ବାପାଙ୍କ ଏକାଦଶାହରେ ଦିଲ୍ଲୀରୁ ଆସି ପହଞ୍ଚିଥିଲେ ଜାଗୃତି । ଅନୁଭବଙ୍କୁ କଥା ଦେଲେ ଆଗକୁ… ।

ଓଡ଼ିଶାର ଚର୍ଚ୍ଚିତ ଚେହେରା ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଚାଲିଗଲେ । ସମସ୍ତେ କହୁଥିଲେ ଅନୁଭବ ମହାନ୍ତିଙ୍କ ଏହି ଦୁଃଖଦ ସମୟରେ କେମିତି ଆସି ପହଞ୍ଚିଲେ ନାହିଁ ଜାଗୃତି ଶୁକ୍ଲା । ଜାଗୃତି ଏବଂ ଅନୁଭବଙ୍କ ମଧ୍ୟରେ କେତେ ନିବିଡ଼ିତା ସମ୍ପର୍କ ରହିଛି ତାହା ସମସ୍ତେ ଜାଣିଛନ୍ତି । ଆଉ ଆଜି ଅନୁଭବଙ୍କ ପିତାଙ୍କ ଏକାଦଶାହରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନୁଭବଙ୍କ ଏହି ଦୁଃଖ ସମୟରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ କଳାକାର ଓ ନେତା ମନ୍ତ୍ରୀ ପହଞ୍ଚି ଅନୁଭବ ଏବଂ ତାଙ୍କ ପରିବାରରକୁ ସାନ୍ତ୍ଵନା ଦେଇଥିଲେ ।

କଂଗ୍ରେସ ନେତା ସୁର ରାଉତରାୟ ଠାରୁ ନେଇ ପ୍ରେମ ଆନନ୍ଦ, ଜୟୀରାମ ସାମଲ, ରାନୀ ପଣ୍ଡା ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ତେବେ ଏଭଳି ସ୍ଥିତିରେ ଦିଲ୍ଲୀରୁ ଅନୁଭବଙ୍କ ବନ୍ଧୁ ଜାଗୃତି ଶୁକ୍ଳା ଆସି ପହଞ୍ଚିଥିଲେ । ଏବଂ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ନେଇ । ଆଜ୍ଞା ହଁ ଅନୁଭବଙ୍କ ଘରେ ପହଞ୍ଚିଥିଲେ ତାଙ୍କର ଏହି ପ୍ରିୟ ବନ୍ଧୁ । ଦୁଃଖ ସମୟରେ ଆସି ଅନୁଭବଙ୍କୁ ସାହାରା ଦେଇଛନ୍ତି । ମନରେ ବହୁତ ଖୁସି ହୋଇଯାଇଛନ୍ତି ଅନୁଭବ ମହାନ୍ତି ।

ହଁ ଆଜ୍ଞା ଆଉ ରହି ପାରିଲେ ନାହିଁ । ଦିଲ୍ଲୀରୁ ସିଧା କଟକ ଧାଇଁ ଆସିଲେ । ଭଲ ସାଥୀଟିଏ ପାଖକୁ ଧାଇଁ ଆସିଛନ୍ତି ଆଉ ଜଣେ ସାଥୀ । ଅନୁଭବ ମହାନ୍ତି ବି ନିଜ ବାନ୍ଧବୀଙ୍କୁ ଦେଖି ପୁରା ଖୁସି ହୋଇଗଲେ । ପରିବାର ଲୋକଙ୍କ ଭିତରେ ସାମିଲ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗୃତି ଶୁକ୍ଲା । ଅନୁଭବ ମହାନ୍ତିଙ୍କ ବାପାଙ୍କ ଏକାଦଶାହରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ଯେଉଁଥିରେ ଜାଗ୍ରତିଙ୍କୁ ଅନୁଭବ ସମସ୍ତଙ୍କ ପାଖକୁ ନେଇ ଚିହ୍ନା କରାଉଥିବାର ଦେଖିବାକୁ ମିଳିଛି । ଜାଗୃତି ମଧ୍ୟ ଭାଙ୍ଗିପଡିଥିବା ଅନୁଭବଙ୍କୁ ସାନ୍ତ୍ଵନା ଦେଇଛନ୍ତି । ଯା‌ହାର ଦୃଶ୍ୟ ଏବେ ଖୁବ୍ ଭାଇରାଲ୍ ହେଉଛି ।

ଅନୁଭବଙ୍କ ବୈବାହିକ ଜୀବନରେ ବିବାଦ ଭଗତରେ ସାମ୍ନାକୁ ଆସିଥିଲେ ଜାଗୃତି । ଅନୁଭବଙ୍କ ସହ ଜାଗୃତିଙ୍କ ସମ୍ପର୍କକୁ ନେଇ ଅନେକ କଥା ଦେଖାଦେଇଥିଲା । ଏପରକି ଅନୁଭବ ଓ ବର୍ଷାଙ୍କ ଛାଡପତ୍ରର କାରଣ ଜାଗୃତି ବୋଲି କୁହଯାଇଥିଲା । ବର୍ଷାଙ୍କ ପରେ ଅନୁଭବ ଜାଗୃତିଙ୍କ ହାତ ଧରିବେ ବୋଲି ଚର୍ଚ୍ଚା ହୋଇଛି । ତେବେ ଅନୁଭବଙ୍କ ବାପାଙ୍କ ଏକାଦଶାହରେ ଜାଗୃତିଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି ।

Leave a Reply

Your email address will not be published. Required fields are marked *