ଆଇପିଏଲର ସବୁଠୁ ବଡ଼ ଟ୍ରେଡ୍ । ୧୫ କୋଟି ନେଇ ମୁମ୍ଵାଇକୁ ଫେରିଲେ ଏଥର ହୋଇପାରନ୍ତି ମୁମ୍ଵାଇର ଅଧିନାୟକ I

ଗୁଜରାଟ ଛାଡ଼ିଲେ, ମୁମ୍ୱାଇ ଇଣ୍ଡିଆନ୍ସକୁ ଫେରିଲେ । ୧୫ କୋଟି ଟଙ୍କା ସହ ମିଳିପାରେ କ୍ୟାପଟେନ୍ ପଦ । ହାର୍ଦ୍ଦିକଙ୍କୁ ନେଇ ଏବେ ଚିନ୍ତାରେ ରୋହିତ ଶର୍ମା । ଆଜ୍ଞା ହଁ ବିଶ୍ୱକପ୍‌ ପରେ ଏବେ ଆଇପିଏଲ୍ ପାଇଁ ଅଙ୍କ କଶା ଆରମ୍ଭ ହୋଇଯାଇଛି । କେଉଁ ଦଳ କେଉଁ ଖେଳାଳିଙ୍କୁ ଛାଡ଼ିବେ କିଏ କୁଆଡ଼େ ଯିବେ ସେ ନେଇ ନାନା ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ହାର୍ଦିକ ପାଣ୍ଡ୍ୟା ଏଥର ଗୁଜରାଟ ଟାଇଟନ୍ସକୁ ବାଏ ବାଏ କହି ପୁଣିଥରେ ତାଙ୍କର ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ତାହା ସତ ହୋଇଛି ।

ଆଜ୍ଞା ହଁ ଦର୍ଶକବନ୍ଧୁ ହାର୍ଦ୍ଦିକଙ୍କ ହୋଇଛି ଘର ବାହୁଡ଼ା । ଦୀର୍ଘ ଦୁଇ ବର୍ଷରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଲେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ମୁମ୍ବାଇ ପାଇଁ ଖେଳୁଥିବାର ନଜର ଆସିବେ ପାଣ୍ଡ୍ୟା । ଏହାସହିତ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ପିନ୍ଧି ସୋସିଆଲ୍‌ ମିଡିଆର ଏକ ଫଟୋ ପୋଷ୍ଟ କରିଛନ୍ତି ହାର୍ଦ୍ଦିକ । ଖବର ଅନୁଯାୟୀ, ୨୦୧୫ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ଆରମ୍ଭ କରିଥିଲେ । ଏହାପରେ ସେ ମୁମ୍ବାଇ ଇଣ୍ଡିଆନ୍ସରେ ଏକ ପ୍ରମୁଖ ସଦସ୍ୟ ଭାବେ ଅନେକ ମ୍ୟାଚ୍‌ ଜିତାଇ ଚାଲିଥିଲେ । ଆଉ  ମୁମ୍ବାଇର ସାଜିଥିଲେ ଟ୍ରମ୍ପ କାର୍ଡ । ହେଲେ ମୁମ୍ବାଇ ସହିତ ଅଧିକ ଦିନ ତିଷ୍ଠି ନଥିଲା ହାର୍ଦ୍ଦିକଙ୍କ ସଂପର୍କ ।

ଶେଷରେ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ କହିଥିଲେ ବାଏ ବାଏ । ଆଉ ଧରିଥିଲେ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ନୂଆ କରି ସାମିଲ ହୋଇଥିବା ଗୁଜୁରାଟ ଟାଇଟନ୍ସ ପ୍ରାଞ୍ଚାଇଜରେ, ସାଜିଥିଲେ ଏହି ନୂଆ ଟିମ୍‌ର ଅଧିନାୟକ । ଡେବ୍ୟୁ ବର୍ଷରେ ହିଁ ଗୁଜୁରାଟ ଟାଇଟନ୍ସକୁ ଚମ୍ପିଆନ୍‌ କରାଇଥିଲେ । ୨୦୨୩ରେ ଟିମ୍‌ ରନର୍ସ ଅପ୍‌ ମଧ୍ୟ ହୋଇଥିଲା । ଆଉ ଏବେ ଗୁଜୁରାଟ ଟାଇଟନ୍ସଙ୍କ ହାର୍ଦ୍ଦିକ ତୁଟାଇଛନ୍ତି ସଂପର୍କ । ଟ୍ରେଡ୍‌ ମୁଲ୍ୟ ୧୫ କୋଟି ବଳରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ହାର୍ଦ୍ଦିକ ପାଣ୍ଡ୍ୟା ୧୨୩ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୫୩ଟି ଓ୍ୱିକେଟ୍‌ ହାସଲ କରିଛନ୍ତି । ୧୭ ରନ୍‌ ଦେଇ ୩ଟି ଓ୍ୱିକେଟ୍‌ ନେବା ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ଫିଗର ରହିଛି । ଶେଷରେ ଆଇପିଏଲ୍‌ର ଆଗାମୀ ସିଜିନ୍‌ ପାଇଁ ଟ୍ରେଡ୍‌ ପ୍ରକ୍ରିୟା ଶନିବାରଠୁ ଆରମ୍ଭ ହୋଇଛି । ଯେଉଁଥିରେ ହାର୍ଦ୍ଦିକଙ୍କୁ ୧୫ କୋଟି ଟଙ୍କାରେ ରିଟେନ୍‌ କରିଥିଲା ଗୁଜୁରାଟ ଟାଇଟନ୍ସ । ହେଲେ ଶେଷରେ ହାର୍ଦ୍ଦିକଙ୍କୁ ୧୫ କୋଟି ଟଙ୍କାରେ ମୁମ୍ବାଇ ଟ୍ରେଡ୍‌ କରିଛି । ଆଉ ହାର୍ଦ୍ଦିକ ଗୁଜୁରାଟ ଟାଇଟନ୍ସର ହାତ ଛାଡି ମୁମ୍ବାଇକୁ ଫେରିଛନ୍ତି । ତେବେ ସେ ମୁମ୍ବାଇକୁ ଆସିଲେ ରୋହିତଙ୍କ ସ୍ଥାନ ନେବେକି ଆଲୋଚନା ଜୋର୍ ଧରିଥିବା ବେଳେ ସେ ବିଷୟରେ କିଛି ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *