ଶ୍ରମିକ ନିଜ ଦରମା ଟଙ୍କା ମାଗିବାରୁ, ମାଲିକାଣୀ ଶ୍ରମିକଙ୍କ ପାଟିରେ ତାଙ୍କ ଚପଲ ପଶାଇ ଦେଲା ।

ଶ୍ରମିକ ଦରମା ମାଗିଲେ ହେଲେ ମାଲିକାଣୀ ରାଗିଗଲେ । ଶ୍ରମିକ ପାଟିରେ ମାଲିକାଣୀ ଚପଲ ପୂରାଇ ଦେଲେ । ହିତାହିତ ଜ୍ଞାନ ଭୁଲିଗଲେ ଏହି ମାଲିକାଣୀ । ଏବେ ଥା-ନାରେ ଏ-ତଲା ଦେଲେ ଶ୍ରମିକ ଭାଇ । ହଁ ଆଜ୍ଞା ନିଜ ବେତନ ଟଙ୍କା ମାଗିବାରୁ ଦ-ଣ୍ଡ ପାଇଲେ କର୍ମଚାରୀ । ହକ୍‌ ର ଟଙ୍କା ପାଇଁ ମାଲିକାଣୀ ନିଜ କର୍ମଚାରୀଙ୍କୁ କଲେ ଆକ୍ର-ମଣ । କେବଳ ଆକ୍ରମଣ ନୁହେଁ ପାଟିରେ ଜୋତା ଧରିବାକୁ କଲେ ବାଧ୍ୟ । ଏଭଳି ଏକ ଅଭାବନୀୟ ଘ-ଟଣା ଗୁଜୁରାଟର ମୋରବୀ ଠାରେ ଘ-ଟିଛି । ଜଣେ ଦଳିତ ଯୁବକଙ୍କ ସହ ଏପରି ଅମା-ନବୀୟ ଘ-ଟଣା ଘଟିଥିବା କଥା ଆପଣ ବି ବିଶ୍ୱାସ କରି ପାରୁ ନଥିବେ । କିନ୍ତୁ ଏଭଳି କିଛି ସତରେ ଘଟିଛି ।

ନିଜ କର୍ମଚାରୀଙ୍କ ସହ ଅତି ନିର୍ମମ ଭାବେ ଅତ୍ୟା-ଚାର କରିଛନ୍ତି ଖୋଦ କମ୍ପାନୀର ମାଲିକାଣୀ । କମ୍ପାନୀର ଉନ୍ନତି ପାଇଁ କମ୍ପାନୀ ମାଲିକମାନେ ନିଜ କର୍ମଚାରୀଙ୍କ ସହ ଅତି ସହନଶୀଳତା ଦେଖାଉଥିବା ବେଳେ ଏଭଳି ଅଭା-ବନୀୟ ଘ-ଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହାକୁ ନେଇ ଗଜୁରାଟ ପୋ-ଲିସ ଜଣେ ମହିଳା ବ୍ୟବସାୟୀ ଏବଂ ଅନ୍ୟ ୬ ଜଣଙ୍କ ବିରୋ-ଧରେ ମାମ-ଲା ରୁ-ଜୁ କରିଛି । ବନ୍ଧୁଗଣ ସୂଚନା ଅନୁସାରେ ୨୧ ବର୍ଷିୟ ନିଲେସ ଦଲସାନିୟା, ରାନିବା ଟାଇଲ୍ସ ଇଣ୍ଡଷ୍ଟ୍ରିଜ୍ କମ୍ପାନୀରେ କାର୍ଯ୍ୟ କରୁଥିଲେ ଯେଉଁଠାରେ ତାଙ୍କୁ ଅତି ନିର୍ମମ ଭାବରେ ଅ-ତ୍ୟାଚା-ର କରାଯାଇଥିଲା ।

ତାଙ୍କ ଅଭି-ଯୋଗ ଅନୁସାରେ ସେ ଯେତେବେଳେ ଅଫିସକୁ ନିଜ ବେତନ ମାଗିବାକୁ ଯାଇଥିଲେ ସେତେବେଳେ ତାଙ୍କୁ ଅତି ନିର୍ମମ ଭାବେ ଅ-ତ୍ୟାଚା-ର କରାଯାଇଥିଲା । ତାଙ୍କ ପାଟିରେ ଜୋତା ରଖି ତାଙ୍କୁ ମା-ଡ଼ ମା-ରିଥିଲେ ଅଫିସର ଅନ୍ୟ କର୍ମଚାରୀ । ଅଭି-ଯୋଗ ପରେ ମୋରବୀ ଏ ଡିଭିଜନ୍ ପୋଲିସ ନଭେମ୍ବର ୨୩ରେ କମ୍ପାନୀର ମାଲିକାଣୀ ବିଭୁତି ପଟେଲ ଓରଫ ରାନୀବା, ତାଙ୍କ ଭାଇ ଓମ ପଟେଲ ଏବଂ ମ୍ୟାନେଜରଙ୍କ ସମେତ ଅନ୍ୟମାନଙ୍କ ବିରୋ-ଧରେ ମାମ-ଲା ରୁଜୁ କରିଛି । ଅଭି-ଯୋଗ ଅନୁସାରେ କମ୍ପାନୀର ମାଲିକାଣୀ ବିଭୁତି ଅକ୍ଟୋବର ମାସ ଆରମ୍ଭରେ ନିଲେସଙ୍କୁ ୧୨,୦୦୦ ଟଙ୍କା ଦରମାରେ ଟାଇଲ୍ସ ବିକ୍ରି ପାଇଁ ରଖିଥିଲେ ।

କିନ୍ତୁ ୧୮ ଅକ୍ଟୋବରରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା । ନିଲେସ ୧୫ ଦିନ କାମ କରିଥିବାରୁ ନିଜ ବେତନ ମାଗିଥିଲେ । କିନ୍ତୁ ଦରମା ମାଗିବାରୁ କମ୍ପାନୀର ମାଲିକାଣି ବିଭୁତି ପଟେଲ ତାଙ୍କ ଜୋତା ପାଟିରେ ଉଠାଇ କ୍ଷମା ମାଗିବାକୁ ନିଲେସଙ୍କୁ ବାଧ୍ୟ କରିବା ସହିତ ନିର୍ଯ୍ୟାତନା ଦେଇଥିଲେ । ପୋଲିସର ସୂଚନାନୁସାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ କେବେ ସେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *