ଛୋଟ ବେଳେ ଯେତେବେଳେ କରୁଥିଲି ସେତେବେଳେ ବହୁତ ଖୁସି ଥିଲା । ହେଲେ ଏବେ କହୁଛନ୍ତି… ।

ବନ୍ଧୁଗଣ ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଆପଣମାନେ ସ୍ମାର୍ଟଫୋନ ଦେଖିବାକୁ ପାଇବେ । ଆଉ ଏହି ସ୍ମାର୍ଟଫୋନ ଜରିଆରେ ସମସ୍ତେ ସୋସିଆଲ ପ୍ଲାଟଫର୍ମରେ ସକ୍ରିୟ ରହି ଆସୁଛନ୍ତି । ପୂର୍ବରୁ କେବଳ ଫୋନ ଯୋଗେ କଥା ହୋଇପାରୁଥିବା ବେଳେ ଏବେ କିନ୍ତୁ ସେହ ସ୍ମାର୍ଟ ଫୋନରେ ଅନେକ ସୁବିଧା ଉପଲବ୍ଧ ହେଉଛି । ଯେମିତି କିି ଟଙ୍କା ରୋଜଗାର କରିବାର ଜରିଆ ପାଲଟିଛି ଏହିି ସ୍ମାର୍ଟ ଫୋନ । ଫୋନ ମାଧ୍ୟମରେ ଆଜିକାଲିର ଯୁବପିଢି ଲକ୍ଷ ଲକ୍ଷ ଟଙ୍କା ଘରେ ବସି ରୋଜଗାର କରିପାରୁଛନ୍ତି । ଟ୍ୱିଟର, ଇନଷ୍ଟାଗ୍ରାମ ଆପ୍ ପରି ୟୁଟ୍ୟୁବରେ ଭିଡିଓ ସେୟାରିଂ କରାଯାଉଛି । ଆଜିକାଲି ୟୁଟ୍ୟୁବ କେବଳ ମନୋରଂଜନ କିମ୍ବା ଶିକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଟଙ୍କା ରୋଜଗାରର ଏକ ପ୍ଲାଟଫର୍ମ ମଧ୍ୟ ପାଲଟିଗଲାଣି ।

ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ୟୁଟ୍ୟୁବର ଭାବେ ନିଜ କ୍ୟାରିୟର ଗଢୁଛନ୍ତି। ଏମିତି କି ନିଜ ନାଁରେ ୟୁଟ୍ୟୁବରେ ଆକାଉଣ୍ଟ ଖୋଲି ଭିଡିଓ ପୋଷ୍ଟ କରୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ୩ଜଣ ୟୁଟ୍ୟୁବର ଏକ ଗଣମାଧ୍ୟମ ସାକ୍ଷାତକାର ରେ ନଜର ଆସିଛନ୍ତି । ତାଙ୍କର ବ୍ଲଗିନ ଚ୍ୟାନେଲ ହେଉଛି “ଓଡ଼ିଆ ଝିଅ ବ୍ଲଗ୍” । ତାଙ୍କ ଡ଼ାଇଲାଗ ଆଉ ଏକ୍ସପ୍ରେସନକୁ ଲୋକମାନେ ବେଶ୍ ପସନ୍ଦ କରନ୍ତି । ତେବେ ସେହି ତିନି ଜଣ ହେଉଛନ୍ତି ଆଦ୍ୟାସା, ତନୁଶ୍ରି, ସ୍ୱାତିକା ।

ତେବେ ମିଡ଼ିଆରେ ବାଇଟ୍ ଦେବା ବେଳେ ସେମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ୩ଜଣ ଯେହେତୁ ଝିଅ ସେହି ହିସାବରେ ଅନେକ କିଛି ଜିନିଷ ଫେସ୍ ମଧ୍ୟ କରିବାକୁ ପଡ଼େ । ତେବେ ଫ୍ୟାମିଲି ତରଫରୁ କଣ କିଛି ଫେସ୍ କରିବାକୁ ପଡ଼ିଥିଲା ନା ସପୋର୍ଟ ମିଳିଥିଲା? ଏହାର ଉତ୍ତରରେ ଅଦ୍ୟାଶା କହିଥିଲେ ତାଙ୍କୁ ଆକ୍ଟିଂ କରିବା ଶିଖାଇଥିଲେ ତାଙ୍କ ବାପା ।

ତାପରେ କାନ୍ଦି କହିଥିଲେ ଛୋଟ ବେଳେ ଯେତେବେଳେ ଆକ୍ଟିଂ କରୁଥିଲେ ସେତେବେଳେ ବହୁତ୍ ଖୁସି ଥିଲା ଆଉ କହୁଥିଲେ ଯେ ତାଙ୍କ ଛୁଆ ଏଇଟା କରୁଛି । କିନ୍ତୁ ଏବେ ସେଇଟା ହେଲା ବେଳକୁ ବଡ଼ ହୋଇଗଲେଣି ନା ତେଣୁ ଏଇଟାର ସପୋର୍ଟ କେବେ ଘରୁ ମିଳେନି । ସପୋର୍ଟ ତୋ ଛାଡ଼ ଏମିତି କଥା ଶୁଣିବାକୁ ମିଳିଛି ସବୁ । ବାପା ମାଆ ତାଙ୍କୁ ସପୋର୍ଟ କରନ୍ତି କିନ୍ତୁ ଏମିତି କିଛି ଥାର୍ଡ ପର୍ସନ ଅଛନ୍ତି ଯେଉଁମାନେ କୁହନ୍ତି, “ତୋ ଝିଅ ଏଇୟା କରୁଛି ନା?” ଏମିତି କଥା ଶୁଣିବାକୁ ମିଳେ ଯେମିତି କିଛି ସେ ଖରାପ୍ କାମ କରୁଛନ୍ତି । ସେଇଟା ବହୁତ୍ ବାଧେ । ଆଦ୍ୟାଶା ସେଷରେ କାନ୍ଦି କାନ୍ଦି କହିଥିଲେ ଯେ ସେ ଆଜି ପର୍ଯ୍ୟନ୍ତ ଏମିତି କିଛି କରିନାହାନ୍ତି ଯାହାଦ୍ଵାରା ତାଙ୍କ ପରିବାରର ଇଜ୍ଜତ ତଳେ ପଡ଼ିବ । କିନ୍ତୁ ଲୋକେ କୁହନ୍ତି ତୁ ଝିଅ। ଭୁଲି ଯାଆନି ସେଇଟା ।

Leave a Reply

Your email address will not be published. Required fields are marked *