ରୋଗୀ କବାଟ ବାଡଉଚି, ନର୍ସ କମ୍ବଳ ଘୋଡ଼ି ଶୋଇ ପଡିଛି

ଶୀତୁଆ ରାତିକୁ ଥଣ୍ଡା ଥଣ୍ଡା ପାଗ। ସୁଲୁସୁୁଲିଆ ପବନରେ ଦେହ ଶୀତେଇ ଉଠୁଛି। ବସୁ ବସୁ ନିଦ ମାଡ଼ି ଆସୁଛି, ଆପେ ଆପେ ଆଖି ବୁଜି ହୋଇ ଯାଉଛି। ଆଉ ଏହାରି ଭିତରେ ରୋଗୀ ସେବା କିଏ ବା ପଚାରେ ? ସେଥିପାଇଁ ଭିତର ପଟରୁ କବାଟ ଦେଇ ଶୋଇ ପଡିଲେ ଡାକ୍ତର ଆଉ ନର୍ସ ଦିଦି। ଏପଟେ ଯନ୍ତ୍ର-ଣାରେ ଛଟପଟ ହୋଇ ରୋଗୀ କବାଟ ପିଟୁଥିବା ବେଳେ ସେପଟେ ନିଘୋଡ଼ ନିଦରେ ଶୋଇ ପଡିଥିଲା ଡାକ୍ତରଖାନା। ଆଉ ଏ ବିଷୟରେ ନର୍ସ ଦିଦିଙ୍କୁ ପଚାରିବାରୁ ରାଗରେ ଲାଲ୍ ପଡ଼ିଯାଇଛନ୍ତି ନର୍ସ ଦିଦି। ଆଉ ଯାହା ମନକୁ ଆସୁଛି ତାହା କହି ଯାଉଛନ୍ତି। ଯାହାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ହଁ ଦର୍ଶକ ବନ୍ଧୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ଯେଉଁ ଘଟଣା ଏବେ ସବୁଠି ଚର୍ଚ୍ଚା । ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ କୁହାଯାଉଥିବା ବେଳେ ରୋଗୀ ସେବା ପାଇଁ ସେମାନେ ନିଜକୁ ଉତ୍ସର୍ଗୀକୃତ କରିଥାନ୍ତି। ମାତ୍ର ଏଠାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାଫଳରେ କି ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ବି-ରୋଧ କରିବାରୁ ରୋଗୀଙ୍କ ସହିତ ସମ୍ପ-ର୍କୀୟଙ୍କୁ ଖରାପ ବ୍ୟବହାର କରୁଛନ୍ତି ନର୍ସ ଦିଦି।

ଏଭଳି ଏକ ଘ-ଟଣା ଗତ ନଭେମ୍ବର ୧୫ ତାରିଖରେ ଘଟି ଯାଇଛି। ଗୋପବନ୍ଧୁ ସେବା ସଂଘର ଦିଲ୍ଲୀପ ରଞ୍ଜନ ପାଳ , ଆଶିଷ ମଲ୍ଲିକ ଓ ଅନ୍ୟ ସଦସ୍ୟମାନେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ହେଲେ ଡ୍ୟୁଟିରେ ଥିବା ନର୍ସ ଦିଦି ଡ୍ୟୁଟି ସମୟରେ ଥାଇ ଭିତରପଟରୁ କବାଟ ବନ୍ଦ କରି ଶୋଇ ପଡିଥିଲେ। ଯାହାକୁ ନେଇ ବାହାରପଟୁ ଅନେକଥର କବାଟ ବାଡ଼େଇ ଥିଲେ ମଧ୍ୟ କେହି ଶୁଣି ନଥିଲେ।

ଫଳରେ ସଂଘର ସଦସ୍ୟମାନେ ଭିଡ଼ିଓ ଉତ୍ତଳୋନ କରିବାକୁ ବାଧ୍ୟ ହୋଇଥିଲେ। ଯାହାକି ଏବେ ଭାଈରାଲ୍ ହେବାରେ ଲାଗିଛି। ଆଉ ଏଇ ଘଟଣା ପରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଛି। ଡାକ୍ତର ଓ ସମାଜସେବୀଙ୍କ ମଧ୍ୟରେ ହୋଇଛି ବି-ବାଦ। ଖାଲି ଏତିକି ନୁହେଁ ଗତ ନଭେମ୍ବର ୩୦ ତାରିଖରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ ନର୍ସମାନେ ମିଶି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ। ଏ ନେଇ ରାଜନଗର ବିଧାୟକଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ର-ତ୍ୟାହା-ର ହୋଇଥିଲା।

Leave a Reply

Your email address will not be published. Required fields are marked *