ଚେହେରା ସୁନ୍ଦର କାମ ଚତୁର ଭିକ ମାଗି କୋଟିପତି।

ଭିକମାଗି କୋଟିପତି ହୋଇଛନ୍ତି ଯୁବତୀ। ଏବେ ତାଙ୍କର ମାଲେସିଆରେ ରହିଛି ଦୁଇ ଫ୍ଲାଟ ଏବଂ ଦାମୀ କାର।ଆପଣ ଅନେକ ଲୋକଙ୍କ ମୁହଁରୁ ଶୁଣିଥିବେ କି ଚାକିରୀରେ ଟଙ୍କା ନାହିଁ। ତେଣୁ ବ୍ୟବସାୟ କରିବା ଭଲ। କାରଣ ବ୍ୟବସାୟରେ ଆପଣ ନିଜ ଇଚ୍ଛାରେ ମାଲିକ ହୋଇପାରିବେ। କିଛି ଲୋକଙ୍କୁ ଟଙ୍କା କମାଇବା ପାଇଁ କୌଣସି କାମ ଧନ୍ଦା ନକରି ଭିକ୍ଷା ବୃତିକୁ ବ୍ୟବସାୟ ରୂପେ ଆପଣେଇ ନେଇଥାନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଏକ କାହାଣୀ ଜଣେଇବାକୁ ଯାଉଛୁ ଯେଉଁଥିରେ ଜଣେ ଯୁବତୀ ଭିକ୍ଷା ବୃତି କରି କୋଟିପତି ହୋଇଛନ୍ତି।

ଯୁବତୀ ଜଣକ ଦେଖିବାକୁ କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି। ହେଲେ ସେ ଭିକ ମାଗି କୋଟିପତି ହୋଇଛନ୍ତି।ଏବେ ତାଙ୍କର ମାଲେସିଆରେ ରହିଛି ଦୁଇଟି ଫ୍ଲାଟ ଏବଂ ଦାମୀ କାର। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।ସୋସିଆଲ ମିଡିଆରେ ଉକ୍ତ ଯୁବତୀଙ୍କ ସାକ୍ଷତକାରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓକୁ ଦେଖିବା ପରେ ଲୋକେ ବିଶ୍ୱାସ କରିପାରୁନଥିବା ପ୍ରକାଶ ପାଇଛି। ଯୁବତୀଙ୍କ ନାମ ଲାଇଭା ଅଟେ। ସେ ପାକିସ୍ତାନର ବାସିନ୍ଦା ହୋଇଥିବା ବେଳେ ମାଲେସିଆରେ ଭିକ ମାଗୁଥାନ୍ତି।

ଫୋଟରେ କେମିତି ଯୁବତୀ ଭିକ ମାଗନ୍ତି ବୋଲି ପଚାରା ଯାଇଥିଲା ସେ ଏହାର ପ୍ରତିଉତ୍ତର ଦେଇଥିଲେ କି ମୁଁ ହାତରେ ବହି ଧରି ଅନ୍ଧ ହେବାର ଅଭିନୟ କରିଥାଏ। ସମସ୍ତଙ୍କୁ ନିଜର ଦୁଃଖୀ ଜୀବନର କାହାଣୀ କହିଥାଏ। ଯାହା ଉପରେ ଲୋକମାନେ ବିଶ୍ୱାସ କରି ମତେ ଅର୍ଥ ସହଯୋଗ କରିଥାନ୍ତି। ଭିକ ମାଗି ଭଲ ରୋଜଗାର କରୁଛନ୍ତି ସେ।

ଏବେ ସେ ମାଲେସିଆର ଦୁଇଟି ଫ୍ଲାଟର ମାଲିକାଣି ଏହା ବ୍ୟତୀତ ଅନେକ ଦାମୀ କାର ମଧ୍ୟ ତାଙ୍କ ପାଖରେ ରହିଛି। କେବଳ ଏତିକି ନୁହେଁ ତାଙ୍କର ନିଜର ବ୍ୟବସାୟ ମଧ୍ୟ ରହିଛି। କହିବାକୁ ଗଲେ ଜୀବନକୁ ବେଶ ବିଳାସମୟ ଢଙ୍ଗରେ ସେ ବଞ୍ଚୁଛନ୍ତି।

Leave a Reply

Your email address will not be published. Required fields are marked *