ରାଣୀଙ୍କୁ ଝୁରି ଝୁରି କାନ୍ଧୁଛି ତାଙ୍କ କୁକୁର, ଆଖିରୁ ବହିଯାଉଛି ଧାର ଧାର ଲୁହ।

ସତରେ କଣ ଏହାକୁ ବିଶ୍ୱାସ କରିହେବ। ଆପଣ ଏହି ଫୋଟରେ ଦେଖି ପାରୁଥିବେ ରାଣୀ ମା’ଙ୍କୁ ଝୁରି ଝୁରି ଏଇ କୁଜୁରଟିର ଆଖିରୁ ଝରି ଯାଉଛି ଲୁହ। ସତରେ କ’ଣ କୁକୁର ମାନଙ୍କ ଶରୀରରେ ଏମିତି କିଛି ରହିଛି। ସେମାନେ କ’ଣ ଆପେ ଆପେ ଜାଣି ନିଅନ୍ତି ଏ ଦୁନିଆରୁ କିଏ ଚାଲିଗଲେ ସେମାନେ ଏଭଳି କାନ୍ଦିଥାନ୍ତି। ଆପଣ ଦେଖି ପାରୁଥିବେ।

ଖୋଲିକୁଟ ରାଣୀ ମା’ଙ୍କର ଜୀବନ ଚାଲିଗଲା ପରେ କୁକୁରଟିର ଆଖିରୁ ଲୁହ ଧାର ଧାର ହୋଇ ବହି ଯାଉଛି। ଯାହାକୁ ଦେଖି ସେଠାରେ ଥିବା ଲୋକମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦୁଇ ଦୁଇଟି କୁକୁର ଆଜି ଛଟପଟ ହେଉଛନ୍ତି। ରାଣୀ ମା’ଙ୍କର ଦର୍ଶନ ଟିକେ ପାଇଁ। ରାଣୀ ମା’ ଯେତେବେଳେ ଗେଟ ପାଖରୁ ଚାଲି ଚାଲି ଘର ଭିତରକୁ ଆସନ୍ତି ସେତେବେଳେ ଏ କୁକୁର ମାନେ ଦୌଡ଼ି ଯାଆନ୍ତି ତାଙ୍କ ପଛେ ପଛେ। ଆଉ ଏବେ ରାଣୀ ମା’ ସେ ଗେଟ ଦେଇ ଆସୁନାହାନ୍ତି କାରଣ ରାଣୀ ମା’ ସବୁଦିନ ପାଇଁ ଆଖି ବୁଜି ଆର ପାରିକୁ ଚାଲିଗଲେ। କେମିତି ବୁଝିଗଲେ ଏ କୁକୁରମାନେ। ସେମାନେ କେମିତି ଝୁରି ହେଉଛନ୍ତି। ତାଙ୍କ ଆଖିରୁ କେମିତି ଲୁହ ଝରୁଛି ଦେଖନ୍ତୁ ଏହି ଫୋଟଟିକୁ।

ଏ ହେଉଛି ଖୋଲିକୁଟ ରାଣୀଙ୍କ ବାସଭବନ। ଯେଉଁ ପରିସର ଭିତରେ ଏଇ ପୋଷା କୁକୁର ଦୁଇଜଣ ରାଣୀ ମା’ଙ୍କ ପାଖରେ ପାଖରେ ରୁହନ୍ତି। ହେଲେ ଏଇ କିଛି ଦିନ ହେଲାଣି ରାଣୀ ମା’ ଅସୁସ୍ଥ ଯୋଗୁ ବାହାରନ୍ତିନି। ହେଲେ ରାଣୀ ମା’ ଚାଲିଗଲା ପର ଠାରୁ ଏଇ କୁକୁର ଦୁଇଜଣଙ୍କର ଆଖିରୁ ଏଭଳି ଲୁହ ଝରି ଚାଲିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏ କୁକୁରମାନେ କେମିତି ଜାଣିଲେ ଯେ ରାଣୀ ମା’ ଆଉ ଏ ଦୁନିଆରେ ନାହାନ୍ତି।

ତେବେ ଏଠାରେ ଜଣେଇ ଦେବାକୁ ଚାହିଁବୁ ଯେ ୧୦ ଥର ବିଧାୟିକା ହୋଇଥିଲେ ସୁକେରି କୁମାରୀ ଦେଓ। ରାତି ଦିନ ତାଙ୍କ ପାଖକୁ ଲୋକମାନେ ଦୌଡ଼ି ଆସୁଥିଲେ ନିଜର ସୁଖ ଦୁଃଖ ଜଣେଇବା ପାଇଁ। ଆଉ ସେ ସମସ୍ତଙ୍କର ମା’ ସାଜିଥିଲେ। ସମସ୍ତେ ରାଣୀ ମା’ ବୋଲି ଜାଣୁଥିଲେ।

ତେବେ ଚେନ୍ନାଇରେ ଗତ କାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କ ମଲା ଶରୀରକୁ ଭୁବନେଶ୍ୱର ଅଣାଯାଇଛି। ତେବେ ଯାହା ଜଣା ପଡ଼ିଛି ଆସନ୍ତା କାଲି ଖୋଲିକୁଟରେ ଥିବା ରାଜ ପରିବାରରେ ସ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ।

Leave a Reply

Your email address will not be published. Required fields are marked *