ନିଆରା ପ୍ରେମ କାହାଣୀ,ଆମ ଦୁଇ ଭଉଣୀଙ୍କ ଜଣେ ସ୍ୱାମୀ

ଜଣଙ୍କୁ ଆମେ ଦୁଇ ଭଉଣୀ ବାହା ହେଇଛୁ। ଆମେ ଦୁଇ ଜଣ ଦୁଇ ଭଉଣୀ। ମୋର ନାମ ବର୍ଷା ଆଉ ସେ ନିଲମ ।ଆମେ ସମ୍ୱଲପୁରରେ ରହୁ। ପୁରୀ ବୁଲିବା ପାଇଁ ଯାଇଥିଲୁ ଆମେ।୧.୪୦ ରେ ଆମର ଟ୍ରେନ ଅଛି ସେଥିପାଇଁ ଆମେ ବୁଲିବା ପାଇଁ ପଳେଇଆସିଛୁ। ପ୍ରଥମାଷ୍ଟମୀରେ ନୂଆ ଜାମା ପିନ୍ଧନ୍ତି, ରିଲ୍ସ୍ ବନାନ୍ତି, ପିଠା ପଣା ହୁଏ, ପୂଜା ପାଠ ହୁଏ। ଆମର ତିନିଟା ଛୁଆ। ମୋର ଦୁଇଟା ଆଉ ତାର ଗୋଟେ। ଆମର ସବୁ ଜିନିଷ ସମାନ ଆସେ। ଆମେ ବାହାଘରରେ ବି ଗୋଟେ ଡେଟରେ ଜଣଙ୍କୁ ଆମେ ଦୁଇ ଭଉଣୀ ବାହା ହେଇଛୁ। ଆମର ତିନିଟା ଛୁଆ।

ମୋର ଦୁଇଟି ଝିଅ ଆଉ ତାର ଗୋଟେ ପୁଅ। ଆମ ଦୁଇ ଜଣଙ୍କର ଲଭ୍ ମ୍ୟାରେଜ। ଆମର ଏଥିରେ କୌଣସି ପ୍ରୋବଲେମ୍ ନାହିଁ। ହଁ ଷ୍ଟାର୍ଟିଂରୁ ଟିକେ ପ୍ରୋବଲେମ୍ ହଉଥିଲା, କିନ୍ତୁ ଏବେ ନାହିଁ। ଆମ ଭିତରେ ସେମିତି କିଛି ନାହିଁ। ଫାଷ୍ଟ ମୁଁ ବାହା ହେଇଥିଲି, ତାପରେ ସେ ବାହା ହେଇ ଆସିଲା। ମୁଁ କଳାହାଣ୍ଡିର ଝିଅ। ଏସବୁ କଥା ପାଇଁ ପ୍ରଥମେ ଘରେ ଟିକେ ଗାଳି ଗାଳୋଜ କରିଥିଲେ ତାପରେ ଆଉ କିଛି ନାହିଁ। ପ୍ରଥମେ ଏସବୁକୁ ନେଇ ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।

ମଝିରେ ସେ ବି ଆମକୁ ବୁଝାଉଥିଲେ। ତାପରେ ଧୀରେ ଧୀରେ ଆମେ ତିନି ଜଣ ମିଶିକି ରହିଲୁ। ତିନି ଜଣ କଥା ହେଲୁ କି ଆମେ ତିନି ଜଣ ମିଶିକି ରହିବା ସାଙ୍ଗରେ ଏଥିରେ କାହାର ପ୍ରୋବଲେମ୍ ଅଛି କି? ଆମେ କହିଲୁ କି ନାଇଁ ଆମର କିଛି ପ୍ରୋବଲେମ୍ ନାହିଁ ,ତ ଆମେ ମିଶିକି ରହିଲୁ। ସାଙ୍ଗରେ ସମସ୍ତେ ମିଶିକି ରହିବା, ଗୋଟେ ଫ୍ୟାମିଲି ହେଇ। ଆମେ ତିନି ଜଣ ଯେତେବେଳେ ରାଜି ତ ବାହାର ଲୋକ କଣ କହିବେ।

ଆମେ ବହୁତ୍ ମ୍ୟାନେଜ୍ କରୁ ଆମେ ତିନି ଜଣ ଗୋଟେ ରୁମରେ ରହୁ, ଗୋଟେ ଜାଗାରେ ଖାଉ, ଗୋଟେ ଜାଗାରେ ଶୋଉ , ସବୁ ଜିନିଷ ଗୋଟେ ଜାଗାରେ କରୁ। ଅଲଗା ଅଲଗା କାହାର ନାହିଁ। ସାବିତ୍ରୀ ବ୍ରତ କରିଲେ ଆମେ ଦୁଇ ଜଣ ଆହତ ଆଉ ମିଶିକି କରୁ। ଆମର ସ୍ୱାମୀ ଆମ ଦୁଇ ଜଣଙ୍କୁ ସମାନ ଭଲ ପାଆନ୍ତି। ଆମେ ପୁରୀ ଯାଇଥିଲୁ ବୋଲି ସେଠାରେ ଆମ ପୁରା ଫ୍ୟାମିଲି ସବୁ ଡ୍ରେସ୍ କିଣିଲୁ । ଆଉ ସେଟାକୁ ପିନ୍ଧିକି ପଳେଇ ଆସିଲୁ।

ଆମେ ବରଗଡ଼ରେ ଥିଲୁ ଯାଇଥିଲୁ ଗୋଟେ ସାଇ ମନ୍ଦିର ।ସେଠି ମୋ ନାନା ଥିଲେ ଆଉ ଦୁଇ ତିନି ଜଣ ମୋ ରିଲେଟିଭସ୍ ଥିଲେ। ଲୁଚିକି ଯାଇଥିଲୁ ଆଉ ସେଇ ସାଇ ମନ୍ଦିରରେ ବାହା ହେଇଥିଲୁ। ବାହା ହୋଇ ସାରିବା ପରେ ଲୁଚିକି ଘରକୁ ଯାଇଥିଲି। ହେଲେ କିଛି ବାହାର ଲୋକଙ୍କ ଠାରୁ ବାପା କିଛି କଥା ଶୁଣିକି ମୋତେ ଘରୁ ଯିବା ପାଇଁ ମନା କଲେ। କିନ୍ତୁ ମୁଁ କିଛି ଜୋବର ବାହାନା କରି କିଛି ଦିନ ପାଇଁ ବାହରକୁ ଯାଉଛି କହି ସିଧା ପଳେଇ ଆସିଲି ସମ୍ବଲପୁର

Leave a Reply

Your email address will not be published. Required fields are marked *