“ମୁଁ ଦୁଇଜଣଙ୍କୁ ସହିତ ବାହାହେଇଛି । ପରିସ୍ଥିତିରେ ପଡି ଏମିତି ହୋଇଛି… ସବୁ ଖଣ୍ଡଗିରି ମେଳାରେ ମୋର ନୂଆ ହେୟାରଷ୍ଟାଇଲ” : ଭିକାରୀ ।

ଲୋକ କୁହନ୍ତି ତୁମେ ଯଦି ହଁସେଇ ପାରୁନ ତାହେଲେ କାହାକୁ କନ୍ଦାଅନି । ତୋ ହଁସେଇବା ଟା ବହୁତ୍ ବଡ଼ କଥା । ଆଉ ଯେତେବେଳେ ଆମେ ଯାତ୍ରା ପେଣ୍ଡାଲ କଥା କହିଥାଉ ସେବେ ଯାତ୍ରାରେ ବହୁତ୍ ସିରିୟସ୍ ସିନ ମଧ୍ୟ ଆସିଥାଏ ଆଉ ତା’ମଧ୍ୟରେ ଆସେ କମେଡି ସିନ । ଲୋକମାନେ କାନ୍ଦୁ କାନ୍ଦୁ ମଧ୍ୟ ହଁସି ଦିଅନ୍ତି । ତେବେ ଆଜି ଆମେ ହଁସେଇବା କଥା ଏଥିପାଇଁ କହୁଛୁ ଯେ ନିକଟରେ ଯାତ୍ରାର ସବୁଠାରୁ ଫେମସ୍ କମେଡିଆନ୍ ଭିକାରୀ ସ୍ୱାଇଁଙ୍କ ସହିତ ଏକ ସାକ୍ଷାତକାର କରାଯାଇଥିଲା । ତେବେ ଏହି କଥାବାର୍ତ୍ତା ସମୟରେ ଭିକାରୀ ନାଁ ଟା କିଏ ଦେଲା ବୋଲି ପ୍ରଶ୍ନର ଉତ୍ତରରେ ଭିକାରୀ କହିଛନ୍ତି ଯେ, ଯିଏ ଦେଲେ ସେତେବେଳେ ସେ ଛୋଟ ଥିଲେ ତେଣୁ ଜାଣି ନାହାଁନ୍ତି ।

ନାଁ ଟା ଭିକାରୀ ସେ ନିଜେ ମଧ୍ୟ ଭିକାରୀ ଜଗନ୍ନାଥଙ୍କ କୃପାରୁ କିନ୍ତୁ ସେ ବହୁତ୍ ଭଲରେ ଅଛନ୍ତି । ତେବେ ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହେଉଥିବା ଖଣ୍ଡଗିରି ମେଳାରେ ଭିକାରୀଙ୍କ ହେୟାର୍ ଷ୍ଟାଇଲ ଚେଞ୍ଜ ହୁଏ । ଏହାର ଉତ୍ତର ଦେଇ ସେ କହିଥିଲେ ଯେ ତାଙ୍କର ଚିହ୍ନା ଅଛନ୍ତି କିଛି ସେଲୁନ ବନ୍ଧୁ ସେମାନେ ବହୁତ୍ ଅନୁରୋଧ କରି କରାଇଦିଅନ୍ତି । ଟାଙ୍ଗୀ ପାଖରେ ଜଣେ ଅଟକାଇ ତାଙ୍କ ହେୟାର୍ ଷ୍ଟାଇଲ କରେଇଦେଲା ।

ତେଣୁ ପ୍ରତ୍ୟେକ ଖଣ୍ଡଗିରୀ ଯାତ୍ରାରେ ଭିକାରୀ ଭାଇଙ୍କ ନୂଆ ନୂଆ ହେୟାର ଷ୍ଟାଇଲ । ତେବେ ନୂଆ ହେୟାର୍ ଷ୍ଟାଇଲ ପଛରେ ସେପରି କିଛି କନସେପ୍ଟ ନାହିଁ । ତେବେ ଯାତ୍ରା ସେ କରୁଛନ୍ତି ୨୦୦୦ ମସିହାରୁ । ସେତେବେଳେ ଯାତ୍ରାରେ ଭିକାରୀ ଭାଇଙ୍କୁ ଲୋକମାନେ ଏତେ ଜାଣିନଥିଲେ । ସେତେବେଳେ ସେ ହାଲ୍ଫ ପ୍ୟାଣ୍ଟ ପିନ୍ଧି ଆସିଥିଲେ ଶିବାନୀ ଗଣନାଟ୍ୟରେ । ଦର୍ଶକ ହେଉଛନ୍ତି ଦେବତା ତେଣୁ ଏବେ କିଛି ଜାଣିଛନ୍ତି । କମେଡି କାହିଁକି ବାଛିଲେ ବୋଲି ପ୍ରଶ୍ନରେ ଭିକାରୀ ଉତ୍ତର ଦେଇଥିଲେ ଯେ, ଯିଏ ଯାହା ହେବ ସେଇଟା ଉପରୁ ଲିଷ୍ଟ ହେଇଛି ।

ସେ କେଉଁ ଟାଇପ୍ ର କଳାକାର ହେବେ ସିଆଡୁ ଲିଷ୍ଟ ହେଇଛି । ତାଛଡ଼ା ବେଳରୁ ତାଙ୍କୁ ଲାଗୁଥିଲା ଯେ କମେଡି କରି ସେ ଲୋକଙ୍କୁ ନିଶ୍ଚିତ ଭାବରେ ହଁସେଇ ପାରିବେ । ତାଙ୍କ ଭିତରେ ଯେଉଁ ପ୍ରତିଭା ଥିଲା ତାହା ସଦାବେଳେ ଉଙ୍କି ମାଇଲା । ତେବେ ଶିବାନୀ ଗଣନାଟ୍ୟର ଯାତ୍ରା ଥିଲା “ହେ ଈଶ୍ୱର ନମସ୍କାର” ସେଇ ନାଟକରେ ଭିକାରୀ ସ୍ୱାଇଁଙ୍କୁ ଜଟିଆ ବାରିକ ରୋଲ୍ ରେ ଲୋକମାନେ ତାଙ୍କୁ ଢେର୍ ସାରା ଭଲପାଇବା ଦେଇଥିଲେ ଏବଂ ଜାଣିଥିଲେ ।

Leave a Reply

Your email address will not be published. Required fields are marked *