“ଝିଅ ମାନେ ଭାଷା କହିବା ଖରାପ ନୁହେଁ, ହେଲେ ବେଳେ ବେଳେ ସେମାନେ ଏମିତି କ-ମେଣ୍ଟ କରନ୍ତି ବହୁତ ଖରାପ ଲାଗେ” ।

ନିକଟରେ ପ୍ରିୟଙ୍କାଙ୍କ ସହ ଏକ ବାର୍ତ୍ତାଳପ ସମୟର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପ୍ରଥମେ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରାଯାଉଛି ଯେ ସେ କାଜଲ, ଲାଇନର ବହୁତ୍ ଲଗାନ୍ତି । ତେବେ ସେମିତି କିଛି କମେଣ୍ଟ ଆସିଛି କି ପ୍ରିୟଙ୍କା କଣ ପାଇଁ ଏତେ ମେକଅପ୍ ଲଗାଉଛ ଆଉ କାହିଁକି ଏତେ ଫୁଲେଇ ହେଉଛ ବୋଲି । ଆଉ ଏହାର ଜବାବ୍ ରେ ପ୍ରିୟଙ୍କା ଉତ୍ତର ଦେଇଥିଲେ ଯେ ଯେତେବେଳେ ସେ ଟିକଟକ କରୁଥିଲେ ତାଙ୍କୁ କାଜଲ ଓ ଲାଇନର ଦୁଇଟା ଜିନିଷ ସେ ନିହାତି ଭାବରେ ଲଗାନ୍ତି । ଫେସ୍ ରେ କିଛି ଥାଉ କିମ୍ଵା ନଥାଉ ।

କୁହନ୍ତି ଲିପଷ୍ଟିକ ଲଗେଇ ଦେଲେ ଲୁକ୍ କମ୍ପ୍ଲିଟ ହେଇଯାଏ ବୋଲି । କିନ୍ତୁ ପ୍ରିୟଙ୍କାଙ୍କୁ କିଛି ଫରକ୍ ପଡେନି । ସେ କହିଥିଲେ ତାଙ୍କୁ ମେକଅପ୍ ମାନେ କାଜଲ ଲାଇନର ଥୁଆ ଦରକାର । ତା ଛଡ଼ା ଆଉ କିଛି ଥାଉ ନଥାଉ । ଆଉ ପ୍ରିୟଙ୍କାଙ୍କୁ ଲାଇନର୍ ଟା ଠିକ୍ ଠାକ୍ ଲଗେଇ ଆସେ । କିନ୍ତୁ ବେଳେ ବେଳେ ସେଇଟା ଭି ମୋଟା ପତଳା କରିଦିଅନ୍ତି ତୋ ଅନ୍ୟମାନେ କୁହନ୍ତି ଆଉ ଟିକେ ମୁହଁରେ ପୋତି ଦେଲୁନି ବୋଲି । ତାପରେ ପ୍ରିୟଙ୍କାଙ୍କୁ ପାଚରା ଯାଇଥିଲା ଯେ କେଉଁ ନେଗେଟିଭ କମେଣ୍ଟ ପଢ଼ିଲେ ତାଙ୍କୁ ଦୁଃଖ ଲାଗେ ଆଉ କାନ୍ଦ ଲାଗେ ।

ଆଉ ଏହାର ଜବାବ୍ ରେ ପ୍ରିୟଙ୍କା ଉତ୍ତର ଦେଇଥିଲେ ଯେ ପ୍ରାୟ ସମୟରେ ଏବେ ସେ ନେଗେଟିଭ କମେଣ୍ଟ ଗୁଡ଼ାକକୁ ଡିଲିଟ ମାରି ଦେଉଛନ୍ତି । ପୁରୁଣା ଭିଡ଼ିଓ ସବୁକୁ ଯାଇ ଦେଖିଲେ ନେଗେଟିଭ କମେଣ୍ଟ ଗୁଡ଼ାକ ସେମିତି ଥିବ । ସେ ଡିଲିଟ୍ କରୁନଥିଲେ ଇଗନୋର୍ ମାରି ଦେଉଥିଲେ । ତେବେ ପ୍ରିୟଙ୍କା ଆହୁରି ମଧ୍ୟ କହିଥିଲେ ଯେ ସେ କହିବେନି କି ଝିଅମାନେ ଭାଷା କହିବାଟା ଖରାପ୍ । କିନ୍ତୁ ଝିଅ ମାନେ ଗୋଟେ ଝିଅକୁ ନେଇକି ଏମିତି ବି ଗୋଟେ ଗୋଟେ କଥା କୁହନ୍ତି ଯଉଟା ବହୁତ୍ ଖରାପ୍ ଲାଗେ ।

ତେଣୁ ପ୍ରିୟଙ୍କା ନିଜକୁ ସାନ୍ତ୍ଵନା ଦିଅନ୍ତି ଯେ ସେ ଝିଅଟା ଭଲ କିନ୍ତୁ କେହି ତା ଆକାଉଣ୍ଟ୍ ରେ ଭୁଲ୍ କମେଣ୍ଟ କରି ଦେଇଛି । ସେଇଟା ବହୁତ୍ ତାଙ୍କୁ ଖରାପ୍ ଲାଗେ ଯେ ଗୋଟେ ଝିଅ ହେଇକି ଜଣେ ଅନ୍ୟ ଜଣେ ଝିଅକୁ ଏମିତି ଖରାପ୍ କେମିତି କହି ପାରିବ । ତେବେ ଏସବୁ ସହିତ ପାଠ ପଢ଼ା କିପରି ମେନେଜ୍ କରୁଛ ପ୍ରଶ୍ନରେ ପ୍ରିୟଙ୍କା କହିଥିଲେ ଯେ ଆଗରୁ ଏତେ ଅସୁବିଧା ହେଉ ନଥିଲା କିନ୍ତୁ ଜର୍ନାଲିଜିମ୍ ରେ ପୋଷ୍ଟ ଗ୍ରାଜୁଏଟ୍ କରିବା ସହିତ ତାଙ୍କୁ ଟିକେ ଅସୁବିଧା ହେଉଛି ମେନେଜ କରିବାକୁ ।

Leave a Reply

Your email address will not be published. Required fields are marked *