ମନ୍ତ୍ରୀଙ୍କ ଗର୍ବ ଭାଙ୍ଗି ନିର୍ବାଚନ ଜିଟିଗଲେ ଦିନମଜୁରିଆ । ହେଇଗଲେ ବିଧାୟକ ନେଲେ ପ୍ରତି-ଶୋଧ ।

ଦିନ ମଜୁରିଆ ଆଜି ବନିଗଲେ ବିଧାୟକ । ଗର୍ବ କରୁଥିଲେ ମନ୍ତ୍ରୀ କିନ୍ତୁ ଭାଙ୍ଗିଦେଲେ ମଜୁରିଆ । ୭ ଥରର ବିଧାୟକ ହୋଇ ମଧ୍ୟ ହାରିଗଲେ ଆଉ ନିର୍ବାଚନ ଜିତିଗଲେ ଜଣେ ସାଧାରଣ ଶ୍ରମିକ । ପୁଅକୁ ଦଙ୍ଗାରେ ହରାଇ ଛାତିରେ କୋହକୁ ଚାପି ରଖିଥିବା ଗରିବ ବାପାଟି ଆଜି ବିଧାୟକ ବନି ଯାଇଛି । ଆଜ୍ଞା ହଁ ବନ୍ଧୁଗଣ ନିକଟରେ ୪ ରାଜ୍ୟର ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଆଉ ସମସ୍ତଙ୍କୁ ବେଶୀ ଆଶ୍ଚର୍ଯ୍ୟ କରିଛି ଛତିଶଗଡ । କେହି ଭାବିନଥିଲେ ଏଠାରେ ଭୂପେଶ ବଘେଲଙ୍କ ଶକ୍ତିଶାଳୀ ସରକାରକୁ ଭାଙ୍ଗି ବିଜେପି ସରକାର ଗଢିବ । ହେଲେ ତାହା ହିଁ ହେଲା ଛତିଶଗଡରେ ବଘେଲ ସରକାରଙ୍କୁ ଓପାଡି ଫୋପାଡିଲା ବିଜେପି ।

ଛତିଶଗଡ ବେମେତରା ଜିଲ୍ଲା ସାଜା ବିଧାନସଭାରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଫଳାଫଳ ସାମ୍ନାକୁ ଆସିଛି । ଯେଉଁଠାରେ ଇଶ୍ୱର ସାହୁ ନାମକ ଜଣେ ଦିନ ମଜୁରିଆ ଭୂପେଶ ବଘେଲଙ୍କ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେଙ୍କୁ ହରାଇ ଦେଇଛନ୍ତି । ସବୁଠାରୁ ବଡ କଥା ହେଲା ରବିନ୍ଦ୍ର ଚୌବେ ସେହି ଆସନରୁ ୭ ଥର ନିର୍ବାଚନ ଜିତି ଆସୁଥିଲେ । ଆଉ ଇଶ୍ୱର ସାହୁ ଏହା ପୂର୍ବରୁ କୌଣସି ନିର୍ବାଚନ ନଜିତି ବି ତାଙ୍କୁ ହରାଇ ଦେଇଥିଲେ ।

କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢୁଥିବା ରବିନ୍ଦ୍ର ଚୌବେ ୭ ଥରର ବିଧାୟକ ଆଉ ବଘେଲ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ହେଲେ ଜଣେ ଶ୍ରମିକ ତାଙ୍କୁ ୫ ହଜାରରୁ ଅଧିକ ଭୋଟରେ ମାତ ଦେଇଥିଲେ । ଇଶ୍ୱରଙ୍କୁ ୧ ଲକ୍ଷ ୧ ହଜାର ୭୮୯ ଭୋଟ ମିଳିଥିବା ବେଳେ ରବିନ୍ଦ୍ର ଚୌବେଙ୍କୁ ୯୬ ହଜାର ୫୯୩ ଭୋଟ ମିଳିଥିଲା । ସୂଚନାଯୋଗ୍ୟ ଇଶ୍ୱର ସାହୁଙ୍କ ପୁଅ ୨୦୨୩ ଏପ୍ରିଲ ମାସରେ ଏକ ସମ୍ପ୍ରଦାୟିକ ଦଙ୍ଗାରେ ପ୍ରାଣ ହରାଇଥିଲେ । ମିଡିଆ ରି-ପୋର୍ଟ ଅନୁସାରେ ଏଠାରେ ଏକ ସ୍କୁଲରେ ହୋଇଥିବା ମାର-ପିଟ ଘ-ଟଣା ସମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା ।

ଆଉ ଏହି ଦଙ୍ଗାରେ ୩ ଜଣଙ୍କ ମୃ-ତ୍ୟୁ ହୋଇଥିଲା । ଯେଉଁଥିରେ ଇଶ୍ୱରଙ୍କ ପୁଅ ଭୁବନେଶ୍ୱର ସାହୁ ମଧ୍ୟ ଥିଲେ । ଏହି ଘ-ଟଣା ପରେ ଛତିଶଗଡର ବଘେଲ ସରକାର ତାଙ୍କ ପରିବାରକୁ ସରକାରୀ ଚାକିରି ସହ ୧୦ ଲକ୍ଷ ଟଙ୍କାର କ୍ଷ-ତିପୂ-ରଣ ଦେବାକୁ ଘୋଷଣା କରିଥିଲେ । ହେଲେ ଇଶ୍ୱର ସାହୁ କ୍ଷ-ତିପୂ-ରଣ ନେବାକୁ ମନା କରିଥିଲେ । ଏହାପରେ ବିଜେପି ଇଶ୍ୱରଙ୍କୁ ଏହି ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେଇଥିଲା । ନିର୍ବାଚନ ପ୍ରଚାର ବେଳେ ଅମିତ ଶାହା ନିଜେ ଇଶ୍ୱର ସାହୁଙ୍କ ପାଇଁ ପ୍ରଚାର କରିଥିଲେ ।

Leave a Reply

Your email address will not be published. Required fields are marked *