ଅମ୍ଳାନ ଜୀବନରେ ପୁଣି ମାଡ଼ି ଆସିଲା ଦୁଃଖ।

ଦୁଃ-ଖ ଦୁଃ-ଖ ପୁଣି ଦୁଃ-ଖ !ଦର୍ଶକ ବନ୍ଧୁ ଏ ହେଉଛନ୍ତି ଆମ ଅଭିନେତା ଅମ୍ଳାନ ଦାସ । ପୁଣି ତାଙ୍କ ଜୀବନରେ ଆଉ ଏକ ବଡ଼ ଦୁଃ-ଖ ଘଟିଯାଇଛି। ବାପା, ମାଆ, ଭାଇଙ୍କୁ ହରାଇଥିବା ଅମ୍ଳାନ ଏବେ ପୁଣି ଜଣେ ନିଜ ଲୋକଙ୍କୁ ହରାଇଲେ। ଆଉ ଅମ୍ଳାନଙ୍କୁ ଆକଟ କରିବାକୁ କେହି ରହିବେନି, ପଦେ ଟାଣ କଥା କହିବାକୁ ବି କେହି ରହିଲେ ନାହିଁ। ଦର୍ଶକ ବନ୍ଧୁ ସମସ୍ତେ କୁହନ୍ତି ଦୁଃ-ଖ ଯେତେବେଳେ ଆସେ ଏମିତି ଆସେ। କାହା ଜୀବନରେ କଣ ଘଟିଛି ସିଏ ହିଁ ଜାଣିଛି। କିଏ କଣ ଜୀବନରେ ହରେଇଛି ସିଏ ହିଁ ଜାଣିଛି। ଏଇ ନିକଟ ଅତୀତରେ ଅମ୍ଳାନ ଦାସଙ୍କର ଏକ ସିନେମା ‘ମାଲ୍ୟଗିରି’ ସୁପରହିଟ୍ ହେଲା।

ଦୁଃ-ଖକୁ ଭୁଲି ସୁଖକୁ ଖୋଜୁଥିଲେ ଅମ୍ଳାନ। ଆଉ ଠିକ୍ ଏତିକିବେଳେ ତାଙ୍କୁ ଆଉ ଗୋଟିଏ ଖବର ସ୍ତବ୍ଦ କରିଦେଲା। ଦର୍ଶକ ବନ୍ଧୁ ଖବରଟି ହେଉଛି ଏଇଆ ଯେ ଅମ୍ଳାନଙ୍କ ଆଈ ଆଉ ନାହାଁନ୍ତି। ଅମ୍ଳାନ ଆଉ ଅ-କ୍ଳାନ୍ତ ଯେତେବେଳେ ଦୁଇ ଭାଈ ଛୋଟ ହେଇଥିଲେ,ସେତେବେଳେ ମିହିର ଦାସଙ୍କ ପତ୍ନୀ ଚାଲିଯାଇଥିଲେ ଅର୍ଥାତ୍ ଅମ୍ଳାନ ଆଉ ଅକ୍ଳାନ୍ତଙ୍କ ମାଆଙ୍କର ବି-ୟୋଗ ହୋଇଥିଲା। କଟକ ଶତିଚୋଡ଼ାରେ ତାଙ୍କର ଅନ୍ତିମ ସ-ତ୍କାର କରାଯାଇଥିଲା।

ଆଉ କଟକ ସ୍ଥିତ ମାମୁଁଘରେ ଅର୍ଥାତ୍ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଚିତ୍ତ ଜେନା ଯିଏକି ତାଙ୍କ ଅଜା ତାଙ୍କୁ ନେଇ ରଖିଥିଲେ। ଆଉ ଏଇ ଆଈ ଯାହାଙ୍କୁ ଆଜି ବଡ଼ ନାତି ହିସାବରେ କାନ୍ଧରେ ନେଉଛନ୍ତି ଅଭିନେତା ଅମ୍ଳାନ ଦାସ।ସେଇ ଆଈ କୋଳରେ ଯିଏ ଦୁନିଆ ଦେଖିଥିଲେ ଅମ୍ଳାନ, ଖାଲି ଅମ୍ଳାନ ନୁହେଁ ଅକ୍ଳାନ୍ତଙ୍କୁ ବି ନିଜ ଜୀବନଠୁ ଭଲ ପାଉଥିଲେ ଏଇ ଆଈ। ଅକ୍ଳାନ୍ତଙ୍କ ବିୟୋଗ ପରେ ସତରେ ଯେମିତି ଭାଈର ହୃଦୟ ଭାଙ୍ଗି ଯାଇଥିଲା ।

ଆଈ ସେବେଠାରୁ ଦୁର୍ବଳ ହେଇ ପଡ଼ିଥିଲେ। ଆଉ ଆଗପଛ ହୋଇ ସମସ୍ତେ ଚାଲିଗଲେ। ଏଇ ଯେମିତି ଅଭିନେତା ମିହିର ଦାସ, ତାଙ୍କ ପତ୍ନୀ, ତାଙ୍କ ସାନ ପୁଅ ଅକ୍ଳାନ୍ତ ଦାସ, ଆଉ ମିହିର ଦାସଙ୍କ ଶଶୁର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଚିତ୍ତ ଜେନା, ଆଉ ଏବେ ତାଙ୍କ ପତ୍ନୀ। ସତେ ଯେମିତି ମୂରବୀ ଶୂନ୍ୟ ହେଇଗଲା ଅଭିନେତା ଅମ୍ଳାନ ଦାସଙ୍କ ପରିବାର। ଆଉ ଏ ସବୁକୁ ଦେଖି ସାରିବା ପରେ ସମସ୍ତେ କହୁଛନ୍ତି,କେତେ ଦୁଃ-ଖ ଦେବୁ ଦେଏରେ କାଳିଆ।

Leave a Reply

Your email address will not be published. Required fields are marked *