“ଯେବେଠୁଁ ସେ ସିନରେ ମୋ ଉପରକୁ ଚେୟାର ମାଡ଼ ହୋଇଛି, ସେବେଠୁ ମନରେ ଭୟ ରହିଛି ଆଉ ସିନ ଖରାପ ହେଉଛି” : ପିୟୁଷ ।

ବନ୍ଧୁଗଣ ସେଶରେ ଅପେକ୍ଷା ସରିଛି ଏବଂ ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇଛି । ଲୋକମାନେ ଏତେ ଭିଡ଼ ଜମାଉଛନ୍ତି ଯେ ଟିକେଟ ଘର ମଧ୍ୟ ଫାଙ୍କା ପଡୁନାହିଁ । ଲୋକମାନଙ୍କର ଭିଡ଼ ଦେଖି ଲାଗୁଛି ଯେମିତି ଆର୍ଟିଷ୍ଟ ମାନେ ଲୋକ ମାନଙ୍କର ଭଲ ପାଇବା ଦେଖି ବହୁତ୍ ଖୁସି ହେଇ ଯାଉଥିବେ । ବାକି ରହିଲା ଆର୍ଟିଷ୍ଟ୍ ମାନଙ୍କ କଥା । ତେବେ ଗୋଟାଏ ଫେଜ୍ ଯେତେବେଳେ ସରିଲା ରାଣୀ ପଣ୍ଡାଙ୍କର କ୍ରେଜ ସରିଲା ଏବେ ଆଉ ଗୋଟେ କ୍ରେଜ୍ ଆରମ୍ଭ ହେଉଛି ପିୟୂଷ ତ୍ରିପାଠୀଙ୍କର ।

ସକାଳୁ ସକାଳୁ ଲୋକଙ୍କର ଭିଡ଼ ଜମୁଛି ଟିକେଟ ଘରେ ଯେ ପିୟୂଷ ତ୍ରିପାଠୀଙ୍କ ଗୋଟାଏ ଝଲକ୍ ଦେଖିବା ପାଇଁ । “ଅଧା ରାତିର ସାଥୀ” ଯାତ୍ରା ଲୋକମାନଙ୍କୁ ଏତେ ଟାଣି ଆଣିଛି ଯେ ରାତି ୪ଟାରୁ ଉଠି ଲୋକମାନେ ଲମ୍ବା ଲାଇନ୍ ଲଗାଉଛନ୍ତି ପିୟୂଷ ତ୍ରିପାଠୀଙ୍କୁ ଦେଖିବା ପାଇଁ । ପିୟୁଷଙ୍କ ନାଟକ ସମୟରେ ଚେୟାର୍ କେବେ ଫାଙ୍କା ପଡ଼ିନି ଲୋକ ଠିଆ ହୋଇ ମଧ୍ୟ ଦେଖିଛନ୍ତି । ଲୋକମାନେ କେବଳ ସେଲଫି ନେବା ପାଇଁ କେତେ ଦୂରରୁ ପିୟୁଷଙ୍କ ନିକଟକୁ ଆସୁଛନ୍ତି । ନାଟକରେ ପିୟୁଷ ଏତେ ଜୀବନ୍ତ ଅଭିନୟ କରନ୍ତି ଯେ ଉପସ୍ଥିତ ଦର୍ଶକଙ୍କ ଠାରୁ ଚେୟାର ଚେୟାର ଫୋପଡ଼ା ମଧ୍ୟ ସହିଛନ୍ତି ।

ଏହି ବିଷୟରେ ତାଙ୍କ ସହ ସିଧାସଳଖ କଥାବାର୍ତ୍ତା ସମୟରେ ପିୟୂଷ ତ୍ରିପାଠୀ କହିଛନ୍ତି ଯେ ନାଟକ ଗୋଟେ ଏମିତି ଜିନିଷ ଯେଉଁଟା ସମସ୍ତେ ମିଶିଗଲେ ସୁନ୍ଦର୍ ହୁଏ । କେବଳ ଜଣେ ଯେ ଖଟୁଛି ଆଉ ସେ ସୁନ୍ଦର୍ କରି ଦେଉଛି ବୋଲି ଲୋକଙ୍କ ଭିଡ଼ ଜମୁଛି ସେଟା ନୁହେଁ । ତୁଳସୀ ଗଣନାଟ୍ୟର ପ୍ରତ୍ୟେକଟି ଆର୍ଟିସ୍ଟ ପ୍ରତ୍ୟେକଟି ଚରିତ୍ର ନିଜ ଶତ ପ୍ରତିଶତ ଦିଅନ୍ତି ।

ତେବେ ବୋଟଲ କିମ୍ଵା ଚେୟାର ଫୋପାଡ଼ିବାକୁ ନେଇ ପିୟୁଷ କହିଛନ୍ତି ଯେ ଯେଉଁ ଦର୍ଶକମାନେ ଦେଖୁଛନ୍ତି ସେମାନଙ୍କୁ ହାତ ଯୋଡ଼ି ଅନୁରୋଧ ଯେ ସେମାନେ ସେପରି କିଛି ନକରନ୍ତୁ । କାରଣ ସେଇଟା ବହୁତ୍ ଖରାପ୍ ପ୍ରଭାବ ବି ପକାଏ । କାରଣ ସେଇ ଗୋଟାଏ ଘଟଣା ପରଠାରୁ ଯେବେଠୁଁ ସେ ସିନରେ ପିୟୁଷଙ୍କ ଉପରକୁ ଚେୟାର ମାଡ଼ ହୋଇଛି, ସେବେଠୁ ତାଙ୍କ ମନରେ ଭୟ ରହିଛି ଆଉ ସିନ ଖରାପ ହେଉଛି । ସବୁବେଳେ ଡର ରୁହେ କୁଆଡୁ ଚେୟାର ଆସିବ କି? କାଳେ କିଏ ବୋତଲଟେ ଫୋପାଡ଼ି ଦେବ କି? କିଛି ନକରିକି କେବଳ ଆଗ ଲାଇନ୍ ରେ ବୋତଲକୁ ହାତରେ ଧରିକି ମୋଡ଼ିଦେଲେ କଡ଼ କଡ଼ ଶବ୍ଦ ହେଲେ ଭି ମନରେ ଭୟ ଆସିଯାଏ । ତେଣୁ ସେମିତି ନକରିବା ବହୁତ୍ ଭଲ ବୋଲି କହିଛନ୍ତି ପିୟୁଷ ତ୍ରୀପାଠୀ ।

Leave a Reply

Your email address will not be published. Required fields are marked *