ମୁହଁ ଖୋଲିଲେ ସ୍ଵାମୀ ମହେଶ୍ୱର । ରୁକ୍ମଣୀଙ୍କ ପାଇଁ ସମସ୍ତଙ୍କ ପାଖରେ କାହିଁକି କାନ୍ଦିଥିଲେ? କଣ କହିଲେ ଶ୍ୱଶୁର.. ।

ବନ୍ଧୁଗଣ ନିକଟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ । ଇସାରା ଇସାରାରେ ହେଇଗଲା ପ୍ରେମ । ଠରା ଠରିରେ ଭଲ ପାଇବା । ଆଉ ତାପରେ ପ୍ରେମ ନେଇଛି ବିବାହର ରୂପ । ଜଣେ ଦିବ୍ୟାଙ୍ଗଙ୍କ ହାତ ଧରିଛନ୍ତି ଇଂଜିନିୟର ପ୍ରେମିକ । ମଥାରେ ସିନ୍ଦୁର ଦେଇ, ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଛନ୍ତି । ଏଠି ଓଠ ନୁହେଁ, ହୃଦୟ କହୁଛି କଥା । କାନ ନୁହେଁ, ମନ ଶୁଣୁଛି ମନର ଭାଷାକୁ । ଆଜ୍ଞା ହଁ ରୁକ୍ମଣୀ କଥା କହି ପାରୁନଥିବା ଜାଣି ସୁଦ୍ଧା ମହେଶ୍ଵର ରୁକ୍ମଣୀଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବାକୁ ମନସ୍ଥ କରିଥିଲେ ।

ପରେ ଉଭୟ ପ୍ରେମୀ ଯୁଗଳ ଠାରରେ ଠାରରେ ପ୍ରେମର ଭାଷାକୁ ପରିପ୍ରକାଶ କଲେ । ତେବେ ଦୁହେଁ ବିବାହ ପାଇଁ ମନସ୍ଥ କରିଥିଲେ । ହେଲେ ମହେଶ୍ଵରଙ୍କ ପରିବାର ରୁକ୍ମଣୀ ଭିନ୍ନକ୍ଷମ ଥିବାରୁ ପ୍ରଥମେ ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ନ ଥିଲେ । ପରେ ନିଜ ଅନାବିଳ ପ୍ରେମକୁ ଚିର ଶାଶ୍ବତ କରିବା ପାଇଁ ଉଭୟ ବିବାହ ପାଇଁ ଜିଦ୍ ଧରିଥିଲେ । ଶେଷରେ ଉଭୟ ପରିବାର ମହେଶ୍ଵର ଏବଂ ରୁକ୍ମଣୀଙ୍କ ପ୍ରେମକୁ ସ୍ବୀକୃତ ଦେଇଥିଲେ । ଆଉ ବର ବେଶ ସାଜି ନିଜର ବରଯାତ୍ରୀ ସହ ମହେଶ୍ଵର ଲକ୍ଷ୍ମୀ ନାରାୟଣ ମନ୍ଦିରରେ ରୁକ୍ମଣୀଙ୍କୁ ବିବାହ କରିଥିଲେ ।

ତେବେ ବାହାଘର ପରେ ବର୍ତ୍ତମାନ୍ ସମୟରେ ମୁହଁ ଖୋଲିଛନ୍ତି ସ୍ଵାମୀ ମହେଶ୍ୱର । ଏବେ ତୋ ରୁକ୍ମଣୀ ଆଉ ମହେଶ୍ୱରଙ୍କ ବିବାହକୁ ନେଇ ସବୁଆଡ଼େ ଚର୍ଚ୍ଚା । ସମସ୍ତେ ମହେଶ୍ବରଙ୍କୁ ବହୁତ୍ ଧନ୍ୟବାଦ୍ ଦେଉଛନ୍ତି କାରଣ ମହେଶ୍ବରଙ୍କ ପରି ମଣିଷ ବହୁତ୍ କମ୍ ଅଛନ୍ତି । ତେବେ ୩ ବର୍ଷ ପୂର୍ବରୁ ମହେଶ୍ଵରଙ୍କ ବଡ଼ ଭାଇ ବାହାଘରୁ ରୁକ୍ମିଣୀ-ମହେଶ୍ୱରଙ୍କ ପ୍ରଥମ ସାକ୍ଷାତ ହୋଇଥିଲା ଆଉ ମହେଶ୍ୱର ସେଇଠି ହିଁ ହୃଦୟ ଦେଇ ବସିଥିଲେ ରୁକ୍ମଣୀଙ୍କୁ । କିନ୍ତୁ ତାପରେ ରୁକ୍ମଣୀ ଚାଲିଯାଇଥିଲେ ନିଜ ଘରକୁ ଆଉ ମହେଶ୍ୱର ଭାବି ନେଇଥିଲେ ତାଙ୍କ ସହ ଆଉ କେବେ ଦେଖା ହେବନି ବୋଲି । କିନ୍ତୁ ରୁକ୍ମଣୀଙ୍କ ନମ୍ୱର୍ ତାଙ୍କୁ ମିଳିଗଲା ।

ହେଲେ ମହେଶ୍ୱର ଯେବେ ବାହାର ରାଜ୍ୟକୁ କାମ କରିବାକୁ ଗଲେ ସେ ରୁକ୍ମଣୀଙ୍କୁ କଲ୍ କରନ୍ତି କିନ୍ତୁ ରୁକ୍ମିଣୀ ଫୋନ୍ ଉଠାଇ କାଟି ଦେଉଥିଲେ କିଛି କହି ପାରୁନଥିଲେ । ଆଉ ଧିରେ ଧିରେ ଭିଡ଼ିଓ କଲ୍ ରେ ଦୁହିଁଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ରୁକ୍ମଣୀଙ୍କ ବାପାଙ୍କୁ ବୁଝାଇବାକୁ ମହେଶ୍ୱର ୨ଥର ଯାଇଛନ୍ତି । ତେବେ ୩ ବର୍ଷ ଭିତରେ ରୁକ୍ମିଣୀଙ୍କ ପାରିବାର ଲୋକଙ୍କ ସହିତ ନିଜ ବାପା ମାଆଙ୍କୁ ମଧ୍ୟ ବୁଝାଇ ନେଇଥିଲେ ମହେଶ୍ୱର । ଆଉ ଚଳିତ ମାସ ୪ ତାରିଖରେ ଦୁହିଁଙ୍କ ବିବାହ ବୈଦିକ ରୀତି ନୀତି ଅନୁସାରେ ସମ୍ପନ୍ନ ହୋଇଛି।

Leave a Reply

Your email address will not be published. Required fields are marked *