ବହୁତ୍ ଝିଅ ମୋତେ ଧୋ-କା ଦେଇଛନ୍ତି

ମୁଁ କିଛି ବି କରେନି। ଖାଲି ବଦମାସୀ କରେ। ଆଉ ତାକୁ ନେଇ ବାପା ମୋତେ ସବୁବେଳେ ଚିଡ଼ାନ୍ତି। ସବୁବେଳେ ଥଟ୍ଟା ମଜାରେ କୁହନ୍ତି ପୁଅ ତୁ ତ ଦେଖିବାକୁ ଗୋରା ଚିକ୍କାନିଆ ହେଇଛୁ , ବେଟର୍ ହବ ରୂପାଲୀ ଛକରେ ଗୋଟେ ଗୁପଚୁପ ଦୋକାନ ଖୋଲି ବସ। ବଢ଼ିଆ ବିଜନେସ୍ ହବ, ଆଉ ତତେ ଦେଖି ଲୋକ ଆସିବେ । ଆଉ ତୁ ତ କିଛି କରିବୁ ନାହିଁ। ମାସ ଶେଷକୁ ତୋର ଷାଠିଏ ସତୁରୀ ହଜାର ଟଙ୍କା ଇନକମ୍ କରିବୁ ଯଦି ଗୁପଚୁପ ଦୋକାନ କରି ବସିବୁ। ମୋତେ କମେଣ୍ଟ ମା-ରିବା ପାଇଁ ଏମିତି କହିଛନ୍ତି।

ଏକଚୁଆଲି ୟୁଟୁବ୍ କରିବା ପାଇଁ ମୋତେ ବିଲକୁଲ ବି ସମୟ ମିଳେନି। କିନ୍ତୁ ତା ଭିତରେ ବି ଟିକେ ଟାଇମ୍ ବାହାର କରି କରିଦିଏ। କାହିଁକି ନା ମୋର ସବୁ ଫ୍ୟାନ୍ସ୍ ମାନେ ମୋର ଯେଉଁ ଭିଡ଼ିଓଟା ଅପଲୋଡ଼ ହୁଏ ସେମାନେ ବହୁତ୍ ଖୁସି ହୁଅନ୍ତି। ସେମାନଙ୍କ ୱିସ୍ ଅନୁସାରେ ତ ମୁଁ ଭିଡ଼ିଓ କରି ପାରେନି। କିନ୍ତୁ ମୋ ହିସାବରେ ମୁଁ ଯେତିକି ଭିଡ଼ିଓ କରେ ସେଥିରେ ମୁଁ ସେମାନଙ୍କୁ ଖୁସି ଦେବା ପାଇଁ ଚେଷ୍ଟା କରେ। ମୁଁ ତ ବାପା ହେବିନି ବୋଲି କହିଥିଲି। କିନ୍ତୁ ବାପା ହଉ ହଉ ହେଇଗଲି। ଏଇଟା ସେରିଏଲ ଲାଇଫ ପାଇଁ ମୁଁ ବାପା ହେବାର ମଜା ନେଉଛି।

ମୁଁ ଛୋଟଛୁଆ ମାନଙ୍କୁ ଭଲପାଏ। ସେମାନେ ଝିଅପିଲା ହୁଅନ୍ତୁ କି ପୁଅପିଲା ହୁଅନ୍ତୁ ମୋତେ ଛୋଟଛୁଆ ମାନଙ୍କୁ ଭଲ ଲାଗେ। ମୋର ସଂସ୍ପର୍ଶରେ ଝିଅଛୁଆ ମାନେ ଅଛନ୍ତି। ମୋର ଜଣେ ଝିଆରୀ ଛୁଆ ଅଛି ଆଉ ଏପଟେ କୁନି ତାରିଣୀ ଅଛି।ସେମାନଙ୍କ ସହ ଖେଳିବାକୁ ମିଶିବାକୁ ମୋତେ ବହୁତ୍ ଭଲ ଲାଗେ। ଆଉ ଛୁଆମାନେ ବି ମୋ ପାଖରେ ବେଶୀ କମ୍ଫୋର୍ଟେବଲ୍ ଫିଲ୍ କରନ୍ତି। ଆଉ ଛୁଆମାନେ ବି ଏତେ ଆଡିକ୍ଟେଟ ହେଇଗଲେଣି ଯେ ମୋବାଇଲ୍ ନ ଦେଖିଲେ ସେମାନେ ଖାଉ ନାହାନ୍ତି କି ଶୋଉ ନାହାଁନ୍ତି। ମୁଁ ତ ଲିଡ କ୍ୟାରାକ୍ଟର କରିଛି ଯଦି ମୋତେ ଆଉ କିଛି ଚାନ୍ସ ମିଳେ ତାହେଲେ ମୁଁ ଗୋଟେ ସାଇକୋ କ୍ୟାରାକ୍ଟର କରିବା ପାଇଁ ଚାହିଁବି।

ଜୀବନରେ ଧୋକା ଖାଇଛି। ଜୀବନରେ ବହୁତ୍ ଝିଅ ମୋତେ ଧୋ-କା ଦେଇଛନ୍ତି , ହେଲେ ସବୁ ଜିନିଷର ମଜା ଗୋଟେ ଅଲଗା ଥାଏ। କଥାରେ ଅଛି,ଗୋଟେ ମଣିଷକୁ ଯେତେବେଳେ ସବୁ ଜିନିଷ ମିଳିଯାଏ , ସେମାନେ କୁହନ୍ତି ନା ‘ଘୋଡ଼ାକୁ ଶିଙ୍ଗ ଦେଇଦେଲେ ଘୋଡ଼ା ଆଉ କିଛି ରଖନ୍ତିନି’ ତ ସେମିତି କିଛି ମୋ ଜୀବନରେ ଘଟିଛି। ମୋ ଲାଇଫ ପ୍ରଥମେ ଗୋଟେ ମୁଭିରୁ ଷ୍ଟାର୍ଟ ହେଇଥିଲା କିନ୍ତୁ କିଛି କାରଣ ପାଇଁ ସେ ମୁଭିଟା ରିଲିଜ୍ ହେଇପାରିଲାଣି। ତାପରେ ମୁଁ ସେରିଏଲ୍ ଲାଇନକୁ ଆସିଲି।

ମୁଁ ହେଉଛି ଭୁବନେଶ୍ୱରର ଲୋକାଲ ଛୁଆ। ମୁଁ ଯେଉଁଠିକୁ ଯାଏ ମାସ୍କ ଲଗେଇକି ଯାଏ। ଚିହ୍ନିଲେ ମୋତେ ସମସ୍ତେ ଘେରି ଯାଆନ୍ତି। ଥରେ ଜଣେ ମାଉସୀ ମୋତେ ଧରି କାନ୍ଦି ପକେଇଲେ। ସେ ମୋତେ ଆଶୀର୍ବାଦ ମଧ୍ୟ କଲେ। ମୋତେ ଏହା ଭାବିଲେ ବହୁତ୍ ଖୁସି ଲାଗେ ଯେ ଲୋକମାନେ ବି ଆମ କଥା ଭାବୁଛନ୍ତି। ଦେବକୁ ତ ଲୋକମାନେ ଜାଣିଛନ୍ତି କିନ୍ତୁ ତରୁଣକୁ ଲୋକମାନେ ଅଧିକ ଜାଣିଛନ୍ତି।

Leave a Reply

Your email address will not be published. Required fields are marked *