୯ ଓଭର ବୋଲିଂ କରି ଶୁନ ରନ ଦେଲେ।

ବୟସ ମାତ୍ର ୧୦ ବର୍ଷ ହେଲା ୯ ଓଭର ପକାଇ ଶୁନ ରନ ଦେଇ ୮ ଟି ୱେକେଟ ନେଇ ଏମିତି ଖେଳିଲେ ଯେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ।୯ ଓଭର ବୋଲିଂ କରି ଶୁନ ରନ ଦେଲେ। ୮ ୱକେଟ ନେଇ ୯ ଓଭର ଯାକ ମେଡେନ ନେଲେ। ଏମିତି ଖେଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ବୟସ ମାତ୍ର ୧୦ ବର୍ଷ। ହେଲେ ଖେଳରେ କରୁଛନ୍ତି କମାଲ। ଏମିତି ଖେଳ ଦେଖି ସମସ୍ତେ ବୋକା ବନିଯାଇଛନ୍ତି। ଏଭଳି ବୋଲିଂ କେବେ କେହି କରିନଥିଲେ। ସେ ସେନୱାନ ହୁଅନ୍ତୁ କି ମୁରଲୀ ଧରଣ କି କୂଳଦୀପ ଯାଦବ ଏମିତି ବୋଲିଂ କେବେ କେହି କରିନଥିଲେ କିନ୍ତୁ ଏଇ କୁନି ଛୁଆଟି କରିକି ଦେଖାଇଛନ୍ତି। ପୁରା ଷ୍ଟାଡିୟମକୁ ବୋଲିଂରେ ଚକମା ଦେଇଥିଲେ। ଯିଏ ବି ବ୍ୟାଟିଂ କରିବା ପାଇଁ ଆସିଥିଲା ସେ ଆଉଟ ହୋଇ କ୍ୟାଭିଲନକୁ ଫେରିଥିଲା। ବୋଲକୁ ବିଲକୁଲ ବି ବୁଝି ପାରିନଥିଲେ ବ୍ୟାଟର।

୯ ଓଭର ବୋଲିଂ କରି ୮ ଟି ୱକେଟ ନେବା ସହ ୯ ଓଭର ଯାକ ମେଡେନ ନେଇଥିଲେ। ହଁ ଆଜ୍ଞା ଆମେ ଜଣାଉଛୁ ସେଲ୍ଭସା କରନ ଋଷି ଉଧାନଙ୍କ କଥା। ଯିଏ ଏବେ ଶ୍ରୀଲଙ୍କା କ୍ରିକେଟରେ ପୁରା ଛାଇ ଯାଇଛନ୍ତି। ଇଣ୍ଟର ସ୍କୁଲ କ୍ରିକେଟରେ କମାଲ କରିଛନ୍ତି ସେଲ୍ଭସା କରନ।

ବୋଲ ହୋଇଥିଲା ଟନ କେହି ମଧ୍ୟ ବୁଝି ପାରିନଥିଲେ ଯିଏ ବୋଲିଂ କରିବାକୁ ଆସିଥିଲେ। ସେଲ୍ଭସା କରନଙ୍କ ସ୍ପିନ ବୋଲରେ ସବୁ ଫସିଥିଲେ। ଖବର ମୁତାବିକ ଇଣ୍ଟର ସ୍କୁଲ କ୍ରିକେଟ ମ୍ୟାଚ ଶ୍ରୀଲଙ୍କାର ମୁଲେରିଆବାରେ କଲମ୍ବ ହିନ୍ଦୁ କଲେଜ ଏବଂ mds ମଧ୍ୟରେ ହୋଇଥିଲା। ଯେଉଁଥିରେ ସେଲ୍ଭସା କରନ ବିନା ରନ ଦେଇ ନେଇଥିଲେ ୮ ଟି ୱକେଟ।

ପ୍ରଥମେ ବ୍ୟାଟିଂ କରି ହିନ୍ଦୁ କଲେଜରେ କରିଥିଲେ ୧୨୬ ରନ। ଏହା ପରେ mds କଲେଜକୁ ବ୍ୟାଟିଂ କରିବାକୁ ଆସି ପରାସ୍ତ ହୋଇଛି। ସବୁ ୱକେଟ ସେଲ୍ଭସା କରନ ନେଇଯାଇଥିଲେ। ଯାହା ପରେ ତାଙ୍କୁ ମିଳିଛି ବିପୁଳ ଶୁଭେଚ୍ଛା। ଅନେକ ସାରା ଉପହାର ମିଳିବା ସହିତ ମିଳିଛି କିଂ ବ୍ୟାଗ।

ତେବେ ସେଲ୍ଭସା କରନ ୬ ପ୍ରକାରର ସ୍ପିନ ବୋଲିଂ ଜାଣିଛନ୍ତି। ତାଙ୍କର ଫେବରାଇଟ ବୋଲର ହେଉଛନ୍ତି ଅଷ୍ଟ୍ରେଲିଆର ନାଥଲ ମିଲିୟନ। ସେ ସବୁବେଳେ ତାଙ୍କ ଭଳି ବୋଲିଂ କରିବାକୁ ପସନ୍ଦ କରନ୍ତି। ସେଲ୍ଭସା କରନଙ୍କ ସ୍ୱପ୍ନ ରହିଛିକି ତାଙ୍କୁ ଯେତେବେଳେ ୧୯ ବର୍ଷ ହୋଇଥିବ ସେତେବେଳେ ସେ ଶ୍ରୀଲଙ୍କା ପାଇଁ ଅଣ୍ଡର ୧୯ ଖେଳୁଥିବେ।ତେବେ ଅନେକ ଲୋକ ସେଲ୍ଭସା କରନଙ୍କ ବୋଲର ଦେଖି ତାଙ୍କୁ ଶ୍ରୀଲଙ୍କାର ବୋଲର ମୁଥୟା ମୁରଲୀ ଧରଙ୍କ ସହ ତୁଳନା କରିଛନ୍ତି।

Leave a Reply

Your email address will not be published. Required fields are marked *