ଉ-ଦ୍ଧାର ପରେ ଶ୍ରମିକଙ୍କ ଦେହ କେମିତି ଅଛି।

ବହୁତ ପରିଶ୍ରମ ପରେ ଟନେଲ ମଧ୍ୟରୁ ବାହାରିଲେ ଶ୍ରମିକ, କେମିତି ଅଛି ସେମାନଙ୍କ ଦେହ….।ଆସିଲା ସବୁଠାରୁ ବଡ଼ ଖବର ଆଉ ଖୁସିର ଖବର। ଯେଉଁଥିରେ ଜଣା ପଡ଼ିଛି ୪୧ ଜଣ ଶ୍ରମିକଙ୍କୁ ଉ-ଦ୍ଧାର କରାଯାଉଛି। ହଁ ଆଜ୍ଞା ଏବେ ପର୍ଯ୍ୟନ୍ତ ବାହାରି ସାରିଲେଣି ୫ ରୁ ୧୦ ଜଣ ଶ୍ରମିକ। ଯାହାକୁ ଇଣ୍ଡିଆନ ଟିମ ଟନେଲ ଭିତରୁ ଉ-ଦ୍ଧାର କରି ଆଣି ସାରିଛି ଏବଂ ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲକୁ ପଠାଯାଉଛି ଆମ୍ବୁଲାନ୍ସ ସାହାର୍ଯ୍ୟରେ।

ଏଠାରେ ଜଣେଇ ଦେବାକୁ ଚାହିଁବୁ କି ଉତ୍ତରକାଶୀରେ ଥିବା ଏହି ଟନେଲରେ ୪୧ ଜଣ ଶ୍ରମିକ ଫସି ଯାଇଥିଲେ। ଏମିତିକି ଫସିଯାଇଥିଲେ ଯାହାକି ଦୀର୍ଘଦିନ ଧରି ବାହାରି ପାରୁନଥିଲେ। ବହୁ ଉନ୍ନତ ମାନର ଯନ୍ତ୍ର ବ୍ୟବହାର କରାଯାଇଥିଲା କିଭଳି ଭାବେ ୪୧ ଜଣ ଶ୍ରମିକଙ୍କୁ ବାହାରକୁ ବାହାର କରାଯିବ କିନ୍ତୁ ସବୁ ଫେଲ ମା-ରିଥିଲା।

ଏମିତିକି ଶେଷରେ ମୂଷା ଗାତ କରି ଖୋଳା ଯାଇଥିଲା ଯାହାକି ଏଇ ଶେଷ ପଦ୍ଧତି କାମ କରିଥିଲା ଆଉ ଏବେ ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଧୀରେ ଧୀରେ ବାହାର କରାଯାଉଛି। ଯେଉଁଥିରେ ପ୍ରଥମ ଦଫାରେ ୫ ଜଣଙ୍କୁ ବାହାର କରାଯାଇଥିଲା ଏବେ ପୁଣି ୫ ଜଣଙ୍କୁ ଏଭଳି ଭାବେ ଶ୍ରମିକ ମାନଙ୍କୁ ଉ-ଦ୍ଧାର କରାଯାଉଛି।

ସେପଟୁ ଉ-ଦ୍ଧାର ହେବା ପରେ ଏପଟେ ଜଗିଥିବା ଆମ୍ବୁଲାନ୍ସ ଗାଡି ସେମାନଙ୍କୁ ନେଇ ମେଡିକାଲକୁ ଯାଉଛି। ମେଡିକାଲରେ ତାଙ୍କର ସ୍ବାସ୍ଥ୍ୟଗତ ସ୍ଥିତିକୁ ଆକଳନ କରାଯାଉଛି। କେଉଁଭଳି ଭାବେ ତାଙ୍କର ସ୍ୱାସ୍ଥ୍ୟ ରହିଛି। ଏଥିରେ ତାଙ୍କର ପରିବାର ଲୋକଙ୍କୁ ମିଶିବାର ସୁଯୋଗ ଦିଆଯିବ। କାରଣ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଏବେ ସବୁଠାରୁ ବଡ଼ କଥା ଉଠୁଛି।

ଲଗାତାର ଭାବେ ୧୭ ଦିନ କାଳ ଟନେଲ ଭିତରେ ଫସି ରହିଥିଲେ ଶ୍ରମିକମାନେ। ନିଶ୍ଚିତ ଭାବେ ସେମାନଙ୍କୁ ଅକ୍ସିଜେନ ଅଭାବ ହେବା ସହିତ ଶାରୀରିକ ସମସ୍ୟା ଥାଇପାରେ ବୋଲି ଆକଳନ କରାଯାଉଛି। ଯାହାକୁ ନେଇ ସେମାନଙ୍କୁ ପ୍ରଥମେ ମେଡ଼ିକାଲକୁ ନିଆଯାଉଛି ଆଉ ଡାକ୍ତରଟିମ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କଲା ପରେ ଯାଇ ପରିବାର ଲୋକଙ୍କ ସହିତ ମିଶିବାକୁ ସୁଯୋଗ ଦିଆଯିବ।

ଏଠାରେ ଜଣେଇଦେବାକୁ ଚାହିଁବୁ କି ଦୀପାବଳୀ ଦିନ ଠାରୁ ଉତ୍ତରକାଶୀରେ ନିର୍ମାଣଧୀନ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଏବେ ଉ-ଦ୍ଧାର କରାଯାଉଛି ଯେଉଁଥିରେ ୫ ରୁ ୧୦ ଜଣଙ୍କୁ ଉ-ଦ୍ଧାର କରିସାରିଲେଣି ଇଣ୍ଡିଆନ ଟିମ। ଆଉ ଏମାନଙ୍କୁ ସିଧା ସଳଖ ଏବେ ଆମ୍ବୁଲାନ୍ସ ଜରିଆରେ ମେଡିକାଲକୁ ନିଆଯାଉଛି। ଯାହାକି ସବୁଠାରୁ ବଡ଼ ଖୁସିର ଖବର। ଆଉ ମେଡ଼ିକାଲ ଟିମ ଆମ୍ବୁଲାନ୍ସ ସବୁ ଜଗି ରହିଥିଲେ।

ଯେତେବେଳେ ଏମାନେ ଫସି ରହିଥିଲେ ସେତେବେଳେ ଚେଷ୍ଟା କରାଯାଉଥିଲା ମୂଷା ଗାତ ସାହାର୍ଯ୍ୟରେ କିଭଳି ଏମାନଙ୍କ ପାଖରେ ପହଂଚା ଯାଇ ଏମାନଙ୍କୁ ଉ-ଦ୍ଧାର କରାଯିବ ସେତେବେଳେ ବି ମେଡ଼ିକାଲ ଟିମ ସହିତ ଆମ୍ବୁଲାନ୍ସ ବି ଜଗିରହିଥିଲା ଆଉ ସେହି ଆମ୍ବୁଲାନ୍ସରେ ଏବେ ସେମାନଙ୍କୁ ମେଡିକାଲକୁ ନିଆଯାଉଛି। ଏବେ ସେମାନଙ୍କର ପ୍ରଥମେ ଯାଞ୍ଚ ହେବ ମେଡିକାଲି ଅବସ୍ଥା କେମିତି ଅଛି। ତାପରେ ପରିବାର ଓ ପ୍ରିୟଜନ ମାନେ ସେମାନଙ୍କ ସହିତ ମିଶି ପାରିବେ।ତେବେ ଶ୍ରମିକ ମାନଙ୍କୁ ସମସ୍ତ ଚିକିତ୍ସା ଜଗେଇ ଦେବା ପାଇଁ ମେଡ଼ିକାଲ ପ୍ରସ୍ତୁତ କରାଯାଇଛି। ଅନ୍ୟ ପଟେ ରେଶକ୍ୟୁ ଅପରେସନରେ ଏଭଳି ସଫଳତାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *