“ଆମକୁ ଅନ୍ଧ କହି ଆମ ଜିନିଷ କେହି କିଣୁ ନାହାଁନ୍ତି” । ଏମିତି କହି ବାଲିଯାତ୍ରାରେ କାନ୍ଦି ପକେଇଲେ ଦିବ୍ୟାଙ୍ଗ ଦମ୍ପତ୍ତି ।

ବନ୍ଧୁଗଣ କଟକରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଆମ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିରଖିଛି । ବାଲିଯାତ୍ରା ପ୍ରତ୍ୟେକ ଓଡ଼ିଆଙ୍କର ଐତିହ୍ୟ, ସଂସ୍କୃତି ସହିତ ଜଡିତ ହୋଇରହିଛି । ଆଉ ଦିନକୁ ଦିନ ଏହା ବ୍ୟାପ୍ତ ହୋଇ ଆଜି ଗଣପର୍ବରେ ପରିଣତ ହୋଇଛି । ତେବେ କଟକର ଏହି ଐତିହାସିକ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି କଟକ ସହର ଓ ତା’ସହିତ ବାଲିଯାତ୍ରା ପଡିଆ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିଛି।

ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ୮ଦିନ ଧରି ଚାଲିବାକୁ ଥିବା ଏହି ଵାଣିଜ୍ୟ କମହାକୁମ୍ଭରେ ଲୋକଙ୍କ କିଣାବିକା ବେଶ୍ ଜମିଛି । ଛୁଆ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବାଲିଯାତ୍ରାର ମଜା ନେଉଛନ୍ତି । ଭଳିକି ଭଳି ଦୋକାନଠୁ ଆରମ୍ଭ କରି ସୁଆଦିଆ ଖାଇବା ସମସ୍ତଙ୍କ ମନ ମୋହୁଛି । କିନ୍ତୁ ଏହାରି ମଧ୍ୟରେ ଦେଖିବାକୁ ମଧ୍ୟ ମିଳିଛି କିଛି ଦୁଃଖଦପୂର୍ଣ୍ଣ ଦୃଶ୍ୟ । ବାଲିଯାତ୍ରା ମେଳାରେ ଦେଖିବାକୁ ମିଳିଥିଲା ଦୁଇ ଅନ୍ଧ ଦମ୍ପତିଙ୍କୁ । ସ୍ଵାମୀ ଓ ସ୍ତ୍ରୀ ଦୁହିଁଙ୍କ ଆଖିକୁ ସମ୍ପୂର୍ଣ ରୂପେ ଦେଖାଯାଏ ନାହିଁ । ଦୁହେଁ ଗୋଟାଏ କ୍ଲାସରେ ପାଠ ପଢୁଥିଲେ । ଆଉ ସେଇଠୁ ହୋଇଥିଲା ପ୍ରେମ ତାପରେ ବିବାହ ।

ଆଉ ବାହାଘର ପରେ ଏବେ ଘର ସଂସାର ଚଳେଇବା ପାଇଁ ମୁଣ୍ଡରେ ଚଡ଼କ ପଡ଼ିଛି କେମିତି ଦି ମୁଠା ଖାଇବେ ଆଉ ନିଜ ସନ୍ତାନର ଭବିଷ୍ୟତ ଗଢିବେ ? କେମିତି ଆଗକୁ ବଞ୍ଚିବା ପାଇଁ ରୋଜଗାର ଟିକେ କରିବେ ତାକୁ ନେଇ ଚିନ୍ତାରେ ଥିଲେ । ଆଉ ବାଲିଯାତ୍ରା ଆସିବା ଦେଖି ଭାବିଥିଲେ ଦୁହେଁ ବେପାର କରିବେ ଆଉ ଲୋକମାନେ ମଧ୍ୟ ନିଜ ବଡ଼ ହୃଦୟ ଦେଖାଇ କିଛି ନା କିଛି ଜିନିଷ କିଣିବେ ।

କିନ୍ତୁ ଦୁଃଖର ବିଷୟ ଅନ୍ଧ ଅନ୍ଧୁଣୀ କହି ଲୋକମାନେ ଚାଲି ଯାଉଛନ୍ତି କିନ୍ତୁ କେହି କିଛି କିଣୁନାହାଁନ୍ତି । ଏହି ସମାଜରେ ଯଦି ଏଭଳି ଦିବ୍ୟାଙ୍ଗ ଲୋକମାନଙ୍କୁ ସୁସ୍ଥ ସବଳ ଥିବା ମଣିଷ ମାନେ ସାହାର୍ଯ୍ୟ ନକରିବେ ସପୋର୍ଟ ନକରିବେ ସେମାନଙ୍କର ଜୀବନ ଶୈଳୀ କେମିତି ବା ଆଗକୁ ପରିବର୍ତ୍ତନ ହେବ? ଯେଉଁଠି ଲୋକମାନଙ୍କର କୌଣସି ଅଙ୍ଗ ପ୍ରତ୍ୟଙ୍ଗ ଖରାପ୍ ହେଲେ ଭିକ ମାଗକୁ ଆଗେଇ ଆସନ୍ତି ସେଇଠି ଏଇ ଦିବ୍ୟାଙ୍ଗ ଦମ୍ପତି ମନ ବଳାଇଛନ୍ତି ଯାହା ଭି ପରିସ୍ଥିତି ହେଲେ ଭିକ ମାଗିବେନି । ହେଲେ ବାଲିଯାତ୍ରା ପଡ଼ିଆରେ ତାଙ୍କୁ କେହି ବି ସପୋର୍ଟ କରୁନାହାଁନ୍ତି ।

Leave a Reply

Your email address will not be published. Required fields are marked *