ରାଣୀ ପଣ୍ଡାଙ୍କ ଖରାପ ଭାଷା କହିବାକୁ ନେଇ କ’ଣ କହିଲେ ଯାତ୍ରା କମେଡିଆନ୍ ନରି ପଣ୍ଡା ଦେଖନ୍ତୁ।

ଯାତ୍ରା ପାଣ୍ଡେଲରେ ଯେତେବେଳେ ଲୋକ ତାଙ୍କୁ ଦେଖିବାକୁ ଆସନ୍ତି କିମ୍ଵା ସେ ଅଭିନେତା ପେଣ୍ଡାଲ ଉପରକୁ ଯାଆନ୍ତି ଲୋକଙ୍କ ମୁହଁରେ ହଁସ ଆପେ ଆପେ ବାହାରି ଆସେ । କାହିଁକି ନା ସେ ହାସ୍ୟ ଅଭିନେତା ଜଣକ ହଁସେଇବା ପାଇଁ ବହୁତ୍ ଭଲ ପାଆନ୍ତି । ଆଜ୍ଞା ହଁ ସେ ଆଉ କେହି ନୁହନ୍ତି ଯାତ୍ରା ଜଗତର ମହାନ୍ ତଥା ଫେମସ କମେଡିଆନ୍ ଭାବରେ ପରିଚିତ ନରି ପଣ୍ଡା । ତେବେ ନିକଟରେ ତାଙ୍କ ସହିତ ଏକ ସାକ୍ଷାତକାର କରାଯାଇଥିଲା । ଆଉ ଏହି ବାର୍ତ୍ତାଳାପ ସମୟରେ ସେ କିପରି ଓ କାହିଁକି ଲୋକମାନଙ୍କୁ ଏତେ ହଁସାନ୍ତି ବୋଲି ପ୍ରଶ୍ନରେ ନରି ପଣ୍ଡା କହିଛନ୍ତି ସେ କଣ କମେଡିଆନ୍ ହେବା ପାଇଁ ବାଛିଛନ୍ତି ନା ।

ତାଙ୍କର ହିରୋ ହେବା ପାଇଁ ଇଚ୍ଛା ଥିଲା । ହେଲେ ଯାହା ଇଚ୍ଛା ଥିବ ସେଇୟା ତୋ ହେଇ ପାରିବନି ଯାହା ଉପର ବାଲାର ନିର୍ଦ୍ଦେଶ । ତାପରେ ତାଙ୍କ ଫିଗର୍ ଟା ଟୋଟାଲ୍ ଯେଉଁ ସାର୍ଟକୁ ସୁଟ କରିକି ସେହି ଅନୁସାରେ । ସାର୍ଟ ଢିଲା ପିନ୍ଧିଲେ ଲୋକେ ହଁସିବେନି କି ବୋଲି ସେ କହିଛନ୍ତି । ତେବେ ନରି ପଣ୍ଡା ସବୁବେଳେ ଡବଲ ମିନିଂ ବାଲା କମେଡି କରନ୍ତି ବୋଲି ସମସ୍ତେ କୁହନ୍ତି ।

ଏଇଟା ସତ କି ନାହିଁ ବୋଲି ପ୍ରଶ୍ନରେ ନରି ଉତ୍ତର ଦେଇଥିଲେ ସେ ଭାଷା କହିବା ପସନ୍ଦ କରନ୍ତି ନାହିଁ । କମେଡି କଲେ ଲୋକମାନେ ହଁସିବେ ତାମାନେ ନୁହେଁ ଯେ ଖରାପ୍ କଥା କହିଲେ ହିଁ ଲୋକେ ହଁସିବେ । ସେ କହି ହିଁ ପାରିବେନି ତାଙ୍କୁ ଲାଜ ଲାଗିବ । ଯୁଗ ଯାଇ ଯେଉଁଠି ପହଞ୍ଚିଲାନି । ତେବେ ବିନା ସ୍କ୍ରିପ୍ଟରେ କମେଡି କରି ଦିଅନ୍ତି କି ବୋଲି ପ୍ରଶ୍ନରେ ନରି ପଣ୍ଡା କହିଥିଲେ ସେମିତି ଲଗାମ୍ ନଥିଲେ ସେ ଡେଇଁ ପଡ଼ିଥାନ୍ତେ ୨୨ ଫୁଟ୍ ରେ ୨୨ ଫୁଟ୍ ସେ କମାଲ କରି ଦେଇଥାନ୍ତେ । କେତେ ବର୍ଷ ହୋଇଗଲାଣି ଏମିତି ଲୋକଙ୍କୁ ହଁସେଇବାର ଊତ୍ତର ନରି ଦେଇଥିଲେ ଯେ ଠିକ୍ ଭାବରେ ମନେ ନାହିଁ ହେଲେ ପ୍ରାୟ ୨୫ ବର୍ଷ ହେଇଯିବ ସେ ଯାତ୍ରା ଜଗତ ସହ ଜଡ଼ିତ ।

ଏତେ ପତଳା ସେ ସେଇଟା ତାଙ୍କ ବାପା ମାଙ୍କ ଦାନ । ବଞ୍ଚିଥିଲେ ସେ ସେମାନଙ୍କୁ ପଚାରି ଥାଆନ୍ତେ । ନମ୍ୱର୍ ୱାନ୍ ଆକ୍ଟର ମାନେ ପାର୍ଟି ଛାଡ଼ି ଦେଉଛନ୍ତି ତେବେ କିନ୍ତୁ ନରି ପଣ୍ଡା ସିଧାନ୍ତ କରିଛନ୍ତି ଯେ ସେ ସ୍ବପ୍ନ ମହଲରେ ରହିବେ । କାରଣ ସେ କୋଣାର୍କ ଓ କଳିଙ୍ଗରେ ବହୁତ୍ ଦିନ ଧରି ରହିଥିଲେ । ସେ ଜାଣିବାରେ ବହୁତ୍ ଭଲ ଭଲ ପାର୍ଟିରେ ସେ ରହିକି ଆସିଛନ୍ତି ସେ ବେଶୀ ପାର୍ଟି ଚେଞ୍ଜ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *