ଶାଢ଼ୀ ପିନ୍ଧା ଫଟୋ ଛାଡ଼ି ଟ୍ରୋଲ୍ ହେଲେ ଦୂତୀ ଚାନ୍ଦ୍ । ଲୋକେ କହିଲେ କେବେଠୁ ଶାଢ଼ୀ ପିନ୍ଧିଲେଣି ଦୂତୀ ।

ଶାଢ଼ୀ ପିନ୍ଧା ଫଟୋ ଛାଡ଼ି ଟ୍ରୋଲ୍ ହେଲେ ଦୂତୀ ଚାନ୍ଦ୍ । ରାତିକ ଭିତରେ ପୂର୍ବ ଠାରୁ ଆହୁରି ସୁନ୍ଦର ପାଲଟି ଯାଇଛନ୍ତି ଦୂତି । ସମସ୍ତେ ଏବେ ସେୟାର କରିବାରେ ଲାଗି ପଡ଼ିଛନ୍ତି ଦୂତିଙ୍କ ଏହି ମେକ ଓଭର ଲୁକ୍ କୁ । ଲୋକେ କହୁଛନ୍ତି କେବେଠୁ ଶାଢୀ ପିନ୍ଧିଲେଣି ଦୂତି ଚାନ୍ଦ । ସୋସିଆଲ ମିଡିଆରେ ହଳଦୀ ବସନ୍ତ ଭଳି ଦିଶୁଛନ୍ତି ଦୂତୀ । ଯାହାର ଫୋନ୍ ଦେଖିବ ଖାଲି ଦୂତୀ ଚାନ୍ଦଙ୍କ ସୋରିଷ ଫୁଲିଆ ଶାଢ଼ୀର ଫୋଟ । ରୂପ ରଙ୍ଗ ପୁରାପୁରି ପରିବର୍ତ୍ତନ ହୋଇ ଯାଇଛି ।

ରାତିକ ଭିତରେ ପୂର୍ବଠାରୁ ଆହୁରି ସୁନ୍ଦର ପାଲଟି ଯାଇଛନ୍ତି ଦୂତୀ ଚାନ୍ଦ । ଯେଉଁମାନେ ଦୂତୀଙ୍କୁ ପସନ୍ଦ କରୁ ନଥିଲେ ସେମାନେ ଏବେ ଦୂତୀଙ୍କୁ ବହୁତ୍ ପସନ୍ଦ କରିବାକୁ ଲାଗିଲେଣି । କାରଣ ଦୂତି ଏହି ଫୋଟରେ ପୂରା ହିରୋଇନ୍ ଭଳି ଲାଗୁଛନ୍ତି । ତେବେ ଦୂତୀ ତାଙ୍କର ଏହି ଫୋଟକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କଲା ପରେ ଏବେ ଜବରଦସ୍ତ ଟ୍ରୋଲ ହେଉଛନ୍ତି । ସେୟାର ପରେ ସେୟାର ଆଉ ଟ୍ରୋଲ ପରେ ଟ୍ରୋଲ ।

ଗୋଟାଏ ଦିନରେ ଦୂତୀ ଚାନ୍ଦଙ୍କ ଏହି ଫୋଟକୁ ସାରା ଓଡ଼ିଶା ଦେଖି ସାରିଲାଣି । ଆଉ ସମସ୍ତେ କହୁଛନ୍ତି ଏହା କେମିତି ସମ୍ଭବ । ଦୂତୀ ଏମିତି କିଭଳି ଭାବରେ ଦେଖାଯାଇ ପାରନ୍ତି । ରାତିକ ଭିତରେ କଣ ଏତେ ପରିବର୍ତ୍ତନ ହୋଇପାରେ । ଲୋକେ ଏମିତି କହି ଦୂତୀଙ୍କୁ ଟ୍ରୋଲ କରୁଛନ୍ତି । ତେବେ ଆମେ ଏଠାରେ କହି ରଖିବାକୁ ଚାହିଁବୁ ଯେ ଏହା ହେଉଛି ଦୂତୀ ଚାନ୍ଦଙ୍କର ଏଆଇ ଏଡିଟ କରିଥିବା ଡି-ଫେକ୍ ଫୋଟ ।

ଯେଉଁଥିରେ ଏମିତି ଅନେକ ହିରୋଇନ୍ ମାନେ ଶିକାର ହୋଇଛନ୍ତି । ଦୂତୀ ତାଙ୍କର ଏହି ଫୋଟକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ସେୟାର କରି ଲେଖିଛନ୍ତି ଯେ “ନୋ କମେଣ୍ଟସ୍” । ଯାହା ପରେ ଦର୍ଶକ ବିଭିନ୍ନ ପ୍ରକାରର କମେଣ୍ଟ ଦେଇ ଚାଲିଛନ୍ତି । ତେବେ ତେଲଗୁ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ ମଧ୍ଯ ଶିକାର ହୋଇଛନ୍ତି ଏଆଇ ଡି-ଫେକ୍ ଏଡ଼ିଟ ଦ୍ଵାରା । ସେ ଯାହା ଭି ହେଉ ନା କାହିଁକି ମାତ୍ର ଦୂତୀ ଏବେ ତାଙ୍କର ଏହି ଫୋଟ ପାଇଁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *