“ମା ଯାଉଯାଉ ବାପା ଆଉ ଗୋଟେ ବାହା ହେଇଗଲେ.. ଆମକୁ ପଚାରିଲେନି । ମାମୁ ଘର ଲୋକ ଆମକୁ ନେଇ ଆସିଲେ” ।

ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ଜଣେ ବିକଳାଙ୍ଗ ଝିଅ ତାର ଜୀବନରେ କିପରି ଅନେକ ସଂଘର୍ଷ କରୁଛି । ଉକ୍ତ ଝିଅ ଜଣକ ଗଣମାଧ୍ୟମରେ ନିଜ ବିଷୟରେ ସବୁ କଥା କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଯୁବତୀ ଜଣକ ଅନେକ କିଛି ଖୁଲାସା କରିଛନ୍ତି । ତେବେ ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର ତଥା ଡ୍ୟନ୍ସର ଜୁଲି କର । ତେବେ ଜୁଲି ଜନ୍ମରୁ ହିଁ ଦିବ୍ୟାଙ୍ଗ ଅଟନ୍ତି ।

କିନ୍ତୁ ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସକ୍ଷମ ଅଟନ୍ତି । ଜନ୍ମରୁ ଗୋଡ଼ ନାହିଁ । କିନ୍ତୁ ଜୀବନର କଷଟି ପଥରରେ କେମିତି ଏକା ଚାଲି ହୁଏ ସେ କଥା ଅନ୍ୟମାନଙ୍କୁ ଶିଖାଉଛନ୍ତି । ଆତ୍ମ ବିଶ୍ବାସ ଓ ନିଷ୍ଠା ଆଗରେ ଯେ ଅକ୍ଷମତା ଅନ୍ତରାୟ ହୋଇପାରେନା, ତା’ର ଉଦାହରଣ ହେଉଛନ୍ତି ଜୁଲି କର । ରାଉରକେଲାର ଏହି ଦିବ୍ୟାଙ୍ଗ ଝିଅ ଜୁଲି ନିଜକୁ ସ୍ବାବଲମ୍ବୀ ଓ ଶ୍ରେଷ୍ଠରୁ ଶ୍ରେଷ୍ଠତମ କରିବା ପାଇଁ କରି ଚାଲିଛନ୍ତି ହାଡ଼ଭଙ୍ଗା ପରିଶ୍ରମ ।

ନିଜର ଅକ୍ଷମତାକୁ କାହିଁ କେତେ ଦୂର ପଛରେ ଛାଡ଼ି ଦେଇ ନୃତ୍ୟ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଜୁଲି । ଜୁଲିଙ୍କ ଜୀବନ ଯେତେ ସଂଘର୍ଷପୂର୍ଣ୍ଣ, ଶୈଶବ ତା’ଠାରୁ ଅଧିକ ବିଷାଦଗ୍ରସ୍ତ ଥିଲା । ଜୁଲି ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ବାପାଙ୍କୁ ଝିଅ ପସନ୍ଦ ନଥିଲା । ପ୍ରଥମେ ସେ ଜନ୍ମ ହେଲେ ତାର ବର୍ଷେ ଭିତରେ ତାଙ୍କ ସାନ ଭଉଣୀ ଜନ୍ମ ହେଇଗଲା । ତାପରେ ଯୌତୁକ ପାଇଁ ତାଙ୍କ ମାଙ୍କୁ ଜାଳି ନୃଶଂସ ଭାବେ ହତ୍ୟା କରି ମାରିଦେଲେ ତାଙ୍କ ବାପା । ଆଉ ମା ଗଲା ପରେ ଜୁଲି ଏବଂ ତାଙ୍କ ସାନ ଭଉଣୀ ଦୁହିଁଙ୍କୁ ତାଙ୍କ ବାପା ଗ୍ରହଣ କରିବା ପାଇଁ ପୂରା ନାରାଜ ଥିଲେ । ତାପରେ ତାଙ୍କ ମାମୁଁ ଘର ଲୋକ ନେଇ ଘରେ ରଖିଲେ ।

ଆଉ ମା ଯାଉଯାଉ ତାଙ୍କ ବାପା ଆଉ ଗୋଟେ ବାହା ହେଇଗଲେ ଜୁଲି ଆଉ ତାଙ୍କ ଭଉଣୀକୁ ପଚାରିଲେନି । ସେ ଆଉ ତାଙ୍କ ବାପା ଦୁହେଁ ରାଉରକେଲା ହିଁ ରହୁଛନ୍ତି । ତାଙ୍କ ବାପା ଟିଭିରେ ମଧ୍ୟ ଦେଖୁଥିବେ ଯେ ତାଙ୍କ ଝିଅ ଏତେ ବଡ଼ ହେଇଗଲାଣି, ନାଁ କମେଇଲାଣି ଯେଉଁଟା କି ସେ କେବେ ଭାବି ନଥିବେ । ହେଲେ ସେ ଏସବୁ କିଛି ଫିଲ୍ କରୁନଥିବେ କାରଣ ସେ ଭୁଲି ହିଁ ଯାଇଛନ୍ତି ଯେ ତାଙ୍କର ଝିଅ ଅଛନ୍ତି ବୋଲି । ଆଉ ଏବେ ମଧ୍ୟ ତାଙ୍କ ବାପାଙ୍କ ଭଲ ପାଇବା ଦରକାର ନାହିଁ । ଯେଉଁଠି ତାଙ୍କ ମା ନାହାଁନ୍ତି ସେଠି ଆଉ କେହି ନାହିଁ ବୋଲି କହିଛନ୍ତି ଜୁଲି ।

Leave a Reply

Your email address will not be published. Required fields are marked *