ସବୁ କଥା ଖୋଲିକି କହିଲେ ଜସ୍ମିନ, ମୁଁ ବହୁତ ଚଣ୍ଡୀ ହେଲେ…

ମୁଁ ସବୁବେଳେ କଷ୍ଟ କରି ଚାଲିଛି ଏବଂ ତାର ଫଳ ମୋତେ ଭଗବାନ ଦେଉଛନ୍ତି। ଯାହାବି ମୁଁ ପାଉଛି ଆଉ ଯାହାବି ମୁଁ ପାଇଛି ତା ପାଇଁ ମୁଁ ଖଟିଛି। କି ଜସ୍ମିନ୍ ତମକୁ ନେବାର କାରଣ ହେଉଛି କି ତମ ଫେସଟି ଇନୋସେଣ୍ଟ୍ ଦେଖାଯାଏ। ତ ମୁଁ ମନେ ମନେ ଭାବିଲି କି ମୁଁ ସତରେ ଇନୋସେଣ୍ଟ ଦେଖାଯାଏ ମୁଁ ତ ଗୋଟେ ଚଣ୍ଡୀ ଟିଏ। ସ୍ବପ୍ନ ତ ସ୍ବପ୍ନ ହେଇ ରହିଯାଏ,କେବେ କେବେ ସ୍ବପ୍ନ ସତ ହୁଏନି। କିନ୍ତୁ ସ୍ବପ୍ନ ଦେଖିବାର ଅଧିକାର ସମସ୍ତଙ୍କର ଅଛି।

ଯେତେବେଳେ ଆମେ ସତ କହୁଛେ ଆମେ ଠିକ୍ ଅଛେ ଆମେ ଡରିବା କାହିଁକି। ମୁଁ ସେଇୟା ଭାବେ।ଯେବେ ଆମେ ଭୁଲ୍ କରିବା ସେବେ ଆମେ ଡରିବା। ଡେଲି ଅଭିନେତ୍ରୀରୁ ଅଭିନେତ୍ରୀ। ଆଉ ଏବେ ପରଦା ଉପରେ ମଧ୍ୟ ତାଙ୍କୁ ଅନେକ ଲୋକ ଦେଖିବାକୁ ପାଉଛନ୍ତି। କେବଳ ଓଡ଼ିଆ ଇଣ୍ଡଷ୍ଟ୍ରିରେ ନୁହେଁ ତାଙ୍କୁ ଆମେ ତେଲୁଗୁ ଆଉ ତାମିଲ ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖିବାକୁ ପାଉଛୁ। ଏବଂ ଲୋକମାନେ ତାଙ୍କୁ ବହୁତ୍ ଭଲ ପାଇବା ଦେଉଛନ୍ତି। ଏବଂ ଅଭିନେତ୍ରୀଙ୍କୁ ମଧ୍ୟ ବହୁତ୍ ଭଲ ପାଇବା ଦେଉଛନ୍ତି। କାରଣ ତାଙ୍କ ଅଭିନୟ ଜରିଆରେ ସେ ଆପଣ ମାନଙ୍କୁ ସବୁବେଳେ ଟାଣି ରଖନ୍ତି।

କାମ ପାଇଁ କେବେ ଥକା ହେବା କଥା ନୁହେଁ।ଯେତେବେଳେ ଆପଣ କାମ କରନ୍ତି ଆପଣ ଥକା ହେଇ ଯାଉଛନ୍ତି ବୋଲି ଅନୁଭବ କରିବା କଥା ନୁହେଁ। ଏବଂ ଯେଉଁମାନଙ୍କ ପେଟରେ ସେ ଭୋକଟା ଥାଏ କାମ କରିବାର ନେଇ ତାଙ୍କୁ କେବେ ଥକା ଅନୁଭବ ହୁଏନି। ଏବଂ ସବୁଠାରୁ ପ୍ରଥମ କଥା ହେଉଛି ରଜରେ ରଜ ସିନେମା ଆସୁଛି। ଯାହାର ନାଁ ହେଉଛି ‘ଚନ୍ଦ୍ରବଂଶୀ’।ତ ୟାଠୁ ବଡ଼ କଥା ଆଉ କିଛି ନୁହେଁ। ଆଶା କରୁଛୁ ଯେ ଲୋକ ମାନଙ୍କୁ ଭଲ ଲାଗିବ। ନିହାତି ଭାବରେ ଘର ଲୋକଙ୍କର ଆଶୀର୍ବାଦ। ମୋ ପରିବାରରେ ମୋ ଉପରେ ଥିବା ବିଶ୍ୱାସ। ଆଉ ସବୁଠୁ ବଡ଼ କଥା ହେଉଛି ଦର୍ଶକମାନେ ସେମାନେ ଆଜି ମୋତେ ଏତେ ବାଟରେ ଛିଡ଼ା କରି ଦେଇଛନ୍ତି। ତାଙ୍କଠୁ ମୁଁ ସେତିକି ମାତ୍ରାରେ ଭଲ ପାଇବା ପାଇଛି ଯେଉଁଥି ପାଇଁ ମୁଁ ଆଜି ଏଠି ବସି ପାରିଛି।

‘ଚନ୍ଦ୍ରବଂଶୀ’ରେ ମୁଁ ଲିଡରେ ଅଛି ଆଉ ଇନୋସେଣ୍ଟ ରୋଲ୍ ପ୍ଲେ କରୁଛି। ସତ କଥା ହେଉଛି ମୁଁ ଯେଉଁ ଲାଇନରେ କାମ କରୁଛି ଏଇ ଲାଇନରେ ଯେଉଁ ଯେଉଁ ଜିନିଷ,ଯେଉଁ ଯେଉଁ ସ୍ବପ୍ନ ମୁଁ ଦେଖିଛି ଡକ୍ଟର ହଉ,ଇଞ୍ଜିନିୟର ହଉ, ଓକିଲ ହଉ, ଆକ୍ଟର ହଉ ଯାହାବି ମୁଁ ବହୁତ୍ ଖୁସି ଯେ ଏଇ ଲାଇନରେ ଯେଉଁ ପର୍ଯ୍ୟନ୍ତ ମୁଁ ଅଛି ସେ ପର୍ଯ୍ୟନ୍ତ ମୁଁ ବିଭିନ୍ନ ଚରିତ୍ର କରି ପାରିବି। ମୁଁ ଏଇ ଲାଇନରେ ରହି ଡକ୍ଟରର ଚରିତ୍ର ମଧ୍ୟ କରିଛି,ଏଇ ଲାଇନରେ ରହି ଟିଚରର ଚରିତ୍ର ମଧ୍ୟ କରିଛି। ଅନ୍ଧ,ମୁକ, ବଧିର,କାଲ ସବୁର ଚରିତ୍ର କରି ପାରିବି। ତେଣୁ କରି ମୁଁ ବହୁତ୍ ଖୁସି। ପ୍ରତ୍ୟେକଟି ଝିଅ ଭିତରେ ସାହାସ ଅଛି। କାରଣ ସେମାନେ ନାରୀ। ଆଉ ନାରୀ ମାନେ ହେଲେ ଶକ୍ତିର ପ୍ରତୀକ।

Leave a Reply

Your email address will not be published. Required fields are marked *