ଅନୁଭବଙ୍କୁ ଭଲ ପାଏ ବୋଲି ତାଙ୍କ ଦୁଃଖରେ ସାମିଲ ହେଲି

ମୁଁ ବି କଥା ଦେଇକି ଯାଇଛି, ଯେ ଆଜି ତାଙ୍କ ତରଫରୁ ଏଇ ସବୁ କାର୍ଯ୍ୟ କରିଛନ୍ତି କିନ୍ତୁ ମୋ ତରଫରୁ ବି ଗୋଟେ ସ୍ପେସିଆଲ୍ ରହିବ। ଓଡ଼ିଶାବାସୀଙ୍କୁ ଖାଦ୍ୟର ବନ୍ଦୋବସ୍ତ କରିବି। ନିହାତି ଭାବରେ ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ସ୍ପେସିଆଲ୍। ମହାନ୍ତି ବାବୁଙ୍କୁ ବି ସେଦିନ ଡକେଇବି। ଏବଂ ତଙ୍କ ପରିବାର ଲୋକ ବି ସେଦିନ ଆସିବେ। ନିହାତି ଭାବରେ ଆଜି ଗୋଟେ ଦୁଃଖର କଥା।ଆଜି ଆସି ମୁଁ ପହଞ୍ଚିଲି। ମହାନ୍ତି ବାବୁ ସ୍ପେସିଆଲ୍ ମୋତେ କାର୍ଡ ଦେଇ ନିମନ୍ତ୍ରଣ କରିଥିଲେ ଆସିବା ପାଇଁ। ଭାରି ଖୁସି ଲାଗିଲା ଆସିକି।

କେବେ ଭାବି ନଥିଲି ଯେ ତାଙ୍କର ଏଇ ଦୁଃଖ ସମୟରେ ମୁଁ ଆସି ପହଞ୍ଚିବି। ଯାହା ହଉ ତାଙ୍କ ବାପାଙ୍କୁ ତାଙ୍କ ପରିବାର ପ୍ରତି ମୋର ବହୁତ୍ ଭଲ ପାଇବା,ସ୍ନେହଶ୍ରଦ୍ଧା ରହିଥିଲା। ସେଥିପାଇଁ ମୁଁ ଆସି ଆଜି ପହଞ୍ଚି ପାରିଲି ଉପରବାଲାର ଆଶୀର୍ବାଦରୁ। ତାଙ୍କ ବାପା ମଲା ବେଳେ ତ ମୁଁ ଓଡ଼ିଶାରେ ନଥିଲି ବାହାରେ ଥିଲି। ବାକି ଆସିବା ପରେ ମୁଁ ପ୍ରୋଗ୍ରାମରେ ପ୍ରବଳ ବ୍ୟସ୍ତ ଥିଲି। ଏବଂ ଯାତ୍ରା ମୋର ଚାଲିଥିଲା ଖଣ୍ଡଗିରିରେ ସେଥିପାଇଁ ବ୍ୟସ୍ତ ଥିଲି। ଆସି ପାରି ନଥିଲି ଦେଖା କରିବା ପାଇଁ। ଆଜି ଆସି ପହଞ୍ଚିଲି ଦେଖା ହେଲି। କଥା ହେଲି ଭାରି ଭଲ ଲାଗିଲା। ମାଆଙ୍କ ସହିତ ବି ଦେଖା ହେଲି,କଥା ହେଲି ।

ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ। ଏବଂ ଭଗବାନଙ୍କୁ ଡାକିବି ଯେ ତାଙ୍କ ପରିବାରକୁ ସୁଖ,ଶାନ୍ତି,ସମୃଦ୍ଧି ଦିଅନ୍ତୁ। ସେ ପାରିବାର ଭାରି ଖୁସି ପରିବାର, ସୁଖ ପରିବାର। ସମସ୍ତେ ତାଙ୍କ ପରିବାରରେ ଖୁସି ଆନନ୍ଦରେ ଜୀବନ ବିତାନ୍ତୁ। ଆଲୋଚନା ବ୍ୟସ୍ତ ଭିତରେ ବି ମୋ ସହିତ ଭଲରେ ସେ କଥା ହେଇଛନ୍ତି। କିଛି ଅସୁବିଧା ନାହିଁ। ତ ମୁଁ ଆଜି ପହଞ୍ଚିଲି , ଅନୁଭବ ମହାନ୍ତିଙ୍କୁ ମୁଁ ବହୁତ ଭଲ ପାଏ। ଏଇଟା ଓଡ଼ିଶା ବାସୀ ଜାଣିଛନ୍ତି। ବିଗତ ଦିନରେ ବି ମୁଁ କହିଥିଲି ତାଙ୍କ ବିଷୟରେ। ଯାହା ହଉ ପ୍ରକୃତରେ ହୃଦୟରେ ତାଙ୍କ ପ୍ରତି ଭଲ ପାଇବା ଥିଲା ଏବଂ ତାଙ୍କ ପରିବାର ପ୍ରତି ଭଲ ପାଇବା ଥିଲା ବୋଲି ମୁଁ ଆଜି ଆସି ପହଞ୍ଚି ଗଲି ତାଙ୍କ କାର୍ଯ୍ଯରେ।

ମୁଁ ବି କଥା ଦେଇକି ଯାଇଛି ଯେ ଆଜି ତାଙ୍କ ତରଫରୁ ଏଇ ସବୁ କାର୍ଯ୍ୟ କରିଛନ୍ତି କିନ୍ତୁ ମୋ ତରଫରୁ ବି ଗୋଟେ ସ୍ପେସିଆଲ୍ ଅଛି। ଯାହା ବି ହେଲେ ସେ ଓଡ଼ିଶାର ଗୋଟେ ସୁପର୍ ଷ୍ଟାର। ତା ଛଡ଼ା ସେ ମୋ ଫ୍ୟାନ୍।ମୁଁ ଯାହାଙ୍କୁ ବେଶୀ ଭଲ ପାଏ ସେ ତାଙ୍କ ଫ୍ୟାନ୍। ମାନେ ସେ ସଲମନ୍ ଖାଁଙ୍କୁ ବି ସେ ବହୁତ ଲାଇକ କରନ୍ତି ତ ମୁଁ ବି ଲାଇକ କରେ। ଆମେ ଦି ଜଣ ଗୋଟାଏ ପସନ୍ଦ କହିବାକୁ ଗଲେ ବାକି ମୋ ସହିତ ତ ଭଲ ମିଶନ୍ତି ଭଲ କଥାବାର୍ତ୍ତା ହୁଅନ୍ତି। ମୋତେ ଭଲ ଲାଗେ ଆଉ କଣ। ଏଇଟା ଗୋଟେ ଭଲ ପାଇବା ଆଉ କଣ। ଗୋଟେ ଖୁସି ଆଉ।

Leave a Reply

Your email address will not be published. Required fields are marked *