ମୁଖ୍ୟମନ୍ତ୍ରୀ ହେବେ ତ ଏମିତି…. ମୁଖ୍ୟମନ୍ତ୍ରୀ ହେଉ ହେଉ ହଟାଇଲେ ଲୁହର ଗେଟ। ରିୟଲ ଲାଇଫରେ ସାଜିଲେ ନାୟକ।

ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଗଲେ ଜନତାଙ୍କ ହୃଦୟ। ଭାଙ୍ଗିଲେ ବାସ ଭବନ ଆଗରେ ଥିବା ଆଇରନ ଗେଟ। ନାୟକ ଫିଲ୍ମ ଷ୍ଟାଇଲରେ ନିଷ୍ପତ୍ତି ନେଉଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଓ ଜନତାଙ୍କ ମଧ୍ୟରେ ଏବେ କମିଲା ଦୂରତା।ମୁଖ୍ୟମନ୍ତ୍ରୀ ହେଲା ପରେ ନାୟକ ଫିଲ୍ମ ଷ୍ଟାଇଲରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି ବଡ଼ ବଡ଼ ନିଷ୍ପତ୍ତି। ଜନତାଙ୍କ ଉଦେଶ୍ୟ ଆଉ ସୁବିଧା ପାଇଁ ମଝିରେ ରଖିବାକୁ ଚାହୁଁନାହାନ୍ତି କୌଣସି ବାଧା ବିଘ୍ନ ଓ ପ୍ରତିବନ୍ଧକ। ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ହେଉ ହେଉ ରେଭେନ୍ଥା ରେଡି ନେଇଛନ୍ତି ନିଷ୍ପତ୍ତି। ଆଉ ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଆଗରେ ଥିବା ଲୁହା ବେରି ଗାଇଡ଼କୁ ଅପାଡି ଫୋପାଡ଼ି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଓ ଲୋକଙ୍କ ମଧ୍ୟରେ ରହିବନି ଦୂରତା। ମୁଖ୍ୟମନ୍ତ୍ରୀ ଏବେ ପୁରା ଜନତାଙ୍କ ପାଇଁ।

ହଁ ଆଜ୍ଞା କଥା ରଖିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭେନ୍ଥା ରେଡି। ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ କାର୍ଯ୍ୟ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନ ଆଗରେ ଥିବା ଲୁହା ବେରୀ ଗେଟକୁ ଭାଙ୍ଗି ଦେଇଛନ୍ତି। ନିର୍ବାଚନ ପ୍ରଚାର ବେଳେ ରେଭେନ୍ଥା କହିଥିଲେ ଯେ ଯଦି କଂଗ୍ରେସ କ୍ଷମତାଙ୍କୁ ଆସେ ତାହେଲେ ହାଇଦ୍ରାବାଦ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପ୍ରଗତି ଭବନ ସମୁଖରେ ଥିବା ଲୁହାର ବେରୀ ଗେଟକୁ ଭାଙ୍ଗି ଦିଆଯିବ। ଆଉ ସତକୁ ସତ ଆଜି ଭାଙ୍ଗି ଦିଆଯାଇଛି। ଏ ଦୃଶ୍ୟକୁ ଆପଣ ମାନେ ଦେଖିପାରୁଥିବେ।

ତେବେ ରେଭେନ୍ଥା ରେଡି ଆହୁରି ମଧ୍ୟ କହିଥିଲେ ଯଦି କଂଗ୍ରେସ କ୍ଷମତାକୁ ଆସେ ତାହେଲେ ସାଧାରଣ ଲୋକଙ୍କ ପାଇଁ ସରକାରୀ ବାସଭବନ ଖୋଲା ରହିବ। ସେମାନେ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ କହିପାରିବେ। ଏମିତିକି ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନର ନାଁ ମଧ୍ୟ ବଦଳାଇଯିବ ବୋଲି ମଧ୍ୟ କହିଥିଲେ। ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନର ନାଁ ପ୍ରଗତି ଭବନ ହୋଇଥିବା ବେଳେ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ଆମେଦକର ପ୍ରଜା ଭବନ କରାଯିବ ବୋଲି ରେଭେନ୍ଥା କହିଥିଲେ।

ତେବେ ରେଭେନ୍ଥା ରେଡି ଆଜି ଶପଥ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ବାସଭବନ ଚଳଚଞ୍ଚଳ ହୋଇ ଉଠିଥିଲା।ଅନେକ ଵୋଲଡ଼ ଡ଼ଲଜର ଏବଂ ଟ୍ରାକ୍ଟର ସହିତ ଶ୍ରମିକ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଜମା ହୋଇଥିଲେ। ସେମାନେ ଲୁହାର ବ୍ୟାରିଗେଟ ଭାଙ୍ଗିବାକୁ ଆସିଥିଲେ ଯାହାକି ୧୦ ବର୍ଷ ହେଲାଣି ସେଠାରେ ଲାଗିଥିଲା। ତେବେ ତେଲେଙ୍ଗାନା ରାଜ୍ୟ ଗଠନ ହେଲା ୨୦୧୪ ରୁ ଏଠାରେ K ଚନ୍ଦ୍ରଶେଖର ରାଓଙ୍କର ନେତୃତ୍ୱରେ ଭାରତ ରାଷ୍ଟ୍ର ସମିତିର ସରକାର ଥିଲା।

ତେବେ ଏଥର ତାଙ୍କ ଦଳ ହାରିଗଲା। ଆଉ ଏବେ ରେଭେନ୍ଥା ରେଡି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ଘଟି ବିକ୍ରମ ମାରକା ମଲୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଯେଉଁ ଭଳି ଆଉ ଦଶ ଜଣ ମନ୍ତ୍ରୀ ଶପଥ ନେଇଥିବା ଜଣା ପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ରେଭେନ୍ଥା କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଥିବା ଲୁହା ବେରୀ ଗେଟକୁ ପ୍ରଥମେ ଭଙ୍ଗା ଯିବ। ଆଉ ସତକୁ ସତ ଆଜି ଭଙ୍ଗା ଯାଇଛି। ମୁଖ୍ୟମନ୍ତ୍ରୀ ଓ ଜନତାଙ୍କ ମଧ୍ୟରେ ଆଉ ରହିବନାହିଁ ଦୂରତା। ଯିଏ ବି ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇ ପାରିବେ।

Leave a Reply

Your email address will not be published. Required fields are marked *