ବାହା ହେଲା ଛୁଆ ଜନ୍ମ କଲା, ସ୍ତ୍ରୀ ପ୍ରେମ ଆଉ ଭଲ ନ ଲାଗିବାରୁ ରାତି କାଟିବା ପାଇଁ ଘରକୁ ସଉତୁଣୀ ନେଇ ଆସିଲା ।

ପୋ-ଲିସ କବଜାରେ ରସିକନାଗର ସ୍ୱାମୀ । ମନ ଥିଲା ଗୋଟିଏ ନୁହେଁ ଅନେକ ସ୍ତ୍ରୀଙ୍କର ସାଜିବାକୁ ପତି ପରମେଶ୍ବର । ହେଲେ ବାହା ହୋମ ବେଦୀରେ ପଶିଗଲା ପାଣି । ଦ୍ୱିତୀୟ ସ୍ତ୍ରୀକୁ ଧରି ବାହାଘରରେ ପହଞ୍ଚିଗଲେ ପୋ-ଲିସ ମାମୁଁ । ଆଜ୍ଞା ହଁ ବାଜୁଛି ବାଜା ଫୁଟୁଛି ବାଣ । ଆଉ ବାଜା ବାଣ ରୋଷଣୀରେ ଦୁଲୁକୁଛି ଗାଆଁ ଦାଣ୍ଡ । ଗୋଲ୍ଡେନ ରଙ୍ଗର ସେରୱାନି ସାଙ୍ଗକୁ କାନ୍ଧରେ ନାଲି ରଙ୍ଗର ଦୁପଟ୍ଟା । ଆଉ ମୁଣ୍ଡରେ ଝଟକୁଛି ବର ପଗଡ଼ି ।

ଅତି ସୁନ୍ଦର ଭାବରେ ବର ବେଶରେ ସଜେଇ ହୋଇ ବୀର ଦର୍ପରେ ଚାଲି ଚାଲି ଆସୁଛନ୍ତି ବର । ଆଉ ବରକୁ ଅତି ଆଦରରେ ପାଛୋଟି ନେଉଛନ୍ତି ଶ୍ୱଶୁର ଘର ଲୋକେ । ତେବେ ବନ୍ଧୁଗଣ ଏହି ଦୃଶ୍ୟରୁ ଆପଣ ମାନଙ୍କୁ ଲାଗୁଥିବ ଏକ ସାଧାରଣ ବାହାଘର ବୋଲି କିନ୍ତୁ ନା ଏଠାରେ ଚାଲିଛି ସ୍ୱାମୀର ଦ୍ବିତୀୟ ବିବାହ । ଆଉ ବର ବେଶରେ ରସିକ ନାଗର ସ୍ଵାମୀ ଯିଏ ସ୍ତ୍ରୀ ପିଲାଛୁଆଙ୍କୁ ଛାଡ଼ି ପୁଣିଥରେ ବାଜା ବାଣ ରୋଷଣୀ ନେଇ ବାହା ହେବାକୁ ଆସିଛି ।

ସେ ମଧ୍ୟ ପୁଣି ନିଜ ପ୍ରଥମ ସ୍ତ୍ରୀକୁ ଲୁ-ଚେଇ ଛପେଇ । ଗୋଟାଏ ପଟରେ ଜଣେ ଝିଅ କନ୍ୟା ବେଶରେ ବରକୁ ଅପେକ୍ଷା କରି ବସିଛି । ନୂଆ କରି ସଂସାର ଗଢ଼ିବା ଖୁସିରେ ପାଦ ତଳେ ଲାଗୁନି । ସେପଟେ ଜଣେ ଛୋଟ ପିଲାକୁ ଧରି ଥା-ନାର ଦ୍ବାରସ୍ଥ ହୋଇଛି । କାରଣ ତାର ସୁନାର ସଂସାର ଉଜାଡ଼ି ଯାଇଛି ବୋଲି । ଯେଉଁ ସ୍ଵାମୀକୁ ସେ ବେଦୀରେ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ବାହା ହୋଇଥିଲା ସେହି ସ୍ଵାମୀ ତାଠାରୁ ଦେହ ସୁଖ ନେଲା ପରେ ତିନି ତିନୋଟି ଛୁଆ ଜନ୍ମ ହୋଇ ସାରିବା ପରେ ସ୍ତ୍ରୀକୁ ପାଦରେ ଆଡ଼େଇ ଦେଲା

ସ୍ତ୍ରୀର ପ୍ରେମ ସ୍ଵାମୀକୁ ପିତା ଲାଗିଲା । ପିଲା ଛୁଆଙ୍କୁ ଛାଡି ଚାଲି ଯାଇଛି ନୂଆ ସଂସାର ଗଢିବ ବୋଲି । ହଁ ଆଜ୍ଞା ପୂର୍ବରୁ ନିଜର ବିବାହିତା ସ୍ତ୍ରୀ ଆହୁରି ୩ଜଣ ସନ୍ତାନ ଥିବା ସତ୍ତ୍ୱେ ସ୍ଵାମୀ ଗୋପାଳ ସାହୁ କରୁଥିଲା ଲୁ-ଚି ଲୁ-ଚି ଦ୍ବିତୀୟ ବିବାହ । ହେଲେ ସତ କେବେ ଲୁଚି ରହେନା । ଦ୍ବିତୀୟ ବିବାହ କଥା ଜଣା ପଡ଼ିବା ପରେ ପ୍ରଥମ ସ୍ତ୍ରୀ ନିବେଦିତା ସାହୁ ସମ୍ବଲପୁର ଅଇଁଠାପାଲି ଥା-ନାରେ ଲିଖିତ ଅଭି-ଯୋଗ କରିଥିଲେ । ଅନ୍ୟ ପକ୍ଷରେ ପୋ-ଲିସ୍ ଉକ୍ତ ମହିଳାଙ୍କ ସ୍ବାମୀଙ୍କୁ ଗି-ରଫ କରିଥିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *