“ମୋର ମଙ୍ଗଳସୂତ୍ର ୩୦ ପିସ ଅଛି । ମୁଁ ନିଜେ କିଣିଛି..କ୍ୟାମେରା କିଣିବା ପାଇଁ ମୁଁ ଛତୁ ମଧ୍ୟ ବିକିଛି” : ମିଷ୍ଟର ଦେବା

ଏଣ୍ଟେଟେନମେଣ୍ଟ ପାଇଁ ସାଧାରଣତଃ ଲୋକମାନେ ସମସ୍ତେ ୟୁଟ୍ୟୁବ୍ ଖୋଲନ୍ତି । ଆଉ କିଛି ଟା ୟୁ-ଟ୍ୟୁବର୍ସ ଥାଆନ୍ତି ଯେଉଁମାନେ ଆମ ମୁହଁରେ ହଁସ ଆଣି ଦିଅନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆପଣମାନେ ସବୁବେଳେ ଶାଢ଼ୀ ପିନ୍ଧି ଥିବାର ଦେଖିଛନ୍ତି । ତେବେ ସେ ହେଉଛନ୍ତି ତ୍ରିନଳା ଗ୍ରୁପ୍ ର ନାନୀ ମିଷ୍ଟର୍ ଦେବା । ନିକଟରେ ଏକ ଚ୍ୟାନେଲରେ ସାକ୍ଷାତକାର ସମୟରେ ଦେବା ନିଜ ବିଷୟରେ ବହୁତ୍ କିଛି ଆଲୋଚନା କରିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଲାଇଫ୍ କେମିତି ଚାଲିଛି ବୋଲି ପ୍ରଶ୍ନରେ ଦେବା ଉତ୍ତର ଦେଇଥିଲେ ଯେ ଏବେ ଆଉ ତାଙ୍କ ବ୍ୟାଙ୍କ ରେ ପଇସା ନାହିଁ, ସବୁ ସରିଗଲା ।

ଭଉଣୀ ବାହାଘର, ଘର ତୋଳା, ବାପାଙ୍କ ମେଡିସିନ, ମାଙ୍କ ଆଣ୍ଠୁଗଣ୍ଠି ଏମିତି ସବୁ ଜିନିଷ ହେଇକି ସବୁ ସରିଲାଣି । ଆହୁରି ଏବେ ମଧ୍ୟ ୟୁ-ଟ୍ୟୁବ୍ ଟିକେ ଡାଉନ୍ ରେ ଚାଲିଛି । ନିକଟରେ ସେ ଅପଲୋର୍ଡ କରିଛନ୍ତି ୟୁ-ଟ୍ୟୁବ୍ ଭିଡ଼ିଓ “ମର୍ଡନ ମାଣବସା ଗୁରୁବାର” । ଯାହାର ଭିୟୁ ଯାଇଛି ୫ଲକ୍ଷ । ଦେଢ଼ ମାସ ଗ୍ୟାପରେ ଛଡ଼ା ଯାଇଛି ନହେଲେ ଏବେ ୭ଲକ୍ଷ ପାଖାପାଖି ଭିୟୁ ଯାଇଥାନ୍ତା ବୋଲି କହିଛନ୍ତି ଦେବା ।

ଦେଢ଼ ମାସ ମ୍ୟୁଜିକ୍ ଭିଡ଼ିଓ ପାଇଁ ଗ୍ୟାପ ନେଇଥିଲେ ତା ଚକ୍କରରେ କମେଡି ଭିଡ଼ିଓ ଆସି ପାରୁନଥିଲା । ତେଣୁ ଡାଉନ୍ ଚାଲିଛି ବୋଲି ଦେବା କହିଛନ୍ତି । “ପଡ଼ୋଶୀ ଝିଅ” ମ୍ୟୁଜିକ୍ ଭିଡ଼ିଓ ବିଷୟରେ କହିବାକୁ ଯାଇ ଦେବା କହିଛନ୍ତି । “ପଡ଼ୋଶୀ ଝିଅ”ର ଗୀତ ବୋଲିଥିଲେ ବୈଭବ ଭାଇ । ଆଉ ବୈଦନାଥ ଦାସ ଡିରେକ୍ସନ୍ ଦେଇଥିଲେ । ତେବେ ତାଙ୍କୁ ଶାଢ଼ୀ ପିନ୍ଧିବାକୁ ତାଙ୍କୁ ଭଲଲାଗେ କି ବୋଲି ପ୍ରଶ୍ନରେ ଦେବା କହିଛନ୍ତି ।

ତାଙ୍କୁ ଶାଢ଼ୀ ପିନ୍ଧିବାକୁ ଭଲ ଲାଗେନି କିନ୍ତୁ ଲୋକମାନେ ତାଙ୍କୁ ଶାଢ଼ୀରେ ଦେଖିବାକୁ ଭଲ ପାଆନ୍ତି । ଲୋକମାନେ ଯାହା ପସନ୍ଦ କରିବେ ସେ ସେଇୟା ହିଁ କରିବେ । ତେବେ ସେ ମୁସଲିମ କ୍ୟାରେକ୍ଟର କରିଛନ୍ତି, ବାପା କ୍ୟାରେକ୍ଟର କରିଛନ୍ତି, ଟୋକା ବେଳର କ୍ୟାରେକ୍ଟର କରିଛନ୍ତି କିନ୍ତୁ ସ୍ତ୍ରୀ ଲୋକ କ୍ୟାରେକ୍ଟରକୁ ହିଁ ଲୋକ ଏତେ ପସନ୍ଦ କରୁଛନ୍ତି ବୋଲି ଦେବା ଏତେ ପର୍ୟ୍ୟନ୍ତ ଜାଣି ପାରୁନାହାନ୍ତି ବୋଲି କହିଛନ୍ତି । ଆହୁରି ସେ କହିଥିଲେ ଯେହେତୁ ସେ ସବୁବେଳେ ଘରେ ସୁଟିଂ କରନ୍ତି ବହୁତ୍ ଫାଇଦା ହୁଏ ଲୁଙ୍ଗି ଠାରୁ ଆରମ୍ଭ କରି ଗାମୁଛା ପର୍ଯ୍ୟନ୍ତ ବାକି ସବୁ ଜିନିଷ ମିଳିଯାଏ । ତାଙ୍କର ନିଜର ମଙ୍ଗଳସୂତ୍ର ୩୦ ପିସ୍ ଅଛି ବାକି ସିନ୍ଦୂର ଶାଢ଼ୀ ତାଙ୍କ ମାଆଙ୍କ ଠାରୁ ମିଳିଯାଏ ।

Leave a Reply

Your email address will not be published. Required fields are marked *