ମୁମ୍ବାଇ ଇଣ୍ଡିଆନ୍ସରେ ଫାଟ। MI ଇନଷ୍ଟା ଆକାଉଣ୍ଟକୁ ଅନଫଲୋ କଲେ ବୁମରା।

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବହିଲା ଝଡ଼। MI ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନଫଲୋ କଲେ ବୁମରା।ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବହିଲା ଝଡ଼। ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଅନଫଲୋ କଲେ ବୁମରା। ନିଜ ଆକାଉଣ୍ଟରୁ ହାର୍ଦ୍ଦିକଙ୍କୁ କଲେ ଟାର୍ଗେଟ। ହଁ ଆଜ୍ଞା ଗତ କାଲି ଥିଲା ଆଇପିଏଲ ଇତିହାସରେ ସବୁଠୁ ବଡ଼ ଟ୍ରେଡ଼। ଗୁଜୁରାଟର ପୂର୍ବତନ ଅଧିନାୟକ ହାର୍ଦିକ ପାଣ୍ଡିଆ ନିଜର ପୂର୍ବ ଫ୍ରାଂଚାଇଞ୍ଚ ଇଣ୍ଡିଆନ୍ସ ଟିମରେ ଯୋଗ ଦେଇଥିଲେ। ୧୫ କୋଟି ଟଙ୍କାର କ୍ୟାସ ଟ୍ରେଡ଼ ହୋଇଥିବା ବେଳେ ଏବେ ଲୋକେ କହୁଛନ୍ତି ସେ କୁଆଡେ ଦଳର ଅଧିନାୟକ ହେବେ।

ତେବେ ତାହା ତ ସମୟ କହିବ। ହେଲେ ଆଜି ଯାହା ଘଟିଛି ତାହା ଜାଣିଲେ ଆପଣ ବି କହିବେ ଯେ MI ଦଳରେ ସନ୍ତୁଳନ ଠିକ ନାହିଁ।ପାଣ୍ଡିଆ ଆସିବା ପରେ ହୁଏତ ସବୁକିଛି ବଦଳି ଯାଇଛି। କିଛି ଖେଳାଳି ବୋଧେ ଏହାକୁ ନେଇ ଖୁସି ନାହାଁନ୍ତି। ତେବେ ଆସନ୍ତୁ ନଜର ପକାଇବା ଏମିତି ଜଣେଇବାର କାରଣ କଣ?

ସୂଚନା ଅନୁସାରେ ଆଜି ମୁମ୍ବାଇ ଇଣ୍ଡିଆନ୍ସର ଇଷ୍ଟାଗ୍ରାମ ଆକାଉଣ୍ଟକୁ ଅନଫଲୋ ମାରିଛନ୍ତି ଷ୍ଟାର ବୋଲର ଯଶପ୍ରୀତ ବୁମରା। ଏହା ସହିତ ସେ ତାଙ୍କ ଆଇଡିରେ ଷ୍ଟୋରି ଦେଇଛନ୍ତି। ପ୍ରଥମ ଷ୍ଟୋରୀରେ ଲେଖିଥିଲେ। ବେଳେ ବେଳେ ଲୋଭି ହେବା ଭଲ ଏବଂ ବିଶ୍ୱସ୍ତ ହେବା ନୁହେଁ। ଏମିତି ଲେଖି ବୋଧେ ସେ ହାର୍ଦ୍ଧିକଙ୍କୁ ଟାର୍ଗେଟ କରିଥିଲେ। କାରଣ ୧୫ କୋଟି ଟଙ୍କା ନେଇ ପାଣ୍ଡିଆ ନିଜ ଦଳ ବଦଳାଇଛନ୍ତି।

ଏବେ ଲୋକେ କହୁଛନ୍ତି ହାର୍ଦ୍ଦିକଙ୍କ ଦଳ ପରିବର୍ତ୍ତନ କରିବା ବୁମରାଙ୍କ ପାଇଁ କାଳ ହୋଇଛି। କାରଣ ବିଶ୍ୱକପ ଫାଇନାଲ ହାରିବା ପରେ ରୋହିତ ମୁମ୍ବାଇରେ କ୍ୟାପଟେନ ରହିବେ କି ନାହିଁ ତାହା ଜଣା ପଡ଼ିନାହିଁ। ଆଉ ସେ ଯଦି ଅଧିନାୟକ ନହୋଇଥାନ୍ତେ ତେବେ ହୁଏତ ବୁମରାଙ୍କୁ ମିଳିଥାନ୍ତା କ୍ୟାପଟେନ ବୋଲର।

ହେଲେ ପାଣ୍ଡିଆ ଦଳକୁ ଫେରିବା ପରେ ଏବେ ସବୁକିଛି ବଦଳି ଯାଇଛି। ଆଉ ବୁମରା ଦଳର କ୍ୟାପଟେନ ହେବା ବୋଧେ ସମ୍ଭବ ହେବ ନାହିଁ। ଯେଉଁଥି ପାଇଁ ବୁମରା ହୁଏତ ଏମିତି ଷ୍ଟୋରି ଦେଇଥିଲେ କିନ୍ତୁ କିଛି ସମୟ ପରେ ସେ ଷ୍ଟୋରିଟିକୁ ଡିଲେଟ କରିଦେଇଥିଲେ। ପରେ ସେ ଆଉ ଏକ ଷ୍ଟୋରି ଦେଇଛନ୍ତି।

ଯେଉଁଥିରେ ଲେଖା ହୋଇଛି ନୀରବତା ହେଉଛି ବେଳେ ବେଳେ ସବୁଠାରୁ ଭଲ ଉତ୍ତର। ଏହା ସହିତ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଇଷ୍ଟାଗ୍ରାମ ଆକାଉଣ୍ଟକୁ ଅନଫଲୋ କରିଛନ୍ତି। ଯାହାକି କିଛି ଅନ୍ୟ ଦିଗକୁ ବୁଝାଉଛି।ଯଦି MI ଦଳରେ ସନ୍ତୁଳନ ଠିକ ରହିଛି ତେବେ ବୁମରା କଣ ପାଇଁ ଏମିତି କଲେ ଏବେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି।

ତେବେ ଦେଖିବାକୁ ବାକି ରହିଲା ଆଇପିଏଲ ୨୦୨୪ ରେ ମୁମ୍ବାଇ ଦଳରେ କିଏ ହେଉଛି ଅଧିନାୟକ। କାହା ଅଧିନାୟକ ସ୍ତରରେ ଇଣ୍ଡିଆ ପଡିଆ ବୋଲାଇବ ଏବଂ ସେ ଦଳକୁ ଷଷ୍ଠ ଥର ପାଇଁ ଚମ୍ପିୟାନ କରାଉଛନ୍ତି କି ନାହିଁ।ତେବେ ଏହାରି ଭିତରେ ଆଜି ସମସ୍ତଙ୍କୁ ଗୋଟିଏ କଥା ଜଣାପଡିଛି ଯେ MI ଦଳର ସନ୍ତୁଳନ ଏବେ ଠିକ ନାହିଁ।

Leave a Reply

Your email address will not be published. Required fields are marked *