ଦିନେ ରୋଷେଇ ଆସୁ ନଥିଲା ଆଜି ରୋଷେଇ ପାଇଁ ୨୫ ଲକ୍ଷ ଟଙ୍କାର ଗାଡି କିଣିଛି

ଘରର ସାନ ଝିଅ ଥିଲେ। କାମ କରିବାକୁ ତାଙ୍କୁ କେହି ଦେଉ ନଥିଲେ। କିନ୍ତୁ ବୋଧ ହୁଏ ଏଇଟା ତାଙ୍କୁ ଶାଶୁଘରେ ଇଫେକ୍ଟ୍ କରିଥିଲା। ଶାଶୁ ଯେତେବେଳେ କହିଲେ କି ଟିକେ ଉପମା ବନା।ସେତେବେଳେ ତାଙ୍କୁ ଉପମା ବନେଇବା ଆସୁ ନଥିଲା। କିନ୍ତୁ ଆଜି ସେଇ ଝିଅ ପୁରା ଓଡ଼ିଶାର ଲକ୍ଷ୍ମୀ ସାଜିଛନ୍ତି। ସମସ୍ତେ ତାଙ୍କୁ ଅନ୍ନପୂର୍ଣ୍ଣା ବୋଲି ଡାକନ୍ତି। କଣ ସତରେ ସେ ଅନ୍ନପୂର୍ଣ୍ଣା। ସେଥିପାଇଁ ମୁଁ ଆଜି ଆସିଛି ତାଙ୍କ ପାଖକୁ । ଯିଏ ହେଉଛନ୍ତି ସରୋଜା ଚୌଧୁରୀ। ଯାହାଙ୍କର ଷ୍ଟ୍ରଗଲ୍ ଷ୍ଟୋରୀ ଆପଣ ସବୁବେଳେ ଶୁଣୁଥିବେ। କିନ୍ତୁ ତାଙ୍କର ଖାଇବା କେବଳ ଓଡ଼ିଶା ନୁହେଁ ବିଲିଉଡର ଅଭିନେତା କୁହନ୍ତୁ କି ରାଜନେତା କୁହନ୍ତୁ ସମସ୍ତେ ତାଙ୍କ ଖାଇବା ଚଖିଛନ୍ତି। ଏମିତିକି ଗଜପତି ମହାରାଜା ମଧ୍ୟ ତାଙ୍କ ଖାଇବା ଚାଖିଛନ୍ତି।

ଏମିତି କଣ ଅଛି ତାଙ୍କ ହାତରେ ଯାଦୁ ଯାହାକି ସମସ୍ତେ ତାଙ୍କ ଆଡ଼କୁ ଆକର୍ଷିତ ହେଉଛନ୍ତି। ମୋ ପାଖରେ ଅଛନ୍ତି ସରୋଜା ଚୌଧୁରୀ ଓର୍ ଅଫ ରୋଜି ମ୍ୟାମ୍। ଯାହାଙ୍କର ରୋଜେସ୍ କିଚେନ୍ ନାଁରେ ଖାଲି ଓଡ଼ିଶା ନୁହେଁ ପୁରା ବଲିଉଡରେ ମଧ୍ୟ ଆଉ ଓଲିଉଡ଼ରେ ମଧ୍ୟ ସମସ୍ତେ ତାଙ୍କୁ ଜାଣନ୍ତି। ଓଡ଼ିଶାର ଲକ୍ଷ୍ମୀ ବୋଲି ସମସ୍ତେ ମୋତେ କହୁଛନ୍ତି ସିନା ସେଇଟା ଓଡ଼ିଶାବାସୀଙ୍କୁ ପଚାରିବା ଆମେ। ଆମେ କେମିତି ପ୍ରେଜେଣ୍ଟ କରୁଛୁ ଆମର କଲ୍ଚରକୁ ଆମେ କେମିତି ପ୍ରେଜେଣ୍ଟ କରୁଛୁ । ସେଥିପାଇଁ ଓଡ଼ିଶାର ଲକ୍ଷ୍ମୀ ବୋଲି କହୁଛନ୍ତି ତ ବହୁତ୍ ଖୁସି ଲାଗୁଛି। ଆଜି ହେଉଛି ସେକେଣ୍ଡ ମାଣବସା ଗୁରୁବାର। ମୋ ଶାଶୁ ଘରେ ବି ସ୍ଵତନ୍ତ୍ର ପୂଜା ଗୋଟେ ଅଛି।

ଏଠି କଣ କି ପ୍ରଥମ ପାଳିରେ ମାଣବସା ଗୁରୁବାର କରନ୍ତିନି। କାରଣ ଯଦି ପ୍ରଥମାଷ୍ଟମୀ ଯାଇ ନଥିବ। କିନ୍ତୁ ମୋ ଶାଶୁ ଘରେ ପ୍ରଥମାଷ୍ଟମୀ ପୂଜା ନ ଯାଇଥିଲେ ମଧ୍ୟ ମାଣବସା ଗୁରୁବାର ପୂଜା ହେଇଥାଏ। ଆଉ ସେଥିରେ ଆମର ଆପାଲୋ ବୋଲି ଗୋଟେ ହୁଏ ଆଉ ଚାଉଳ ଖଇ ଆଉ ଦହି ଭାତ ହୁଏ। ତାହା ଭୋଗ ଲାଗେ ଆଉ ଯାହା ଖେଚୁଡ଼ି କରିବା କଥା ତାହା ହବ। ଏଇଟା ଆମର ପ୍ରଥମ ପାଳିରେ ହୁଏ। ସେମିତି ସେକେଣ୍ଡ ପାଳିରେ ଆମର ଚିତ୍ତଉ ପିଠା ସାଙ୍ଗେ କ୍ଷୀରି ହବ, ଦହି ଭାତ ହବ। ସବୁ ପାଳିରେ ଦହି ଭାତ ହେବାଟା ସୁନିଶ୍ଚିତ। ଥାର୍ଡ ପାଳିରେ ବି ମଣ୍ଡା ପିଠା ଆଉ ଦହି ଭାତ ଆଉ ତାସହ ଫଳ ସବୁ ରହିବ। ଫୋର୍ଥ ପାଳିରେ କ୍ଷୀରି, କାକରା କରି ପୂଜା କରାଯାଏ। ଏମିତି ମୋ ଶାଶୁ ଘରେ ନିୟମ ଥାଏ। ମୁଁ ଜଣେ ହାର୍ଡ ୱର୍କିଂ ଗାର୍ଲ୍।

ଗାଁରେ ମୁଁ ବହୁତ୍ ପରିଶ୍ରମ କରିଛି। ନଦୀରୁ ପାଣି ଆଣିବା , ହଠାତ୍ କରେଣ୍ଟ ନଥିବ ଶିଳରେ ଚୂନା ବଟିବା ଏମିତି ମୋର ବହୁତ୍ ଅନୁଭୂତି ଅଛି। କିନ୍ତୁ ମୋତେ ସେତେବେଳେ ରୋଷେଇ ଆସୁ ନଥିଲା। ଆଉ ମୁଁ ସମୟ ବି ପାଇଲିନି ରୋଷେଇ ଶିଖିବା ପାଇଁ। ମୋ ଶାଶୁ ଘରେ ବି ବହୁତ୍ ବଡ଼ ଫ୍ୟାମିଲି। ମୋ ସ୍ବାମୀଙ୍କୁ ଧରି ଚାରି ଭାଈ ଆଉ ଦୁଇ ଭଉଣୀ। ଓଡ଼ିଶାବାସୀ ଏତେ ଭଲ ପାଉଛନ୍ତି ହେଲେ ମୋ ସ୍ବାମୀଙ୍କଠୁ ମୁଁ ଯେତିକି ଯେତିକି ତାରିଫ ପାଇବା କଥା ମୁଁ ପାଇନି। ସେଇଟା ମୋ ମନରେ ଗୋଟେ ଅଫସସ୍ ଅଛି। ଦିନେ ରୋଷେଇ ଆସୁ ନଥିଲା, ଆଜି ରୋଷେଇ ପାଇଁ ପଚିଶ ଲକ୍ଷ ଟଙ୍କାର ଗାଡ଼ି କିଣିଛି। ଏହି ଟଙ୍କା ରୋଜଗାର କରିବା ପାଇଁ ମୁଁ ଯେ କେତେ ପରିଶ୍ରମ କରିଛି ସେଇଟା କେବଳ ମୁଁ ହିଁ ଜାଣିଛି। ସେଇ କଷ୍ଟଟା ପ୍ରଭୁ ଦେଖିଛନ୍ତି ମୋର ସେଥି ଲାଗି ମୋତେ ଆଗକୁ ନେଇଛନ୍ତି।

Leave a Reply

Your email address will not be published. Required fields are marked *