ଟା ପାର୍ଟି ଖେଳିଥିଲା ଖଣ୍ଡଗିରିରେ । ସେ ରାଣୀ ପଣ୍ଡାର ଦେଖିଥିଲେ ନାଟକ “ରାଣୀ ପଣ୍ଡାକୁ ଖଣ୍ଡଗିରି ମନା” । ସେ ଯାହା ଖେଳ କରିକି ଗଲା ସବୁତକ ପଇସା ନେଇକି ପଳେଇଛି ରାଣୀ ପଣ୍ଡା । ସେ ଭଉଣୀ ଟା ତେଣୁ ତାଙ୍କୁ ଖୁସି ଲାଗିଲା ଆଉ ଗର୍ବ ମଧ୍ୟ ଲାଗିଲା । ସେ ମଧ୍ୟ ଗୋଟାଏ ରାତି ଯାଇଥିଲେ ରାଣୀଙ୍କ ନାଟକ ଦେଖିବାକୁ । ଆଉ ଏବେ ୨/୩ ଦିନ ହେଲା ଖେଳ କରୁଛି ପିୟୁଷ ତ୍ରୀପାଠୀ, ସେ ମଧ୍ୟ ସାନ ଭାଇ ଭଳିଆ ତାଙ୍କର । ଖଣ୍ଡଗିରି ମେଳାରେ ବାକି ଆଉ ଯାହା ପଇସା ଅଛି ତାହା ତୁଳସୀ ନେଇକି ପଳେଇବ । ବାକି ଆଉ ଯଉ ପାର୍ଟି ରହିଛନ୍ତି ସେମାନେ ଆଭେରେଜ୍ ରେ ଚାଲିଛନ୍ତି ।

ଅନ୍ୟପଟେ ସ୍ୱର୍ଣ୍ଣ ମହଲ ଭି ଚାଲିଛି ଭଲ । ଆଉ ଶିବାନୀ ଭି ଚାଲିଛି ଭଲ । ପ୍ରାୟ ଯେଉଁ ୧୨ଟା ପାର୍ଟି ୨ଟି ଫେଜରେ ଛଅ ଛଅଟି ପାର୍ଟି ଆସିଛନ୍ତି ସବୁ ଏକ ନମ୍ୱର୍ ପାର୍ଟି ଭଲ ଭଲ ଷ୍ଟାର୍ କାଷ୍ଟଙ୍କୁ ନେଇକି ଯାତ୍ରା ଅନୁଷ୍ଠାନ ଗୁଡ଼ିକ ଆସିଛନ୍ତି । ସେ ଯେଉଁ ଗୋଟାଏ ଦି ରାତି ଆସିଛନ୍ତି ସେଦିନ ରାଣୀ ପଣ୍ଡାର ହାଉସ୍ ଫୁଲ୍ ଥିଲା ଚେୟାର ଫାଙ୍କା ନଥିଲା।

ଚେୟାର ଖାଲି ପଡ଼ିଥିବା ନେଇ କେହି ଗୁଜବ କରିଥିବେ ବୋଲି କହିଛନ୍ତି ବ୍ୟକ୍ତି ଜଣକ । ତେବେ ଏଠି କେବଳ ରାଣୀ ପଣ୍ଡାର ଗୌରୀ ପାର୍ଟି ବୋଲି ନୁହେଁ ଖଣ୍ଡଗିରି ଗୋଟେ ଏମିତି ଜାଗା । ଓଡ଼ିଶାରେ ବହୁତ୍ ବଡ଼ ବଡ଼ ଅନୁଷ୍ଠାନ ଦ୍ଵାରା ମେଳା ହେଉଛି କିନ୍ତୁ ଖଣ୍ଡଗିରିର କୁମ୍ଭମେଳା ହେଉଛି ଗୋଟେ ସ୍ଵତନ୍ତ୍ର । ଏଠାକାର ଦର୍ଶକ ମଧ୍ୟ ସ୍ଵତନ୍ତ୍ର କେବଳ ଓଡ଼ିଶାର ନୁହେଁ ବରଂ ଓଡ଼ିଶା ବାହାରୁ ମଧ୍ୟ ଦର୍ଶକମାନେ ଆସନ୍ତି ଏଠାକୁ ଦେଖିବା ପାଇଁ । ଆଉ ଖଣ୍ଡଗିରି କି ପ୍ରାୟ ସବୁ ଏ’କ୍ଲାସ୍ ପାର୍ଟି ଆସେ ।

ଯେପରି ମ୍ୟାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ର ଛାତ୍ରୀଙ୍କ ମନରେ ଗୋଟେ ଭୟ ଥାଏ ସେହିପରି ଖଣ୍ଡଗିରିକୁ ଯେଉଁ ଯାତ୍ରାପାର୍ଟି ମାନେ ଆସନ୍ତି ସେ କଳାକାର ମାନଙ୍କ ମନରେ ଭି ଭୟ ଥାଏ । ଆଉ ଏଇଠି ଯେଉଁ ପାର୍ଟି ରେକର୍ଡ କରିକି ଯାଏ ସେ ସାରା ଓଡ଼ିଶାରେ ମଧ୍ୟ ରେକର୍ଡ଼ କରେ ଆଉ ସେଇଟା ସୁପର୍ କ୍ଲାସ୍ ପାର୍ଟିରେ ଗଣତି ହୁଏ । ଖଣ୍ଡଗିରିର ମାହୋଲ ଆଉ ଏଠିକାର ଯାତ୍ରା ଏତେ ସହଜ ନୁହେଁ ଅର୍ଡିନାରି ପାର୍ଟି ଆସି ଏଠି ତିଷ୍ଠି ପାରିବନି ବୋଲି କହିଛନ୍ତି ଉକ୍ତ ବ୍ୟକ୍ତି ଜଣକ।

Leave a Reply

Your email address will not be published. Required fields are marked *