“ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ସେକ୍ସ ଭି ହେଉଛି ଗୋଟିଏ ବାୟୋଲୋଜିକାଲ ନିଡ଼” :ବୋମ୍ୟକେଶ ତ୍ରିପାଠୀ

ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀଙ୍କୁ ଆପଣ ସମସ୍ତେ ଭଲ ଭବାରେ ଚିହ୍ନିଥିବେ ନିଶ୍ଚୟ । ସେ ପ୍ରାୟ ସମୟରେ କୌଣସି ନା କୌଣସି ନ୍ୟୁଜ ଚ୍ୟାନେଲରେ କୌଣସି ନା କୌଣସି ବିଷୟକୁ ନେଇ ମିଡିଆକୁ ନିଜର ବୟାନ ଦେଉଥିବାର ନଜର ଆସିଥାନ୍ତି । ଯାହାକି ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଥାଏ । କହିବାକୁ ଗଲେ ତାଙ୍କର ବୟାନ ସବୁଠୁ ଭିନ୍ନ ପ୍ରକାରର । ସେ ଯେଉଁଭଳି ଭାବରେ କୌଣସି କଥା ଉପରେ ନିଜର ମନ୍ତବ୍ୟ ଦିଅନ୍ତି ତାହା ଅନ୍ୟ କୌଣସି ଓକିଲ ଦିଅନ୍ତି ନାହିଁ । କହିଦେଉଛୁ କି ଆଜି ପୁଣିଥରେ ପୁରୁଷ କେତେ ନିର୍ଯ୍ୟାତିତ ତା ଉପରେ ମନ୍ତବ୍ୟ ଦେଇ ଆଡଭୋକେଟ୍ ବ୍ୟୋମକେଶ ତ୍ରିପାଠୀ ଚର୍ଚାରେ ଅଛନ୍ତି ।

ତେବେ ବନ୍ଧୁଗଣ ସବୁବେଳେ ପୁରୁଷ ମାନଙ୍କ ହକ ପାଇଁ ହାଇ ପ୍ରୋଫାଇଲ୍ କେଶ୍ ଗୁଡ଼ିକ ସବୁ ଲଢ଼ୁଥିବା ହାଇକୋର୍ଟର ଓକିଲ ବ୍ୟୋମକେଶ ତ୍ରିପାଠୀ ନିକଟରେ ଏକ ସାକ୍ଷାତକାର ସମୟରେ କହିଛନ୍ତି କଉଠି ନା କଉଠି ପୋଲିସ୍ ଆଟାକ୍ କରେ କେଉଁ ଜାଗାରେ ଯେଉଁଠି ଦୁର୍ବଳ ଶ୍ରେଣୀ ଆସିବ କିମ୍ଵା ତାଙ୍କ ସ୍ୱାର୍ଥରେ କେଉଁଠି ନା କେଉଁଠି କମି ଆସିବ ଏବଂ ଯଦି ଲ’ ଟାକୁ ଅନାଲିଶିସ୍ କରିବେ ୨୦୧୨ରେ ସମ୍ମାନନୀୟ ଆପେକ୍ସ କୋର୍ଟ କହିଥିଲେ ଲିଭ୍ ଇନ୍ ରେ ରହିପାରିବ ।

ରିଲେସନସିପ ମଧ୍ୟ ରଖି ପାରିବେ । ଦୁଇଜଣ ଯଦି ପ୍ରାପ୍ତ ବୟସ୍କ ପୁଅ ଏବଂ ଝିଅ ହୋଇଥାନ୍ତି ଆଉ ୱେଲ ଏଜୁକେଟେଡ । ଯେଉଁଠି ଝିଅର ବିନା ଅନୁମତି ରେ ଶାରିରୀକ ସମ୍ପର୍କ ରଖା ଯାଉଛି ସେଇଠି ଝିଅଟି ଭିକ୍ଟିମ୍।କିନ୍ତୁ ଏଇ ଯେଉଁ ସ୍ପାରେ ଧରାଗଲା ଝିଅଙ୍କୁ ସେ ଝିଅ ମାନେ ଯାଇଛନ୍ତି ରିହାବଲେସନ ସେଣ୍ଟର୍ କୁ ତେବେ ସତରେ କଣ ସେମାନେ ଭିକ୍ଟିମ୍ ।

କାରଣ ସେମାନେ ତୋ ପଇସା ନେଇ କରୁଥିଲେ । ତେବେ ଭିକ୍ଟିମ୍ କେମିତି ହେଲା । ଭିକ୍ଟିମ୍ ଆମେ ତାକୁ କହିବା ଯାହାକୁ ଜୋର୍ ଜବରଦସ୍ତ କରାଯାଉଅଛି । କିନ୍ତୁ ଏଠି କେଉଁଠି ନା କେଉଁଠି ଦେଖିବେ ସେଇ ପୂରୁଷ ମାନେ ହିଁ ନିର୍ଯ୍ୟାତନା ପାଇଲେ । ଦେଖିବେ ଏଇଠି ଜେଣ୍ଡର ନ୍ୟୁଟ୍ରାଲ ଲ’ ଏଠି କାମ ଦେଲାନାହିଁ । ଆଉ ଗୋଟେ କଥା ଜାଣନ୍ତୁ ଖାଦ୍ୟ, ବସ୍ତ୍ର ବାସଗୃହ ଭଳି ସେକ୍ସ୍ ହେଉଛି ଗୋଟେ ବାଇଲୋଜିକାଲ ନିଡ” ।

Leave a Reply

Your email address will not be published. Required fields are marked *